ନୂଆଦିଲ୍ଲୀ,୧୪/୦୭; ହୋର୍ମୁଜ ବନ୍ଦ । ଏମ୍ଓୟୁ ସ୍ଥଗିତ । ମହାଯୁଦ୍ଧ ମୁହାଁ ମଧ୍ୟପ୍ରାଚ୍ୟ । ଶାନ୍ତି ବୁଝାମଣାକୁ ସଙ୍କଟକୁ ଠେଲି ଆମେରିକା ଓ ଇରାନ ଆକ୍ରମଣ ଓ ପ୍ରତି ଆକ୍ରମଣରେ ମାତିଛନ୍ତି । ଉଭୟ ଦେଶର ଘନଘନ ମିସାଇଲ ଓ ଡ୍ରୋନ ମାଡ଼ରେ ଥରହର ମଧ୍ୟପ୍ରାଚ୍ୟ । ମହାଯୁଦ୍ଧ ଭୟ ଜଳଜଳ ଦିଶିଲାଣି । ହୋର୍ମୁଜରେ ୟୁଏଇ ପତାକା ଜାହାଜ ଉପରେ ଇରାନ ଆକ୍ରମଣରେ ଜଣେ ଭାରତୀୟଙ୍କ ମୃତ୍ୟୁ ଘଟିଛି । ଅନ୍ୟ ୮ ଜଣ କ୍ରୁ ସଦସ୍ୟ ଆହତ ହୋଇଛନ୍ତି । ଏହା ପରେ ଆମେରିକା ଇରାନର ବନ୍ଦର ଆବାସ ଉପରେ ବୋମା ପକାଇଛି, ଯାହା ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି କରିଛି । ୟୁଏଇ ଜାହଜକୁ କ୍ରୁଜ ମିସାଇଲ୍ ମାଡ କରିଛି ଇରାନ୍ । ଆଜି ୟୁଏଇର ପ୍ରତିରକ୍ଷା ମନ୍ତ୍ରଣାଳୟ ଏହା ନିଶ୍ଚିତ କରିଛି । ଇରାନର ଏହି ଆକ୍ରମଣ ପ୍ରତିଶୋଧ ନେଇ ଆମେରିକା ବି ବୋମାବର୍ଷା କରିଛି । ବନ୍ଦର ଆବାସ ଏବଂ କ୍ୱେଶନ ଦୀପ ଉପରେ ଆକ୍ରମଣ କରିଛି ଆମେରିକା ।
ଜଣେ ଭାରତୀୟ ନାବିକ ମୃତ, ୮ ଆହତ- ହୋର୍ମୁଜ୍ ପ୍ରଣାଳୀକୁ ନେଇ ଇରାନ୍ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ପୁଣି ତରେ ଶୀର୍ଷରେ ପହଞ୍ଚିଛି । ଏହି ସମୟରେ ହୋର୍ମୁଜରେ ଇରାନର ଆକ୍ରମଣରେ ଏକ ଜାହାଜରେ ଥିଲେ ଜଣେ ଭାରତୀୟ କ୍ରୁ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ଆଜି ସକାଳୁ ସକାଳୁ ଏକ ୟୁଏଇ ପତାକାଯୁକ୍ତ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି ଇରାନ । ହୋର୍ମୁଜର ଦକ୍ଷଣ ପ୍ରାନ୍ତରେ ଥିବା ଓମାନି ଅଞ୍ଚଳରେ ଦୁଇଟି ଟ୍ୟାଙ୍କରକୁ ଟାର୍ଗେଟ କରିଥିଲା । ମୋମ୍ୱାସା ଏବଂ ବାହିଆ ନାମକ ଟ୍ୟାଙ୍କର ଉପରେ ବୋମା ମାଡ଼ କରିଥିଲା । ରିପୋର୍ଟ ଅନୁଯାୟୀ, ଆହତଙ୍କ ମଧ୍ୟରେ ୨ ଜଣ ଭାରତୀୟ ଅଛନ୍ତି । ଦୁଇ ଜଣ ୟୁକ୍ରେନୀୟ ମଧ୍ୟ ଆହତ ହୋଇଛନ୍ତି । ଇରାନ ଉଭୟ ଟ୍ୟାଙ୍କରକୁ କ୍ରୁଜ ମିସାଇଲରେ ଟାର୍ଗେଟ କରିଛି । ୟୁଏଇ ଏହି ଆକ୍ରମଣକୁ ନିନ୍ଦା କରି ଇରାନ ଅନ୍ତର୍ଜାତୀୟ ଆଇନକୁ ଉଲ୍ଲଂଘନ କରୁଥିବା କହିଛି । ଆତ୍ମରକ୍ଷା ପାଇଁ ଇରାନକୁ ଜବାବ ଦିଆଯିବ । ସେପଟେ ଇରାନ କହିଛି କେବଳ ଭୁଲ୍ ରାସ୍ତାରେ ଯାଉଥିବା ଜାହାଜକୁ ଟାର୍ଗେଟ କରାଯାଇଛି । ହୋର୍ମୁଜରେ ଶତ୍ରୁ ଆମେରିକୀୟ ଜାହାଜକୁ ଟାର୍ଗେଟ କରାଯାଇଥିଲା । ଗତକାଲି ଇରାନର ୧୨ ସହରରେ ପ୍ରଚଣ୍ଡ ଆକ୍ରମଣ ହୋଇଥିଲା । ସୋମବାର ଆମେରିକା ପ୍ରାୟ ୧୪୦ ସାମରିକ ଘାଟି ଉପରେ ଆକ୍ରମଣ କରିଥିଲା । ଏହାପରେ ଇରାନ ପଡ଼ୋଶୀ ଉପସାଗରୀୟ ଦେଶଗୁଡିକରେ ଥିବା ଆମେରିକୀୟ ଘାଟିକୁ ଟାର୍ଗେଟ କରି ବୋମା ପକାଇବାକୁ ଚେଷ୍ଟା କରିଥିଲା । ଏଥିରେ କୁଏତ, କତାର ଏବଂ ୟୁଏଇ ସାମିଲ । ଇରାନର ୬ଟି ସ୍ଥାନରେ ଆକ୍ରମଣ କରିଛି ଇରାନ୍ । ଜବାବରେ ତେହେରାନ ବାହାରିନ ବେସ୍ରେ ଆକ୍ରମଣ କରିଛି ।
ଏହା ବି ପଢନ୍ତୁ...Iran revenge list : ଇରାନର ‘ରିଭେଞ୍ଜ ଲିଷ୍ଟ’, ପ୍ରତିଶୋଧ ତାଲିକାରେ ଟ୍ରମ୍ପ୍-ନେତନ୍ୟାହୁ
ଆମେରିକାର ଆକ୍ରମଣ- ଇରାନର ଆକ୍ରମଣ ପରେ ଚୁପ୍ ବସିନାହିଁ ଆମେରିକା । ଇରାନର ବନ୍ଦର ଆବାସ ଏବଂ କ୍ୱେଶମ୍ ଦ୍ୱୀପପୁଞ୍ଜକୁ ଟାର୍ଗେଟ କରିଛି । ଇରାନ ନ୍ୟୁଜ ଏଜେନ୍ସିଂ ଅନୁଯାୟୀ, ଖୁଜେସ୍ତାନ ପ୍ରଦେଶରେ ମଧ୍ୟ ଆକ୍ରମଣ ହୋଇଛି । ଯାହା ପେଟ୍ରେଲିୟମ୍ ଶିଳ୍ପ ପାଇଁ ପ୍ରସିଦ୍ଧ ସହର । ଆମେରିକା ଆହଭାଜ ଏବଂ ଆଣ୍ଡିମେଶକରେ ମଧ୍ୟ ଆକ୍ରମଣ କରିଛି । ଆମେରିକା ହୋର୍ମୁଜ ନିକଟରେ ଅବସ୍ଥିତ ଫାରୁର୍ ଦ୍ବୀପ ଉପରେ ମଧ୍ୟ ବୋମା ପକାଇଛି । ଫଳରେ ଆଶୋଧିକ ତେଲ ଏବଂ ଗ୍ୟାସ୍ ମୂଲ୍ୟ ପୂଣି ବଢିବା ଆଶଙ୍କା ବଢିଛି । ଟ୍ରମ୍ପ୍ କହିଛନ୍ତି, ଆମେରିକା ହୋର୍ମୁଜର ରକ୍ଷକ ସାଜିବ । ଏହି ଜଳମାର୍ଗରେ ସୁରକ୍ଷିତ ଯାତାୟାତ ପାଇଁ ସବୁ ଜାହାଜରୁ ୨୦% ଶୁଳ୍କ ଅସୁଲ କରିବ । ଏଠାରେ ଇରାନର କୌଣସି ହସ୍ତକ୍ଷେପ ରହିବ ନାହିଁ । ଆମେରିକୀୟ ନୌସେନା ଜାହାଜଗୁଡ଼ିକୁ ସୁରକ୍ଷା ଗ୍ୟାରେଣ୍ଟି ଦେବ । ତେବେ ସୁରକ୍ଷିତ ଜାହାଜ ଚଳାଚଳ ଲାଗି ଦେୟ ଗଣିବାକୁ ହେବ । ଖୁବଶୀଘ୍ର ଏ ନେଇ ପ୍ରକ୍ରିୟା ଆରମ୍ଭ କରାଯିବ । ଆମେରିକାର ପ୍ରମୁଖ ଅସ୍ତ୍ରଶସ୍ତ୍ର ଭଣ୍ଡାରର ସଙ୍କଟ ମଧ୍ୟରେ ଏହି ଆକ୍ରମଣ ହୋଇଛି । ଯଦି ଏହି ଗତିରେ ଇରାନ ବିରୋଧରେ ଆମେରିକାର ସାମରିକ ଆକ୍ରମଣ ଜାରି ରୁହେ ତେବେ ସ୍ଥିତି ଆହୁରି ଖରାପ ହୋଇପାରେ । ଏହି ବିଶ୍ୱକୁ ଆଉ ଏକ ସଂଘର୍ଷର ମୁକାବିଲା କରିବାର କ୍ଷମତା ଉପରେ ଚିନ୍ତା ସୃଷ୍ଟି କରିଛି ।
ଏହା ବି ପଢନ୍ତୁ...ଆମେ ହରମୁଜ୍ ନିୟନ୍ତ୍ରଣ କରିବୁ, ଦେଖାଶୁଣା ବି କରିବୁ, କିନ୍ତୁ ଶୁଳ୍କ ମଧ୍ୟ ନେବୁ: ଟ୍ରମ୍ପ