ଯାଜପୁର, ୨୬।୪ : ବାହାଘର ପ୍ରସେସନ ବେଳେ ଅଘଟଣ। ବାଣ ପଡି ଜଳିଗଲା ଘର। ୪ବଖରା ଘର ପୋଡିଯିବା ସହ ବହୁ ମୂଲ୍ୟବାନ ଆସଭାବ ପତ୍ର ନଷ୍ଟ। ପାଣିକୋଇଲି ଥାନା ଠାକୁର ପାଟଣା ଗ୍ରାମରେ ଏହି ଅଘଟଣ ଘଟିଛି।
ପାଣିକୋଇଲି ଥାନା ଠାକୁର ପାଟଣା ଗ୍ରାମରେ ଆଜି ଏକ ବାହାଘର ପ୍ରସେସନ ଯାଉଥିଲା। ପ୍ରସେସନରେ ବାଣ ଫୁଟାଯାଇଥିଲା। ଗ୍ରାମରେ ଥିବା ନନ୍ଦ କିଶୋର ମାଝୀଙ୍କ ଘରେ ବାଣ ପଡିଥିଲା। ବାଣ ପଡିବା ପରେ ଘରେ ନିଆଁ ଲାଗିଯାଇଥିଲା। ଖବର ପାଇ ଯାଜପୁର ରୋଡ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ନନ୍ଦକିଶୋରଙ୍କ ୪ ବଖରା ପୋଡିଯିବା ସହ ବହୁ ମୂଲ୍ୟମାନ ଜିନିଷ ପୋଡିଯାଇଛି।
ଆହୁରି ପଢନ୍ତୁ : ଅସହ୍ୟ ତାତି : ଝାରସୁଗୁଡାରେ ତାପମାତ୍ରା ୪୪.୮ ଡିଗ୍ରୀ