କଟକ, ୨୧।୧୦ : ସମ୍ଭାବ୍ୟ ବାତ୍ୟା ଦାନାକୁ ନେଇ ବର୍ତ୍ତମାନ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା ପାଇଁ ବଜାରରେ ଲୋକଙ୍କ ଭିଡ ଜମୁଛି। ରାସନ ସାମଗ୍ରୀ ନେଇ ଅଯଥା ଆତଙ୍କିତ ହୁଅନ୍ତୁ ନାହିଁ। ସମ୍ଭାବ୍ୟ ବାତ୍ୟା ପାଇଁ ଦର ବୃଦ୍ଧି ହେବାର ପ୍ରଶ୍ନ ଉଠୁନାହିଁ। ମାଲଗୋଦାମରେ ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ରାସନ ସାମଗ୍ରୀ ମହଜୁଦ ରହିଛି ବୋଲି ମାଲ୍ ଗୋଦାମ ବ୍ୟବସାୟୀ ସଂଘ କହିଛି। 

ମାଲଗୋଦାମରେ କୌଣସି ସାମଗ୍ରୀର ଅଭାବ ଦେଖାଯିବ ନାହିଁ। ଆବଶ୍ୟକ ପଡିଲେ ଅତିରିକ୍ତ ସାମଗ୍ରୀ ଯୋଗେଇବା ପାଇଁ ଅନ୍ୟ ରାଜ୍ୟ ସହ ଯୋଗାଯୋଗରେ ରହିଛି କଟକ ବଣିକ ସଂଘ। ଆବଶ୍ୟକତା ଠାରୁ ଅଧିକ ଯଦି କେହି ଦରବୃଦ୍ଧି କରି ବ୍ୟବସାୟ କରନ୍ତି ତା ହେଲେ ଲୋକେ ବଣିକ ସଂଘ ନିକଟରେ ଅଭିଯୋଗ କରି ପାରିବେ ବୋଲି କଟକ ବଣିକ ସଂଘ ସାଧାରଣ ସମ୍ପାଦକ କହିଛନ୍ତି।