ନୂଆଦିଲ୍ଲୀ ; ୨୧/୧ : ଆମେରିକା ରାଷ୍ଟ୍ରପତି ଡୋଲାନ୍ଡ ଟ୍ରମ୍ପ ସ୍ବିଜରଲ୍ୟାଣ୍ଡ ଗସ୍ତରେ ଅଛନ୍ତି । ଏଠାରେ ସେ ଓ୍ବାଲ୍ଡ ଇକୋନୋମି ଫୋରମକୁ ସମ୍ବୋଧିତ କରିଛନ୍ତି । ତେବେ ଏଠାରେ ଭାରତୀୟ ସାମ୍ବାଦିକଙ୍କ ସହ ସେ କଥା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଏବଂ ବାଣିଜ୍ୟିକ ଚୁକ୍ତକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ଟ୍ରମ୍ପ ଏହି ବାର୍ତ୍ତାଳାପ ସମୟରେ କହିଛନ୍ତି କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ଭଲ ବ୍ୟକ୍ତି । ସେ ମୋର ଜଣେ ଭଲ ବନ୍ଧୁ । ଆମେ ଏକ ମହାନ ବାଣିଜ୍ୟିକ ଚୁକ୍ତ କରିବାକୁ ଯାଉଛୁ ।

କହି ରଖୁଛୁ କି, ଭାରତ-ଆମେରିକା ମଧ୍ୟରେ ବାଣିଜ୍ୟ ଆଲୋଚନା ପୂର୍ବରୁ ବିଫଳ ହୋଇଥିଲା । ଏହାପରେ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍ ଲଗାଇଥିଲେ । ଅଗଷ୍ଟ ମାସରେ ଟାରିଫ୍ ଲଗାଯାଇଥିଲା । ପରେ ଭାରତ ଋଷଠାରୁ ତୈଳ କିଣିବାରେ ଅତିରିକ୍ତ ୨୫ ପ୍ରତିଶତ ଟାରିଫ୍ ଲଗାଯାଇଥିଲା । ତେବେ ପୂର୍ବରୁ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ଚୁକ୍ତି ନେଇ ଆଲୋଚନା ହେବା ନେଇ କୁହାଯାଉଥିଲା । ଉଭୟ ଦେଶ ମଧ୍ୟରେ ଆସନ୍ତାକାଲି ଆଲୋଚନା ହେବ ବୋଲି ସୂଚନା ମିଳିଛି ।