PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

୨୨ ମାସ ପରେ ଟ୍ଵିଟରକୁ ଫେରିଲେ ଟ୍ରମ୍ପ, ବିବାଦୀୟ ଟ୍ଵିଟ୍ ପାଇଁ ଲାଗିଥିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ, ୨୦/୧୧ : ଦୀର୍ଘ ୨୨ ମାସ ପରେ ଟ୍ଵିଟରକୁ ଫେରିଲେ ଡୋନାଲ୍ଡ ଟ୍ରମ୍ପ। ଟ୍ଵିଟରରେ ଟ୍ରମ୍ପଙ୍କ ଆକାଉଣ୍ଟ ରିଷ୍ଟୋର କରାଯାଇଛି। ଏବେ ସେ ପୂର୍ବ ଭଳି ତାଙ୍କର ଆକାଉଣ୍ଟ ଚଲାଇପାରିବେ। ତେବେ ଟ୍ରମ୍ପଙ୍କ ଆକାଉଣ୍ଟ ରିଷ୍ଟୋର ହେବାପରେ ତୀବ୍ର ଗତିରେ ତାଙ୍କର ଫଲୋୟର ସଂଖ୍ୟା ବଢିବାରେ ଲାଗିଛି। ଟ୍ରମ୍ପଙ୍କ ଆକାଉଣ୍ଟ ରିଷ୍ଟୋର କରିବା ସମୟରେ ୩.୫୧ ଅନୁଗାମୀ ଥିଲେ। କିଛି ମିନିଟ୍ ମଧ୍ୟରେ ଅନୁଗାମୀ ସଂଖ୍ୟା ୮ ଲକ୍ଷକୁ ବଢି ଯାଇଥିଲା।

ସୂଚନାନୁଯାୟୀ, ଟ୍ରମ୍ପଙ୍କ ଆକାଉଣ୍ଟ ରିଷ୍ଟୋର କରିବା ପାଇଁ ଅନଲାଇନ୍ ପୋଲ୍ ମାଧ୍ୟମରେ ଟ୍ଵିଟର ମାଲିକ ଇଲନ ମସ୍କ ଖୋଦ୍ ନିଷ୍ପତ୍ତି ନେଇଥିଲେ। ଟ୍ରମ୍ପଙ୍କ ଆକାଉଣ୍ଟ ରିଷ୍ଟୋର କରିବା ଉଚିତ୍ କି ନାହିଁ ତାହା ମସ୍କ ପୋଲ୍ ମାଧ୍ୟମରେ ୟୁଜରଙ୍କୁ ପଚାରିଥିଲେ। ଏହି ପୋଲ୍‌ରେ ୧.୫ କୋଟିରୁ ଉର୍ଦ୍ଧ୍ଵ ୟୁଜର ଭୋଟ୍ ଦେଇଥିଲେ। ସେମାନଙ୍କ ମଧ୍ୟରୁ ୫୧.୮ ପ୍ରତିଶତ ୟୁଜର ଟ୍ରମ୍ପଙ୍କୁ ସମର୍ଥନ କରିଥିବା ବେଳେ ୪୮.୨ ପ୍ରତିଶତ ୟୁଜର ରିଷ୍ଟୋର ନକରିବା ପାଇଁ ପରାମର୍ଶ ଦେଇଥିଲେ। ତେବେ ଟ୍ରମ୍ପଙ୍କ ଟ୍ଵିଟର ଆକାଉଣ୍ଟ୍‌ ଅଚଳ କରାଯିବା ସମୟରେ ତାଙ୍କର ୮୮ ନିୟୁତରୁ ଅଧିକ ଅନୁଗାମୀ ଥିଲେ।

ପ୍ରକାଶ ଥାଉକି, ବିବାଦୀୟ ଟ୍ଵିଟ୍ ପାଇଁ ଟ୍ରମ୍ପଙ୍କ ଆକାଉଣ୍ଟ ଉପରେ ପ୍ରତିବନଯଦକ ଲାଗିଥିଲା। ଆମେରିକାରେ ହୋଇଥିବା ନିର୍ବାଚନରେ ଜୋ ବାଇଡେନ୍‌ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚିତ ହୋଇଥିଲେ। ଏହି ସମୟରେ ଟ୍ରମ୍ପ ବହୁ ବିବାଦୀୟ ଟ୍ଵିଟ୍ କରିଥିଲେ। ଯାହା ଦେଖି ତାଙ୍କର ସମର୍ଥକ ହ୍ଵାଇଟ୍ ହାଉସ୍ ବାହାରେ ଏବଂ ଭିତରେ ପଶି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ହିଂସାତ୍ମକ ପ୍ରଦର୍ଶନ ପରେ ଟ୍ଵିଟର ପ୍ରଥମେ ୧୨ ଘଣ୍ଟା ପାଇଁ ଟ୍ରମ୍ପଙ୍କ ଆକାଉଣ୍ଟ ଅଚଳ କରିଥିଲା। ପରେ ସମ୍ପୂର୍ଣ୍ଣ ଭାବରେ ପ୍ରତିବନ୍ଧକ ଲଗାଇଥିଲା।

ଟ୍ଵିଟରରେ ପ୍ରତିବନ୍ଧକ ଲାଗିବା ପରେ ଟ୍ରମ୍ପ ନିଜର ଏକ ସୋସିଆଲ ମିଡିଆ କମ୍ପାନୀ ନିର୍ମାଣ କରିବାକୁ ଘୋଷଣା କରିଥିଲେ। ଏହାପରେ ସେ ଟ୍ରୁଥ୍ ସୋସିଆଲ୍ ନାମରେ ଏକ ମିଡିଆ ଆପ୍ ଲଞ୍ଚ୍ କରିଥିଲେ। ଚଳିତ ବର୍ଷ ଫେବୃଆରୀରେ ଏହି ଆପ୍ ଲଞ୍ଚ୍ ହୋଇଥିଲା। ଏହାପରେ ଆପଲ ଆପ୍ ଷ୍ଟୋରରେ ଏହା ସବୁଠୁ ଅଧିକ ଡାଉନଲୋଡ୍ ହୋଇଥିବା ଆପ୍ ଭାବେ ରେକର୍ଡ କରିଥିଲା। ୨୦୨୨ ଫେବୃଆରୀ ୨୧ ସୁଦ୍ଧା ଆପ୍ ଷ୍ଟୋରରେ ସୋସିଆଲ ମିଡିଆ କ୍ୟାଟେଗୋରୀରେ ଟପ୍ ଫ୍ରି ଆପ୍ ତାଲିକାର ତୃତୀୟ ନମ୍ଵରରେ ଥିଲା। ଅକ୍ଟୋବର ୧୩ରେ ଗୁଗୁଲ ଟ୍ରୁଥ୍ ସୋସିଆଲକୁ ମଞ୍ଜୁରି ଦେଇଥିଲା। ଟ୍ରମ୍ପ ମିଡିଆ ଆଣ୍ଡ ଟେକ୍ନୋଲୋଜି ଗ୍ରୁପ୍ ଏହି ଆପ୍‌କୁ ଡେଭଲପ୍ କରିଥିଲା।

ସମ୍ବନ୍ଧିତ ଖବର