ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଭାରତୀୟ ଷ୍ଟୁଡେଣ୍ଟଙ୍କ ପାଇଁ ସ୍ୱର୍ଣ୍ଣ ପାଲଟିବ ‘ ଗୋଲ୍ଡ କାର୍ଡ’ , ପୂରା ପ୍ଲାନିଂ ବିଷୟରେ କହିଲେ ଟ୍ରମ୍ପ

Published By : Prameya | February 27, 2025 9:12 PM

ନୂଆଦିଲ୍ଲୀ : ଡୋନାଲ୍ଡ ଟ୍ରମ୍ପଙ୍କ ଟିପ୍ପଣୀ ଅନେକ ସମୟରେ ଚର୍ଚ୍ଚାରେ ଥାଏ। ନିକଟରେ ଟ୍ରମ୍ପ ଗୋଲ୍ଡ କାର୍ଡ ଲଞ୍ଚ କରିବା କଥା କହିଛନ୍ତି। ଏହି ଅନୁସାରେ, ଆପଣ ୪୩ କୋଟି ଟଙ୍କା ଦେଇ ଆମେରିକାର ସ୍ଥାୟୀ ନାଗରିକ ହୋଇ ପାରିବେ। ଏହା ବର୍ତ୍ତମାନ ଇବି-୫ ଭିସା କାର୍ଯ୍ୟକ୍ରମ ସ୍ଥାନ ନେବ। ଏହାସହ ଭାରତୀୟ ସ୍ନାତକ ଓ ନିବେଶକଙ୍କ ପାଇଁ ଏକ ନୂଆ ସୁଯୋଗ ପ୍ରଦାନ କରିବ। ଟ୍ରମ୍ପଙ୍କ ଅନୁସାରେ , ଏହି କାର୍ଯ୍ୟକ୍ରମ ଆମେରିକାର ଅର୍ଥ ବ୍ୟବସ୍ଥାକୁ ଫାଇଦା ଦେବ। ଏହାସହ ଆହୁରି ଅଧିକ ରେଭେନ୍ୟୁ ଜେନେରେଟ୍‌ କରିବ। 

ଟ୍ରମ୍ପ କହିଛନ୍ତି ଯେ, ଏହି ନୂଆ କାର୍ଯ୍ୟକ୍ରମ ଆମେରିକୀୟ କମ୍ପାନୀ ଗୁଡ଼ିକୁ ଭାରତୀୟ ସ୍ନାତକଙ୍କୁ କାମରେ ରଖିବାର ସୁଯୋଗ ଦେବ। ସେ ଏହା ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ନୀତି ଗୁଡ଼ିକ ଭାରତୀୟଙ୍କୁ ଆମେରିକୀୟ ଶିକ୍ଷା ପୂରା କରିବା ପରେ ଏଠାରେ ରହିବାକୁ ରୋକି ଥାଏ, ଯେବେ କେହି ଭାରତ, ଚୀନ, ଜାପାନ ବା ଅନ୍ୟ ଦେଶରୁ ଆସି ଥା'ନ୍ତି ଏବଂ ହାର୍ଭର୍ଡ ବା ହ୍ୱାର୍ଟନ ସ୍କୁଲରେ ପଢିଥା'ନ୍ତି। ଏଥିରେ ତାଙ୍କୁ ଚାକିରି ପ୍ରସ୍ତାବ ମିଳି ଥାଏ। ହେଲେ ତୁରନ୍ତ ତାଙ୍କୁ ଏହା କୁହାଯାଇ ଥାଏ ଯେ, ସେ ଏଠାରେ ରହି ପାରିବେ ନାହିଁ।

ନିଜ ଦେଶକୁ ଫେରି ଯାନ୍ତି ଛାତ୍ରଛାତ୍ରୀ :

ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ, ବହୁତ ଏମିତି ସ୍ନାତକଧାରୀ ନିଜ ଦେଶକୁ ଫେରି ଯା'ନ୍ତି ଏବଂ ସଫଳ ବ୍ୟବସାୟ କରି ହଜାର ହଜାର ଲୋକଙ୍କୁ ରୋଜଗାର ଦିଅନ୍ତି। ସେ ଭାରତ ଫେରନ୍ତି ବା ନିଜ ଦେଶକୁ ଫେରି ଯା'ନ୍ତି। ସେ ସେଠାରେ ଏକ କମ୍ପାନୀ ଖୋଲନ୍ତି ଏବଂ କୋଟିପତି ହୁଅନ୍ତି। ଏହାସହ ହଜାର ହଜାର ଲୋକଙ୍କୁ ରୋଜଗାର ମଧ୍ୟ ଦିଅନ୍ତି। ଟ୍ରମ୍ପ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମେରିକୀୟ ସରକାରଙ୍କୁ ଭଲ ରାଜସ୍ୱ ମିଳିବ।

ଧନୀ ଲୋକଙ୍କୁ କରିବ ଆକର୍ଷିତ :

ଟ୍ରମ୍ପ କହିଛନ୍ତି ଯେ , ଯଦି ଆମେ ଏକ ମିଲିୟନ ବିକ୍ରି କରନ୍ତି ତ , ଏହା ୫ ଟ୍ରିଲିୟନ ଡଲାର ହେବ ଏବଂ ଏହି ଅର୍ଥ ରାଷ୍ଟ୍ରୀୟ ଋଣକୁ କମ୍‌ କରିବାରେ ସାହାଯ୍ୟ କରି ପାରେ। ଏହି ନୂଆ ଭିସା ଇବି -୫ର ସ୍ଥାନ ନେବ। ଏଥିରେ ନିବେଶକଙ୍କୁ ଅତି କମ୍‌ରେ ୧ ଡଲାର ମିଲିୟନ ନିବେଶ କରିବାକୁ ହେବ। ୧୦ଟି ନୂଆ ପୂର୍ଣ୍ଣକାଳୀନ ଚାକିରି ବାହାର କରିବାକୁ ହେବ। ଟ୍ରମ୍ପଙ୍କ ଅନୁସାରେ, ଗୋଲ୍ଡ କାର୍ଡ ଭିସା ଧନୀ ଲୋକଙ୍କୁ ଆକର୍ଷିତ କରିବ।

ଟ୍ରମ୍ପଙ୍କ କହିବାନୁସାରେ, ଲୋକେ ଧନୀ ହେବେ , ସଫଳ ହେବେ ଏବଂ ବହୁତ ଟଙ୍କା ବ୍ୟୟ କରିବେ। ଏହାସହ ବହୁତ ଟ୍ୟାକ୍ସ ମଧ୍ୟ ଦେବେ ଏବଂ ଲୋକଙ୍କୁ ରୋଜଗାର ଦେବେ। ମୋର ବିଶ୍ୱାସ ଯେ, ଏହା ବହୁତ ସଫଳ ହେବ। ଟ୍ରମ୍ପଙ୍କୁ ବିଶ୍ୱାସ ଯେ, ଏହି ଭିସାର ଖୁବ୍‌ ଚାହିଦା ବଢିବ। ଏହାକୁ ଖୁବ୍‌ ଶୀଘ୍ର ବିକ୍ରି କରାଯିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.