PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ଏଫବିଆଇ ଉପରେ ଚୋରିର ଅଭିଯୋଗ ଆଣିଲେ ଡୋନାଲ୍ଡ ଟ୍ରମ୍ପ, କହିଲେ ମୋର ତିନି ପାସପୋର୍ଟ ମିଳୁନି

ନୂଆଦିଲ୍ଲୀ, ୧୬/୮ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ବିବାଦର ପୁରୁଣା ସମ୍ବନ୍ଧ ରହିଛି । ଯାହା ଏବେ ବି ସମୟ ସମୟରେ ଦେଖିବାକୁ ମିଳୁଛି । ପୂର୍ବ ସପ୍ତାହରେ ଆମେରିକାର ଯାଞ୍ଚ ଏଜେନ୍ସି ଏଫବିଆଇ ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ପତ୍ତି ମାର-ଏ- ଲାଗୋ ଉପରେ ରେଡ୍ କରିଥିଲା । ପୂର୍ବ ସପ୍ତାହରେ ତାଙ୍କ ବିରୁଦ୍ଧରେ ଏହା ସବୁଠାରୁ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । କିନ୍ତୁ ଏବେ ଗୋଟିଏ ସପ୍ତାହ ପରେ ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡ଼ିଆରେ ଟ୍ବିଟ କରି ଏଫବିଆଇ ଉପରେ ହିଁ ବଡ଼ ଧରଣର ଅଭିଯୋଗ ଲଗାଇଛନ୍ତି । ଏହା କହିଛନ୍ତି କି ଏଫବିଆଇ ଯାଞ୍ଚ ସମୟରେ ତାଙ୍କ ଘରୁ ଚୋରି ହୋଇଛି । ତାଙ୍କର ତିନି ପାସପୋର୍ଟ କେଉଁଆଡେ ହଜିଯାଇଛି ।

ଡୋନଲ୍ଡ ଟ୍ରମ୍ପ ଲେଖିଛନ୍ତି କି ମାର-ଏ-ଲାଗୋ ଉପରେ ରେଡ ସମୟରେ ଏଫବିଆଇ ମୋର ତିନି ପାସପୋର୍ଟ ଚୋରି କରିଛି । ଏହା ଭିନ୍ନ କଥା କି ସେଥିମଧ୍ୟରୁ ଗୋଟିଏ ଏକ୍ସପାୟର ହୋଇଯାଇଛି । କିନ୍ତୁ ବଡ଼ କଥା ଏହାକି ଯେ ଏଭଳି ପ୍ରଥମ ଥର ଦେଖିବାକୁ ମିଳୁଛି କି ଯେତେବେଳେ କୌଣସି ରାଜନୈତିକ ପ୍ରତିଦ୍ବନ୍ଦି ଉପରେ ଏଭଳି ପ୍ରହାର କରାଯାଇପାରେ । ଏହାପୂର୍ବରୁ ବି ଏଫବିଆଇର ଯାଞ୍ଚ ଉପରେ ପ୍ରଶ୍ନ କରି ଟ୍ରମ୍ପ କହିଥିଲେ କି ଏହା ଡେମୋକ୍ରେଟ୍ସର ତାଙ୍କୁ ନିର୍ବାଚନ ଲଢିବାକୁ ରୋକିବାର ଏକ ପ୍ରୟାସ ଅଟେ । ସେ ଚାହୁନାହାନ୍ତି କି ମୁଁ ଆଗାମୀ ନିର୍ବାଚନ ଲଢେ ।

ସୂଚନା ଥାଉକି, ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହ୍ବାଇଟ ହାଉସ ଛାଡ଼ିବା ସମୟରେ ନିଜ ସହ କେତେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ନେଇ ଆସିଥିବା ଅଭିଯୋଗ ଲାଗିଛି । ଏବେ ପର୍ଯ୍ୟନ୍ତ ଏଫବିଆଇକୁ ତାଙ୍କ ନିକଟରୁ ଏଭଳି କିଛି ତଥ୍ୟ ମିଳିପାରିନାହିଁ, ମାତ୍ର ରିପୋର୍ଟ ଅନୁଯାୟୀ ଯାଞ୍ଚ ଜାରି ରହିଛି ।