ନୂଆଦିଲ୍ଲୀ : ଆମେରିକା ଇରାନ ଉପରେ ଆକ୍ରମଣକୁ ଜୋରଦାର କରିବ। ଶନିବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଇଛନ୍ତି କଡ଼ା ଚେତାବନୀ। ନୂଆ ଟାର୍ଗେଟ୍କୁ ହାସଲ କରିବା ପାଇଁ ଆକ୍ରମଣ ବଢାଇବାକୁ ଧମକ ଦେଇଛନ୍ତି। ଟ୍ରମ୍ପ ତାଙ୍କର ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟ୍ରୁଥ୍ରେ ପୋଷ୍ଟ କରିଥିଲେ , ଆଜି ଇରାନ ଉପରେ ବହୁତ ଜୋରଦାର ଆକ୍ରମଣ ହେବ।
ସେ ଆହୁରି କହିଛନ୍ତି , ଇରାନର ଖରାପ ବ୍ୟବହାର କାରଣରୁ ସେହି ଅଞ୍ଚଳ ଓ ଲୋକଙ୍କ ଗ୍ରୁପ୍କୁ ସଂପୂର୍ଣ୍ଣ ରୂପେ ଧ୍ୱଂସ କରିବା ଓ ନିର୍ଦ୍ଦିଷ୍ଟ ମୃତ୍ୟୁ ନେଇ ଗୁରୁତର ସହ ଚିନ୍ତା କରାଯାଉଛି, ଯାହାଙ୍କୁ ଏବେ ସୁଦ୍ଧା ଟାର୍ଗେଟ୍ କରିବା ବିଷୟରେ ଚିନ୍ତା କରାଯାଇ ନଥିଲା। ତାଙ୍କର ଏହି ଟିପ୍ପଣୀ ଇରାନର ପ୍ରେସିଡେଣ୍ଟ ମସୁଦ ପେଜେଶକିୟାନଙ୍କ ଶନିବାର ଏହା କହିବା ପରେ ଆସିଛି ଯେ, ତାଙ୍କ ଦେଶ କେବେ ବି ଇସ୍ରାଏଲ ଆମେରିକା ସାମ୍ନାରେ ସରେଣ୍ଡର କରିବ ନାହିଁ।
ପେଜେଶକିୟାନ ସରକାରୀ ଟିଭିରେ ବ୍ରଡକାଷ୍ଟ ଏକ ଭାଷଣରେ , ଇରାନ କରିଥିବା ଆକ୍ରମଣ ପାଇଁ ନିକଟବର୍ତ୍ତୀ ଉପସାଗରୀୟ ଦେଶ ଗୁଡ଼ିକୁ କ୍ଷମା ମାଗି ଥିଲେ ଏବଂ କହିଥିଲେ , ତେହରାନ ତାର ପଡୋଶୀଙ୍କୁ ସେପର୍ଯ୍ୟନ୍ତ ଟାର୍ଗେଟ୍ କରିବ ନାହିଁ , ଯେପର୍ଯ୍ୟନ୍ତ ଆକ୍ରମଣ ତାଙ୍କ ତରଫରୁ ନହୋଇଛି। ଟ୍ରମ୍ପ ତାଙ୍କର ପୋଷ୍ଟରେ ପେଜେଶକିୟାନଙ୍କ କ୍ଷମାକୁ ଉଲ୍ଲେଖ କରି କହିଛନ୍ତି , ଇରାନ କ୍ଷମା ମାଗିଛି ଏବଂ ନିଜକୁ ମିଡିଲ ଇଷ୍ଟ ପଡୋଶୀଙ୍କ ପାଖରେ ସରେଣ୍ଡର କରିଦେଇଛି, ଏବଂ ପ୍ରତିଶ୍ରୁତି ଦେଇଛି ଏବେ ସେମାନଙ୍କ ଉପରେ ଆକ୍ରମଣ କରିବ ନାହିଁ। ଟ୍ରମ୍ପ ଲେଖିଛନ୍ତି , ଏହି ପ୍ରତିଶ୍ରୁତି କେବଳ ଆମେରିକା ଓ ଇସ୍ରାଏଲର ବାରମ୍ୱାର ଆକ୍ରମଣର କାରଣରୁ କରାଯାଇ ଥିଲା। ସେ ଏହା ମଧ୍ୟ କହିଛନ୍ତି ଯେ, ଇରାନ ଏବେ ମିଡିଲ ଇଷ୍ଟର ବୁଲି(bully) ହୋଇ ରହି ନାହିଁ , ବରଂ ସେ ମିଡିଲ ଇଷ୍ଟର ଲୁଜର ଏବଂ ଅନେକ ଦଶନ୍ଧି ଯାଏ ଏମିତି ହିଁ ରହିବେ, ଯେପର୍ଯ୍ୟନ୍ତ ସେ ସରେଣ୍ଡର ନକରିଛନ୍ତି ।