ପ୍ରମୁଖ ଖବର
  • କେନ୍ଦୁଝର : ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା, ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ
  • ||
  • କଟକ : କାଠଯୋଡି ନଦୀରୁ ଅଚିହ୍ନା ଶବ ଉଦ୍ଧାର
  • ||
  • ଭୁବନେଶ୍ୱର: ବୁଧବାର ଜମୁଛି ବେପାର, ଆମିଷ ଦର ତାଲିକା ମାରିବା ବାଧ୍ୟତାମୂଳକ
  • ||
  • ଭୁବନେଶ୍ୱର: ଟିଟିଏସ୍‌ରୁ ଅଳିଆ ହଟାଇବାକୁ ବିଏମ୍‌ସିର ଜୋରଦାର୍‌ ପ୍ରୟାସ, ୧୫ ଦିନରେ ୧୮ ହଜାର ଟନ୍‌ ପ୍ରୋସେସିଂ
  • ||
  • ଉତ୍ତରକାଶୀ: ଏମିତି କଟିଲା ୧୭ ଦିନ; ଭିଡିଓ ଗେମ୍‌, ଚେସ୍‌ର ବି ମଜାନେଲେ ଯୋଗ, ବ୍ୟାୟାମ କରି ନିଜକୁ ଫିଟ୍‌ ରଖିଲେ
  • ||
  • ଭୁବନେଶ୍ଵର : ୩୦ରେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାଇକେଲ୍‌ ବ୍ରାଣ୍ଡିଂ, ଲାଗିବ ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ ଷ୍ଟିକର
  • ||
  • ଭୁବନେଶ୍ଵର : ବାତ୍ୟା ପାଇଁ ସଜାଗ ୭ ଜିଲ୍ଲା, ଚାଷୀଙ୍କୁ ଅଦିନିଆ ବର୍ଷା ଚିନ୍ତା
  • ||

ଧନତେରସ ଦିନ ଭୁଲରେ ବି କିଣନ୍ତୁନି ଏହି ସବୁ ଜିନିଷ, ନଚେତ୍ ହୋଇଯିବେ କାଙ୍ଗାଳ

ନୂଆଦିଲ୍ଲୀ  ୦୧/୧୦ : ଏଥର ଦୀପର ପର୍ବ ଦୀପାବଳି ଅକ୍ଟୋବର ୨୫ ତାରିଖରେ ପଡୁଛି। ହିନ୍ଦୁ ଧର୍ମରେ ଦୀପାବଳିର ବିଶେଷ ମହତ୍ତ୍ୱ ରହିଛି। ଦୀପାବଳି ଭଳି ଧନତେରସର ମଧ୍ୟ ଅନେକ ମହତ୍ତ୍ୱ ରହିଛି। ଏହି ଦିନ ସୁନା, ରୁପା, ବାସନ, ଝାଡୁ ଭଳି ଅନେକ ଜିନିଷ କିଣାକିଣି କରାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ ଏହି ଦିନ କିଣାକିଣି କରିବା ବହୁତ ଶୁଭ ବୋଲି କୁହାଯାଏ। ଏହି ଦିନ କିଣାକିଣି କଲେ ଧନ ବୃଦ୍ଧି ହୋଇଥାଏ ବୋଲି କୁହାଯାଏ। ସେଥିପାଇଁ ଧନତେରସ ଦିନ ବଜାରରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥାଏ। ତେବେ ଏହି ଦିନ କିଛି ଜିନିଷ କିଣିବା ଉଚିତ ନୁହେଁ । କାରଣ ଏହା ଅଶୁଭ ହୋଇଥାଏ। ତେବେ ଧନତେରସ ଦିନ କେଉଁ କେଉଁ ଜିନିଷ କିଣିବା ଉଚିତ ନୁହେଁ ଆସନ୍ତୁ ଜାଣିବା।

{"width":631,"height":394}
Saily Glass Enterprises in Camp Offers Some Unique Glassware Gifting  Options | WhatsHot Pune

କାଚ ଜିନିଷ:

ଧନତେରସ ଦିନ କାଚ କିମ୍ବା କାଚରେ ତିଆରି ଜିନିଷ କିଣିବା ଅଶୁଭ ହୋଇଥାଏ। କାଚର ସମ୍ପର୍କ ରାହୁ ଗ୍ରହ ସହ ରହିଛି। ସେଥିପାଇଁ ଧନତେରସ ଭଳି ଶୁଭ ଦିନରେ କାଚ ଜିନିଷ କିଣିବାକୁ ବାରଣ କରାଯାଇଥାଏ।

{"width":637,"height":470}

ଧାରୁଆ ଜିନିଷ:

ଧନତେରସ ଦିନ ଧାରୁଆ ଜିନିଷ କିମ୍ବା ଅସ୍ତ୍ର କିଣିବା ଅନୁଚିତ। ଯେପରିକି ଛୁରୀ, କଇଁଚି, ଖଣ୍ଡା ଭଳି ଜିନିଷ କିଣିବା ଉଚିତ ନୁହେଁ। ଧନତେରସରେ ଧାରୁଆ ଜିନିଷ କିଣିବା ଅଶୁଭ ବୋଲି କୁହାଯାଏ।

{"width":636,"height":421}
32 Kitchen Items That Prove Cast Iron Is Serious Business

ଲୁହା ଜିନିଷ:

ଧନତେରସ ଦିନ ଲୁହାରେ ତିଆରି ଜିନିଷ କିଣିବା ଅଶୁଭ ହୋଇଥାଏ। ଜ୍ୟୋତିଷଶାସ୍ତ୍ର ଅନୁସାରେ, ଯଦି କେହି ଏହି ଦିନ ଲୁହାରେ ତିଆରି ଜିନିଷ ଯେପରିକି କଣ୍ଟା, ଲୁହା ଛଡ଼ କିମ୍ବା ଲୁହାରେ ତିଆରି ଯେକୌଣସି ଜିନିଷ ଘରକୁ ଆଣିଲେ ପରିବାର ଉପରେ ରାହୁ ଗ୍ରହର ଅଶୁଭ ଛାଇ ପଡିଥାଏ।

{"width":634,"height":423}

କଳା ଜିନିଷ:

ଧନତେରସ ଦିନ କଳା ଜିନିଷ ମଧ୍ୟ କିଣିବା ଉଚିତ ନୁହେଁ। ଯେପରିକି କଳା କପଡା, କଳା ଜୋତା, କୋଇଲା ଇତ୍ୟାଦି। ଏହି ଦିନ ଏହିସବୁ ଜିନିଷ ଘରକୁ ଆଣିବା ଅଶୁଭ ବୋଲି କୁହାଯାଏ। ସେଥିପାଇଁ ଧନତେରସ ଦିନ ଭୁଲରେ ବି ଏସବୁ ଜିନିଷ କିଣିବା କିମ୍ବା ଘରକୁ ଆଣିବା ଉଚିତ ନୁହେଁ।

Copyright © 2022 - Summa Real Media Private Limited. All Rights Reserved.