ନୂଆଦିଲ୍ଲୀ,୫।୪: ଆମେରିକା ଓ ଇରାନ ଭିତରେ ଯୁଦ୍ଧ ଏବେ ପ୍ରାୟ ୫ ସପ୍ତାହରେ ପହଁଞ୍ଚି ସାରିଛି। ୨୮ ଫେବୃଆରୀରେ ଆମେରିକା ଓ ଇସ୍ରାଏଲ ଇରାନ ଉପରେ ବଡ଼ ଧରଣର ଆକ୍ରମଣ କରିଥିଲେ। ସେବେଠାରୁ ଦୁଇ ଦେଶ ମୁହାଁମୁହିଁ ହୋଇଛନ୍ତି। ଇରାନ ଏହାର ଜବାବ୍ରେ ଷ୍ଟେ୍ରଟ୍ ଅଫ୍ ହର୍ମୁଜ ବନ୍ଦ କରିଦେଇଛି, ଅର୍ଥାତ ସମୁଦ୍ର ରାସ୍ତା, ଯାହାଦ୍ବାରା ଦୁନିଆର ୨୦ ପ୍ରତିଶତ ତେଳ ଯାଇଥାଏ। ଯୁଦ୍ଧ ନିଜର ଚରମ ସ୍ଥିତିରେ ରହିଛି। ଆମେରିକା ନିଜର ଦୁଇ ପାଇଲଟଙ୍କୁ ରେସକ୍ୟୁ କରି ଇରାନଠାରୁ ବଞ୍ଚାଇବାରେ ସଫଳ ହୋଇଛି।
ଅନ୍ୟପକ୍ଷେ ରାଷ୍ଟ୍ରପତି ଡୋନାଲ୍ହୋ ଟ୍ରମ୍ପଙ୍କ ୧୦ ଦିନର ଅଲ୍ଟିମେଟମ୍ ଶେଷ ହେବାକୁ ଯାଉଛି। ଟ୍ରମ୍ପ ଅଲ୍ଟିମେଟ ଦେଇଥିଲେ ଇରାନ ଆଗାମୀ ୧୦ ଦିନ ଭିତରେ ଯଦି ହର୍ମୁଜ ନଖୋଲିବ, ତେବେ ତା ଉପରେ ଏତେ ଆକ୍ରମର କରାଯିବ ଯେ, ତେହରାନ ଧ୍ବଂସ ହୋଇଯିବ। ଏସବୁ ଭିତରେ ଟ୍ରମ୍ପ ପୁଣିଥରେ ଇରାନକୁ ଧମକ ଦେଇଛନ୍ତି। ସେ ତାଙ୍କର ପାଓ୍ବାର ପ୍ଲାଣ୍ଟ୍ ଓ ଅନ୍ୟ ଇନଫ୍ରାଷ୍ଟକଚରକୁ ଟାର୍ଗେଟ କରିବେ। ମଙ୍ଗଳବାର ଧ୍ବଂସ କରିବାର ଚେତାବନୀ ଦେଇଛନ୍ତି ଟ୍ରମ୍ପ।
ଆମେରିକା ରାଷ୍ଟ୍ରପତି ନିଜର ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି, ଯାହାକି ଏବେ ପୁରା ଦୁନିଆରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। ସେ କହିଛନ୍ତି, ମଙ୍ଗଳବାର ଇରାନରେ ‘ପାଓ୍ବାର ପ୍ଲାଣ୍ଟ ଡେ’ ଓ ‘ବ୍ରିଜ୍ ଡେ’ ହେବ। ଏହାର ଅର୍ଥ ସେ ସ୍ପଷ୍ଟ ଭାବରେ ଧମକ ଦେଇଛନ୍ତି ଯେ, ଇରାନର ବିଜୁଳି ଘର ଓ ବ୍ରିଜ୍ ଉପରେ ଆକ୍ରମଣ କରିବେ। ଏହାପରେ ସେ ଗାଳି ଦେଇ କହିଥିଲେ, ହର୍ମୁଜ ଖୋଲ, ନଚେତ୍ ତୁମେ ନର୍କରେ ରହିବ। କେବଳ ଦେଖ।’ ଏବଂ ଶେଷରେ, ସେ ଲେଖିଲେ, ‘ଆଲ୍ଲାଙ୍କର ପ୍ରଶଂସା କର।’ ଏହି ପୋଷ୍ଟଟି ମଧ୍ୟ ଆଶ୍ଚର୍ଯ୍ୟଜନକ କାରଣ ଆମେରିକା ରାଷ୍ଟ୍ରପତି ଖୋଲାଖୋଲି ଭାବରେ ଏହି ଉପାୟରେ ଏକ ଦେଶକୁ ଅପମାନିତ ଏବଂ ଧମକ ଦେଇଛନ୍ତି। ଏହି ବିବୃତ୍ତି ସମସ୍ତ କୂଟନୈତିକ ମର୍ଯ୍ୟାଦାକୁ ଉଲଂଘନ କରେ।