ପ୍ରମୂଖ ଖବର
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ସୁଭଦ୍ରାରୁ ବଞ୍ଚିତ ହିତାଧିକାରୀଙ୍କୁ ଖୋଜିବେ ସରକାର, ଆବେଦନ ପ୍ରକ୍ରିୟା ବନ୍ଦ ପରେ ଆରମ୍ଭ ହେବ ସର୍ଭେ

Published By : Harapriya Sethi | March 5, 2025 2:51 PM

ଭୁବନେଶ୍ୱର,୦୫/୦୩: ସୁଭଦ୍ରାକୁ ନେଇ ଆସିଲା ବଡ଼ ଅପଡେଟ୍‌ । ବଞ୍ଚିତ ହିତାଧିକାରୀଙ୍କୁ ଖୋଜିବେ ସରକାର । ଡୋର୍‌ ଟୁ ଡୋର୍‌ ସର୍ଭେ କରି ସୁଭଦ୍ରାରୁ ବଞ୍ଚିତ ହିତାଧିକାରୀଙ୍କୁ ଖୋଜିବେ । ମାର୍ଚ୍ଚ ୩୧ ରେ ଆବେଦନ ପ୍ରକ୍ରିୟାକୁ ବନ୍ଦ କରି ସର୍ଭେ ଆରମ୍ଭ କରିବେ ସରକାର । ଡୋର୍‌ ଟୁ ଡୋର୍‌ ଯାଇ ୱାନ୍‌ ଟୁ ୱାନ୍‌ ସର୍ଭେ କରିବେ ଅଧିକାରୀ । ସର୍ଭେ ସରିବା ଯାଏଁ ଆବେଦନ ପ୍ରକ୍ରିୟାକୁ ବନ୍ଦ କରାଯିବ । ଏବେ ସୁଦ୍ଧା ସୁଭଦ୍ରାରେ ୧ କୋଟି ୮ଲକ୍ଷ ମହିଳା ଆବେଦନ କରିଛନ୍ତି । ୫ ଟି ପର୍ଯ୍ୟାୟରେ ପ୍ରାୟ ୧ କୋଟି ୨୦ ହଜାର ମହିଳାଙ୍କୁ ପ୍ରଥମ କିସ୍ତି ଦିଆଯିବ । ଫିଲଡ୍ ଭେରିଫିକେସନ ପରେ ଯେଉଁମାନେ ରହିଯିବେ, ସେମାନଙ୍କୁ ରକ୍ଷା ବନ୍ଧନରେ ୩ ଟି କିସ୍ତି ମିଳିବ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । 

ଉଲ୍ଲେଖଯୋଗ୍ୟ ଯେ, ମାର୍ଚ୍ଚ ୬ ଅର୍ଥାତ ଆସନ୍ତା କାଲି ମିଳିବ ସୁଭଦ୍ରା ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ।  ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟରେ ସୁଭଦ୍ରା ଯୋଜନାରେ ୧ ଲକ୍ଷ ୭୦ ହଜାର ମହିଳା ଟଙ୍କା ପାଇବେ । ହିତାଧିକାରୀଙ୍କ ଖାତାଙ୍କୁ ଯିବ ୫ ହଜାର ଟଙ୍କା । ସେହିପରି ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସରେ ହିତାଧିକାରୀଙ୍କୁ ସୁଭଦ୍ରାର ୨ୟ କିସ୍ତି ପ୍ରଦାନ କରାଯିବ। ଏହାଦ୍ୱାରା ୧କୋଟିରୁ ଅଧିକ ହିତାଧିକାରୀ ଉପକୃତ ହେବେ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.