ଡଟ୍ ଫେଷ୍ଟ୍ ଭୁବନେଶ୍ୱର ଲାଇଭ: ଲଣ୍ଡନ୍ ଦ ଠୁମ୍କାରେ ହଲିଲା ଅଣ୍ଟା, ଗୀତର ତାଳେ ତାଳେ ନାଚି ଧୂଳି ଉଡ଼େଇଲେ ଦର୍ଶକ

ଭୁବନେଶ୍ୱର,୨୪/୦୧: ମଞ୍ଚର ମୁଖ୍ୟ ଆକର୍ଷଣ ଥିଲେ ସିଦ୍ଧାର୍ଥ, ଶିବମ୍ ଓ ଶ୍ରୀନିଧି । ତାଳି ମାଡ଼ରେ କମ୍ପୁଥାଏ ପରିବେଶ । ଦର୍ଶକ ପାଟି କରୁଥାନ୍ତି ଆଉ ଗୋଟିଏ ଗୀତ ହୋଇଯାଉ । ଟିକେ ନାଚ ହେବ ଆଉ ଟିକେ ମସ୍ତି । ଦର୍ଶକଙ୍କ ମନକୁ ଜାଣି ୨ ମହାଦେବନ୍ ଆରମ୍ଭ କରିଥିଲେ ଜିନ୍ଦା ହୁଁ ମୈ, ଦିଲ୍ ଚାହ୍ତା ହୈ । ଏଥିରେ ସାମିଲ ହୋଇଥିଲେ ଶ୍ରୀନିଧି । ଏହାପରେ ୩ଜଣ ମିଶି ମଞ୍ଚରେ କରିଥିଲେ ଧମାକା । ଗୀତର ତାଳେ ତାଳେ ନାଚି ଧୂଳି ଉଡ଼େଇ ଦେଉଥିଲେ ଦର୍ଶକ । ହମ୍ମା ହମ୍ମା ହମ୍ମା, ଲଣ୍ଡନ ଦ ଠୁମ୍କା, ଏ ଘୁଙ୍ଗରୁ ଟୁଟ ଗୟି, ଏ ତେରି ଚାନ୍ଦ ବଲିଆ, ଦେଖନା ହାୟରେ ଶୋଚନା, ପଲ୍ଭର ଠହର ଯାଓ…ଦିଲ୍ ଏ ସମ୍ଭଲ ଯାଓ, ବଚନା ଏ ହସିନୋ, ଜାନୁ ମେରେ ଜାନ୍, ତୁ ପ୍ରେମୀ ମେ ପ୍ରେମୀ..ତୁ ରାଜି, ଆଜ କି ରାତ ହୋନା ହେ କ୍ୟା, ଉଲାଲା ଉଲାଲା, ଦମ୍ ମାରୋ ଦମ୍, ମେହେ ଫିଲ୍ ମେ ହମ୍ ନା, ହେ କବିରା… ହେ ଫକୀରା ପରି ମନଛୁଆଁ ସଙ୍ଗୀତ ପରିବେଷଣ ଦର୍ଶକଙ୍କୁ ମତୁଆଲା କରିଥିଲା ।
ଏହି ଫ୍ୟୁଜନ୍ ଫିଏଷ୍ଟାକୁ ଉପଭୋଗ କରିବା ପାଇଁ ଡଟ୍ ଫେଷ୍ଟର ୯ମ ଦିନରେ ୧୫ ହଜାରରୁ ଅଧିକ ଲୋକ ଇଡ୍କୋ ପ୍ରଦର୍ଶନୀ ପଡ଼ିଆଠାରେ ଏକତ୍ରିତ ହୋଇଥିଲେ । ଫ୍ୟୁଜନ୍ ପରେ ଶ୍ରୀନିଧି ଦର୍ଶକଙ୍କୁ ଆଉ ଟିକେ ମତୁଆଲା କରିବା ଲାଗି ହାଏରେ ହାଏ ନଖରା ତେରା ନି, ପିଛେ ପିଛେ ଆନନ୍ଦା ମେରେ ଜାଲ୍ ମେ ଆୟି, ମେ ତେନୁ ସୁଡ଼ୁ ସୁଡୁ କର୍ଦା, ପାନି ସା…ନାହି ତେରା କୋଇ ଦୋଷ ଦୋଷ, ନଶେ ସେ ଚଢ଼ ଗୟି ଓ ଏ କୁଡ଼ି ନଶେ ସେ ଚଢ଼ଗୟି, ତୁ ଚିଜ୍ ବଡ଼ି ହେ ମସ୍ତ ମସ୍ତ ଗୀତ ପରିବେଷଣ କରି ଧୁମ୍ ମଚାଇ ଥିଲେ । ଏହାପରେ ପୁଣି ଆରମ୍ଭ ହୋଇଥିଲା ଫ୍ୟୁଜନ୍ ସଙ୍ଗୀତର ନନ୍ ଷ୍ଟପ୍ ବର୍ଷା । ପ୍ରଥମେ ବିଦାୟୀ ସଙ୍ଗୀତ ଇସ୍କ କି ଧୁନ୍ ରୋଜ ଜଲାଏ, ପରେ ତେରେ ନୈନା ତେରେ ନୈନା, ଶାବନ୍ ମେ ଲଗ୍ ଗୟା ଆଁଖ, ହାଏ ରବା ହାଏ ରବା, ହବନ୍ କରେଙ୍ଗେ ହବନ୍ କରେ, ଏକ୍ ତେରେ ସଙ୍ଗ ୟାରା ଆଖେ ଲଡନେ ଲାଗି ହୈ, ଇସ୍କ ଦ ଟାଇମ୍ ଟୁ ଡିସ୍କୋ ପରି ସୁପର୍ ହିଟ୍ ଗୀତ ଭେଟି ଦେଇଥିଲେ । ଓଡ଼ିଆ କଣ୍ଠଶିଳ୍ପୀ ଅସୀମା ପଣ୍ଡା ଜୟ ଜଗନ୍ନାଥରୁ ମଞ୍ଚରେ ପ୍ରବେଶ କରିଥିଲେ । ସମ୍ବଲପୁରୀ ଗୀତ ଗାଇବା ସହିତ ଲୋକଙ୍କୁ ନଚେଇ ଥିଲେ । ପ୍ରଥମେ ମୁଁ ଖାଣ୍ଟି ଓଡ଼ିଆ ଝିଅ, ଏ ଫୁଲ କହ ଥରେ…ମୋ କାନେ ଧୁପସରେ, ହାଏରେ ମୋର ରାନୀ ଗୁରି କଜଲ ବାଲି, ରିମ୍ଝିମ୍ ପାଣି ବର୍ଷୁଥିଲା, ମୋତେ ଜିଏଫ୍ ବନେଇ ଦେଲା ଏ ଜିଗର ବାଲା, ପରେ ଲଚକ୍ ମଣି ଝୁରା ବେଣୀ ଗାଇ ଦର୍ଶକଙ୍କୁ ବିଭୋର କରିଥିଲେ।