ଅନୁଗୁଳ,୨୩।୫ : ପାରିବାରିକ କଳହର କରୁଣ ପରିଣତି l ଭିଣୋଇର ଛୁରା ମାଡ଼ରେ ଶାଳକ ଗୁରୁତର l ଗଞ୍ଜାମ ଜିଲ୍ଲା ଆସିକା ନୁଆଁ ବସଷ୍ଟାଣ୍ଡ ଠାରେ ଏହି ଘଟଣା ଘଟିଛି। ଗୁରୁତର ଶାଳକ ଜଣଙ୍କ ହେଲେ ବରଗଡ଼ ଥାନା ଅନ୍ତର୍ଗତବାହଁରପୁର ପଞ୍ଚାୟତ ବାଖରକଟା ଗ୍ରାମର କଂସ ଡାକୁଆ l
ସୂଚନାରେ ଭିଣୋଇ କୁନା ଡାକୁଆ ପ୍ରତେକ ଦିନ ତାଙ୍କ ସ୍ତ୍ରୀକୁ ମାଡ଼ ମାରୁଥିଲେ l ଆଜି ମଧ୍ୟ ତାଙ୍କ ସ୍ତ୍ରୀକୁ କୌଣସି କାରଣକୁ ନେଇ ମାଡ଼ ମାରିଥିଲା। ପରେ ରାଗରେ ଘରୁ ବାହାରି ଆସିକାକୁ ଚାଲି ଆସିଥିଲେ l ପରେ ଶାଳକ କଂସ ଭିଣୋଇଙ୍କୁ ବୁଝାସୁଝା କରିବା ସହ ଘଟଣାରେ ଆଲୋଚନା କରିବା ପାଇଁ ଭିଣୋଇଙ୍କ ପାଖକୁ ଆସିଥିଲେ l ଭଉଣୀକୁ ମାଡ଼ ମାରିବା କଥା ଭିଣୋଇଙ୍କୁ ପଚାରିବାରୁ ପ୍ରଥମେ ଦୁହିଁଙ୍କ ଭିତରେ ବଚସା ହୋଇଥିଲା। ପରେ ଭିଣୋଇ ଜଣଙ୍କ ରାଗରେ ଶାଳକ ଜଣଙ୍କୁ ଛୁରାମାଡ଼ କରିଥିଲେ l ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ଆସିକା ପରେ ବ୍ରହ୍ମପୁର ଏମ୍. କେ. ସି. ଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l ଅପର ପକ୍ଷରେ ଘଟଣା ସ୍ଥଳରେ ଆସିକା ପୋଲିସ ପହଂଚି ଅଭିଯୁକ୍ତ ଭିଣୋଇଙ୍କୁ ଅଟକ ରଖି ପଚରାଉଚରା କରିବା ସହ ଘଟଣାର ତଦନ୍ତ କରୁଛି l
ଆହୁରି ପଢନ୍ତୁ : ଜୋରସୋରରେ ଚାଲିଛି ଗୁଣ୍ଡିଚା ମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ