ନୂଆଦିଲ୍ଲୀ, ୧୧/୧୨ : ୨୦୨୫ ଜୁଲାଇ ମାସରେ ଭାରତ ଉପରେ ୨୫ ପ୍ରତିଶତ ଟାରିଫ୍ କଷିଥିଲେ ଆମେରିକା ରାଷ୍ଟ୍ରପତି। ଭାରତ ଅର୍ଥନୀତିକୁ ଡେଡ୍ ଇକୋନୋମି କହି ଆକ୍ଷେପ କରିଥିଲେ ଡୋନାଲ୍ଡ ଟ୍ରମ୍ପ। ହେଲେ ଏବେ ଆମେରିକୀୟ କମ୍ପାନୀ ଭାରତ ମୁହାଁ ହୋଇଛନ୍ତି। ଭାରତରେ କୋଟି କୋଟି ଟଙ୍କାର ନିବେଶ କରି ବ୍ୟବସାୟ କରିବାକୁ ଘୋଷଣା କରିଛନ୍ତି। ମାଇକ୍ରୋସପ୍ଟ ଠାରୁ ନେଇ ଆମାଜନ, ଗୁଗଲ ଏବଂ ଓପନଏଆଇ ଭଳି କମ୍ପାନୀ ଭାରତରେ ବଡ଼ ନିବେଶ କରିଛନ୍ତି। ଏଆଇ ମାର୍କେଟ୍ ବିସ୍ତାର ଲକ୍ଷ୍ୟରେ ମାଇକ୍ରୋସପ୍ଟ ସିଇଓ ସତ୍ୟ ନଡେଲା ଭାରତରେ ୧.୫୭ ଲକ୍ଷ କୋଟିର ନିବେଶ କରିଛନ୍ତି। ତେବେ ଜାଣିଛନ୍ତି କି ? ଯେଉଁ ଦେଶର ଅର୍ଥନୀତିକୁ ଡେଡ ଇକୋନୋମି କହି ତାତ୍ସଲ୍ୟ କରିଥିଲେ ଟ୍ରମ୍ପ, ସେହି ଦେଶରେ ଏତେ ଟଙ୍କାର ନିବେଶ କରିବାକୁ କାହିଁକି ଧାଇଁ ଆସୁଛନ୍ତି ଆମେରିକୀୟ କମ୍ପାନୀ ?

ଭାରତରେ କାହିଁକି ନିବେଶ କରୁଛନ୍ତି କମ୍ପାନୀ ?

୧- ଭାରତରେ ଇଣ୍ଟରନେଟ୍ ୟୁଜର୍ସ, ସ୍ମାର୍ଟଫୋନ ୟୁଜ୍ ଏବଂ ଡିଜିଟାଲ ସର୍ଭିସର ଅଧିକ ଡିମାଣ୍ଡ୍ ରହିଛି। ଏହି କାରଣରୁ ଭାରତ ଏଆଇ ସର୍ଭିସ୍, କ୍ଲାଉଡ୍ ସର୍ଭିସ୍, ଡାଟା ପ୍ରୋସେସିଂ ପାଇଁ ବଡ଼ ମାର୍କେଟ୍।

୨-ଏଆଇ ମଡେଲ୍ ଏବଂ କ୍ଲାଉଡ ଇନଫ୍ରାଷ୍ଟ୍ରକ୍ଚର ପାଇଁ ଡାଟା, ୟୁଜର୍ସ ବେସ୍ ଏବଂ କ୍ଵାଲିଟି ନେଟୱାର୍କ ଖୁବ୍ ଜରୁରୀ। ଭାରତରେ ଏହି ସର୍ଭିସ୍ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଯାହାକି ନିବେଶ ପାଇଁ ବାଟ ଖୋଲୁଛି।

୩-ଭାରତରେ ଟେକ୍, ଇଞ୍ଜିନିୟରଂ ଏବଂ ସପ୍ଟଓୟାର ଡେଭଲପରେ ଖୁବ୍ କୁଶଳୀ ଲୋକ ଅଛନ୍ତି। ଏଠାରେ ସର୍ଭର/ଡାଟା-ସେଣ୍ଟର ପରିଚାଳନା ଏବଂ ଚଲାଇବା ଖର୍ଚ୍ଚ ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ଦେଶ ତୁଳନାରେ ବହୁତ କମ୍।

୪-ଭାରତରେ ପ୍ରଥମରୁ ବହୁ ଆଇଟି ସର୍ଭିସ୍, ଡାଟା ସେଣ୍ଟର, କ୍ଲାଉଡ୍ ସର୍ଭିସ୍ ପ୍ରୋଭାଇଡର୍ସ ଏବଂ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଷ୍ଟାର୍ଟ-ଅପ୍ କଲଚର ଅଛି। ଏହାଦ୍ଵାରା ୟୁଏସ୍ କମ୍ପାନୀ ନିଜ ଏଆଇ-ହବ୍, କ୍ଲାଉଡ କିମ୍ଵା ମଡେଲ ଡେଭଲପମେଣ୍ଟ ସେଣ୍ଟର ଖୋଲିବାରେ ସୁବିଧା ହେଉଛି।

୫- ଏଆଇ ଏବଂ କ୍ଲାଉଡ ଟେକ୍ନୋଲୋଜୀ ବୈଶ୍ଵିକ ସ୍ତରରେ ବଡ଼ ଟ୍ରେଣ୍ଡ୍ ରେ ଅଛି। ତେଣୁ ମାଇକ୍ରୋସପ୍ଟ, ଗୁଗଲ, ଆମାଜନ ଭଳି ଆମେରିକୀୟ କମ୍ପାନୀ ଏଆଇ ମଡେଲ, କ୍ଲାଉଡ୍ ସର୍ଭିସେସ୍, ଡାଟା ହବ୍ ବୈଶିକ ସ୍ତରରେ ବିସ୍ତାର କରିବାକୁ ଚାହୁଁଛନ୍ତି। ଏହାଦ୍ଵାରା ସେମାନେ ବି ଲାଭବାନ୍ ହେବେ।

ଅଧିକ ପଢନ୍ତୁ- AI ପାଇଁ ଭାରତରେ ୧.୫ ଲକ୍ଷ କୋଟି ଟଙ୍କାର ନିବେଶ କରିବ ମାଇକ୍ରୋସଫ୍ଟ , ସତ୍ୟ ନାଡେଲାଙ୍କ ଘୋଷଣା​​​​​​​