ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଭୀଷଣ ଥଣ୍ଡା ଯୋଗୁଁ ବଦଳିଲା ଟ୍ରମ୍ପଙ୍କ ଶପଥ ସମାରୋହର ସ୍ଥାନ

Published By : Anindita Ratha | January 18, 2025 9:01 AM

ନୂଆଦିଲ୍ଲୀ, ୧୮/୦୧: ଆସନ୍ତା ୨୦ ତାରିଖକୁ ଆମେରିକା ଉପରେ ସମସ୍ତଙ୍କ ନଜର । ଏହି ଦିନ ଆମେରିକାର ନୂଆ ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ ଶପଥ ନେବାକୁ ଯାଉଛନ୍ତି । ହେଲେ ପାଣିପାଗ ବିଭାଗର ଥଣ୍ଡାକୁ ନେଇ ଜାରି କରାଯାଇଥିବା ଆଲର୍ଟ ଯୋଗୁଁ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହର ସ୍ଥାନ ମଧ୍ୟ ବଦଳିଥିବା ସୂଚନା ମିଳିଛି। 

ଆମେରିକାର ନୂଆ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହ ପ୍ରବଳ ଥଣ୍ଡା ଯୋଗୁଁ ବାହାରେ ନୁହେଁ ବରଂ ସୋମବାର (ଜାନୁୟାରୀ ୨୧) ଆମେରିକାର କ୍ୟାପିଟାଲ ଭିତରେ ହେବ। ୪୦ ବର୍ଷ ମଧ୍ୟରେ ଏହା ପ୍ରଥମ ଥର ହେବ ଯେଉଁଥିରେ ଆମେରିକାର ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହ କ୍ୟାପିଟାଲ ଭିତରେ ଅନୁଷ୍ଠିତ ହେବ।ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର  ଦିନ ସୋସିଆଲ ପ୍ଲାଟଫର୍ମରେ ଏନେଇ କହିଛନ୍ତି, "ଦେଶରେ ଏକ ଆର୍କଟିକ୍ ଝଡ ଚାଲିଛି। ମୁଁ ଚାହେଁ ନାହିଁ ଯେ ଲୋକମାନେ କୌଣସି ପ୍ରକାରେ ଆଘାତ ପ୍ରାପ୍ତ ହୁଅନ୍ତୁ କିମ୍ବା ଆହତ ହୁଅନ୍ତୁ ।  ତେଣୁ ମୁଁ ପ୍ରାର୍ଥନା ଏବଂ ଅନ୍ୟାନ୍ୟ ଭାଷଣ ବ୍ୟତୀତ ଉଦଘାଟଣା ଭାଷଣ ଆମେରିକାର କ୍ୟାପିଟାଲ ରୋଟୁଣ୍ଡାରେ ଦେବା ନେଇ ଆଦେଶ ଦେଇଛି । "

ଏହା ମଧ୍ୟ ପଢନ୍ତୁ-ଚର୍ଚ୍ଚାରେ ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ହେୟାର ଷ୍ଟାଇଲ, ଭିଡିଓ ହେଲା ଭାଇରାଲ...!

ତେବେ ଏହାପୂର୍ବରୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ରୋନାଲ୍ଡ ରିଗାନ ମଧ୍ୟ ଶୀତ ହେତୁ ଶପଥ ଗ୍ରହଣ ସମାରୋହର ସ୍ଥାନ ପରିବର୍ତ୍ତନ କରିଥିଲେ। ୧୯୮୫ ରେ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ରୋନାଲ୍ଡ ରିଗାନ ମଧ୍ୟ ଥଣ୍ଡା ହେତୁ ରୋଟୁଣ୍ଡାରେ ଭାଷଣ ଦେଇଥିଲେ। ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଆମେରିକାର କ୍ୟାପିଟାଲ ବାହାରେ ଥିବା ନ୍ୟାସନାଲ ମଲରେ ଏହି ସମାରୋହ ଅନୁଷ୍ଠିତ ହେବାର ଥିଲା। ସୋମବାର ୱାଶିଂଟନରେ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମୟରେ ତାପମାତ୍ରା ମାଇନସ୍  ଡିଗ୍ରୀ ସେଲସିୟସ ହେବ ବୋଲି ଆଶା କରାଯାଉଛି। ଏହି ଅବଧିରେ, ଥଣ୍ଡା ଯୋଗୁଁ  ଲୋକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଏଥିସହ ଟ୍ରମ୍ପ କହିଛନ୍ତି ଯେ, ସମର୍ଥକମାନେ ଏହି ଉତ୍ସବକୁ କ୍ୟାପିଟାଲ ୱାନ ଆରେନା ଭିତରେ ପରଦାରେ ଦେଖିପାରିବେ। କ୍ୟାପିଟାଲ୍ ୱାନ୍ ଆରେନା ୱାଶିଂଟନ୍ ସିଟିରେ ଅବସ୍ଥିତ ଏକ ପେସାଦାର ବାସ୍କେଟବଲ୍ ଏବଂ ହକି ମୈଦାନ, ଯେଉଁଥିରେ ୨୦,୦୦-୦ ଲୋକ ବସିପାରିବେ |

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.