ନୂଆଦିଲ୍ଲୀ,୧୮/୦୮: ଋଷ-ୟୁକ୍ରେନ ଯୁଦ୍ଧବିରତି ପ୍ରସଙ୍ଗ ଉପରେ ଆଜି (ସୋମବାର) ହ୍ୱାଇଟ୍‌ ହାଉସ୍‌ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡମିର ଜେଲେନ୍‌ସ୍କି । ଉଭୟ ନେତାଙ୍କ ମଧ୍ୟରେ ହେବାକୁ ଥିବା ଏହି ବୈଠକରେ ୟୁରୋପୀୟ ନେତାମାନେ ସାମିଲ ହେବେ । ଶାନ୍ତି ଚୁକ୍ତି ପାଇଁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ କଥାବାର୍ତ୍ତା ଟ୍ରମ୍ପ । ପୂର୍ବରୁ ଆଲାସ୍କାରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ସହ ଆଲୋଚନା କରିଥିଲେ ଟ୍ରମ୍ପ । ତେବେ ଜେଲେନ୍‌ସ୍କି ଓ ଟ୍ରମ୍ପଙ୍କ ବୈଠକ ପୂର୍ବରୁ ବାର୍ତ୍ତା ଦେଇଛନ୍ତି ଦୁଇନେତା ।

ଟ୍ରମ୍ପଙ୍କ ସହ ସାକ୍ଷାତ ପୂର୍ବରୁ ଜେଲେନ୍‌ସ୍କି କହିଛନ୍ତି, ''ଏହା ଏକ ଐତିହାସିକ ନିର୍ଣ୍ଣୟ ଯେ, ସଂଯୁକ୍ତ ରାଷ୍ଟ୍ର ଆମେରିକା ୟୁକ୍ରେନ୍‌ର ସୁରକ୍ଷା ଗ୍ୟାରେଣ୍ଟିରେ ଭାଗ ନେବାକୁ ପ୍ରସ୍ତୁତ ଅଛନ୍ତି । ଏହି ଗ୍ୟାରେଣ୍ଟି ଆମର ସଂଯୁକ୍ତ ପ୍ରୟାସର ପରିମାଣ ହେବା ଦରକାର । ସ୍ଥଳ, ଜଳ ଓ  ଆକାଶ ମାର୍ଗର ସୁରକ୍ଷାରେ ସାମିଲ ହେଉ । ୟୁରୋପ ଭାଗିଦାରୀ ସହ ବିକଶିତ କରାଯାଉ । ଋଷ ସହିତ ଆଲୋଚନା ବର୍ତ୍ତମାନର ଆଗ ଧାଡିରୁ ଆରମ୍ଭ ହେବା ଉଚିତ। ''

କ'ଣ କହିଲେ ଟ୍ରମ୍ପ ? ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୋଷ୍ଟ କରି କହିଛନ୍ତି, "ଯଦି ୟୁକ୍ରେନର ରାଷ୍ଟ୍ରପତି ଜେଲେନ୍‌ସ୍କି ଚାହାଁନ୍ତି, ସେ ଋଷ ସହିତ ଯୁଦ୍ଧ ତୁରନ୍ତ ସମାପ୍ତ କରିପାରିବେ, ନହେଲେ ସେ ଯୁଦ୍ଧ ଜାରି ରଖିବେ  । କିମ୍ବା ସେ ଯୁଦ୍ଧ ଜାରି ରଖିପାରିବେ। ଏହା କିପରି ଆରମ୍ଭ ହୋଇଥିଲା ଥରେ ମନେ ପକାନ୍ତୁ । ଓବାମାଙ୍କ ଦ୍ୱାରା ଦିଆଯାଇଥିବା କ୍ରିମିଆକୁ ଫେରାଇ ଦିଆଯିବ ନାହିଁ ଏବଂ ୟୁକ୍ରେନ ନାଟୋରେ ପ୍ରବେଶ କରିବ ନାହିଁ । କିଛି ଜିନିଷ କେବେ ପରିବର୍ତ୍ତନ ହୁଏ ନାହିଁ ।'' 

ଋଷ ଚାହୁଁଛି ସୁରକ୍ଷା ଗ୍ୟାରେଣ୍ଟି- ଏହାରି ଭିତରେ ବିୟନାରେ  ଅନ୍ତର୍ଜାତୀୟ ସଂଗଠନରେ ଋଷ ଦୂତ ମିଖାଇଲ ଉଲ୍ଲାନେବ କହିଛନ୍ତି, ''ମସ୍କୋ ଏହି କଥାରେ ସହମତ ଯେ, କୌଣସି ଶାନ୍ତି ବୁଝାମଣାରେ ୟୁକ୍ରେନ୍‌ ପାଇଁ ବିଶ୍ୱସନୀୟ ଗ୍ୟାରେଣ୍ଟି ସାମିଲ ହେବା ଦରକାର । ଋଷକୁ ବି ସୁରକ୍ଷା ଗ୍ୟାରେଣ୍ଟି ଦରକାର । ବିଶ୍ୱାସନୀୟ ଆଶ୍ୱସନା ମିଳିବା ଦରକାର ।''

ୟୁକ୍ରେନ୍‌କୁ ୟୁରୋପୀୟ ଦେଶର ସମର୍ଥନ- ଜେଲେନ୍‌ସ୍କି ୟୁରୋପୀୟ ଦେଶଗୁଡ଼ିକୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ, ''ସେମାନେ ଆମର ସ୍ଥିତିକୁ ସୁଦୃଢ଼ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିୟାନ ଦେଇଛନ୍ତି । ୟୁରୋପୀୟ ନେତାମାନେ ମଧ୍ୟ ଏହି ପଦକ୍ଷେପକୁ ସମର୍ଥନ କରିଛନ୍ତି । ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ କିଏର ଷ୍ଟାର୍ମର ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଯୁଦ୍ଧ ରୋକିବାକୁ ଏକ ଆଶ୍ୱସନା ବଳର ସମର୍ଥନ ଦେବାକୁ ପ୍ରତିବଦ୍ଧତା ଦେଖାଇଛନ୍ତି । ସେହପରି ଜର୍ମାନୀ ଏବଂ ୟୁରୋପୀୟ ଆୟୋଗ ଜେଲେନ୍‌ସ୍କିଙ୍କ ସହିତ ମିଶି ପୃଷ୍ଟି କରିଛନ୍ତ କି ସୀମା ବଳରେ ସ୍ଥିତିରେ ପରିବର୍ତ୍ତନ ହେବ ନାହିଁ ।''