ପ୍ରମୂଖ ଖବର
  • ଅପରେସନ ‘ସିନ୍ଦୂର’କୁ ନେଇ ଆସିପାରେ ବଡ଼ ସୂଚନା, ଅପରାହ୍ନ ୫ଟା ୩୦ରେ MEA ପ୍ରେସ୍‌ବ୍ରିଫ୍
  • ||
  • ମହଜୁଦ ଅଛି ଆବଶ୍ୟକୀୟ ଇନ୍ଧନ, ଆତଙ୍କିତ ନହେବାକୁ IOCLର ପରାମର୍ଶ
  • ||
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଅନ୍ତ୍ୟୋଦୟ ଗୃହ ଯୋଜନାର ସଫଳତା ନେଇ ସନ୍ଦେହ, ଗଳାବାଟ ଦେଇ ଯୋଗ୍ୟ ହିତାଧିକାରୀ ଚୟନ!

Published By : Harapriya Sethi | March 30, 2025 7:30 AM

ଜଗତସିଂହପୁର,୩୦/୩: ସମାଜର ଆର୍ଥିକ ଅନଗ୍ରସରଙ୍କ କ୍ଷେତ୍ରରେ ଅନ୍ତ୍ୟୋଦୟ ଗୃହ ଯୋଜନାକୁ ସରକାର କାର୍ଯ୍ୟକାରୀ କରିବାକୁ ଯାଉଥିବା ବେଳେ ହିତାଧିକାରୀ ଚୟନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଉକ୍ତ ଯୋଜନାରେ ସରକାର ସ୍ପଷ୍ଟ ମାର୍ଗଦର୍ଶିକା ଜାରି କରିଛନ୍ତି । ତଥାପି ୧୯୯୯ ମହାବାତ୍ୟା ପରେ ଯେଉଁମାନେ ଇନ୍ଦିରା ଆବାସ ପାଇଥିଲେ ସେମାନଙ୍କୁ ସାନି ଅନ୍ତ୍ୟୋଦୟ ଗୃହ ଯୋଜନା କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯିବ କି ନାହିଁ ସେଥିନେଇ ନିଷ୍ପତ୍ତି ନେବାରେ ପ୍ରଶାସନ ଟାଳଟୁଳନୀତି ଅବଲମ୍ବନ କରୁଥିବା ଅଭିଯୋଗ ଉଠିଛି । ଏଣେ ଅନ୍ତ୍ୟୋଦୟ ଗୃହ ଯୋଜନାରେ ଚୟନ ହୋଇଥିବା ଶତାଧିକ ନୂତନ ହିତାଧିକାରୀ ଅନ୍ୟାନ୍ୟ ଅଭାବୀ ବ୍ୟକ୍ତି ଶ୍ରେଣୀ ବର୍ଗର ରହିଥିବା ଦର୍ଶାଯାଇଛି । ଯାହାକି ସାଧାରଣରେ କୌତୂହଳ ଖେଳାଇଛି । କାରଣ ଏହି ଯୋଜନା ପୂର୍ବରୁ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନାକୁ କାର୍ଯ୍ୟକାରୀ କରିଥିଲେ । ତଥାପି ପଞ୍ଚାୟତସ୍ତରରେ ଏତେ ସଂଖ୍ୟାରେ ନିଡ଼ି ପର୍ସନ ବା ଅନ୍ୟାନ୍ୟ ଅଭାବି ବ୍ୟକ୍ତି ଚିହ୍ନଟ ହେବା ଆଶ୍ଚର୍ଯ୍ୟର ବିଷୟ ହୋଇଛି । ଅର୍ଥାତ ପୂର୍ବର ଚୟନ ପ୍ରକ୍ରିୟାରେ ବ୍ୟାପକ ଜାଲିଆତି କରାଯାଇ ଅଯୋଗ୍ୟ ହିତାଧିକାରୀଙ୍କୁ ସରକାରୀ ଘର ଯୋଗାଇ ଦିଆଯାଇଥିବା ସ୍ପଷ୍ଟ ହୋଇଛି । 

ସରକାରଙ୍କ ମାର୍ଗଦର୍ଶ ିକା ଅନୁଯାୟୀ ନାବାଳକ ଥିବା ବିଧବା ମହିଳା, ପରିବାରର ମୁଖ୍ୟ ଉପାର୍ଜନକାରୀ ଭିନ୍ନକ୍ଷମ, ବିଭିନ୍ନ ଗୁରୁତର ରୋଗରେ ଆକ୍ରାନ୍ତ ଥିବା ପରିବାର, କୁଷ୍ଠ ରୋଗରୁ ମୁକ୍ତି, ମୁକ୍ତ ଗୋତି ଶ୍ରମିକ, ସହିଦ ପରିବାର, ଜାତୀୟ ପୁରସ୍କାରପ୍ରାପ୍ତ, ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର କ୍ରୀଡ଼ାବିତ୍‌, ପ୍ରାକୃତିକ କିମ୍ବା ମନୁଷ୍ୟକୃତ ଭାବେ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ପରିବାର ବା ପୀଡ଼ିତଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ବୋଲି ସ୍ପଷ୍ଟ ହୋଇଛି । ଏତଦ୍‌ଭିନ୍ନ ସରକାରୀ ପ୍ରକଳ୍ପ ନିର୍ମାଣରେ ବିସ୍ଥାପିତ ହୋଇ ଅଭୟାରଣ୍ୟ ବା ଜଙ୍ଗଲରେ ବସବାସ କରୁଥିବେ, ଅତ୍ୟଧିକ ଅସହାୟ ବ୍ୟକ୍ତିବିଶେଷ ବା ହିତାଧିକାରୀ ଆଦି ପରିବାରଙ୍କ ନିମନ୍ତେ ଏହି ଯୋଜନାଟି ଉଦ୍ଦିଷ୍ଟ ରଖାଯାଇଛି । ଆପାତତଃ ସବୁ ଅସହାୟ ବର୍ଗଙ୍କ ନିମନ୍ତେ ସରକାର ଏହି ମହତାକାଂକ୍ଷୀ ଯୋଜନା ଆଣିଛନ୍ତି । ତଥାପି ନିଡ଼ି ପର୍ସନ ବା ଅନ୍ୟାନ୍ୟ ଅଭାବି ବ୍ୟକ୍ତିଙ୍କୁ କେଉଁ ନିୟମ ବଳରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଯୋଗ୍ୟ ହିତାଧିକାରୀ ଭାବେ ଚୟନ କରାଯାଇଛି ତାହା ନିଶ୍ଚିତପକ୍ଷେ ତଦନ୍ତସାପେକ୍ଷ । ତା’ଛଡ଼ା ପୂର୍ବରୁ ଆବାସ ଓ ବିଜୁ ପକ୍କା ଘର ଯୋଜନାରେ ଶତାଧିକ ଅସହାୟ ତଥା ଗରିବ ବ୍ୟକ୍ତି ବିଶେଷଙ୍କୁ ସାମିଲ କରାଯାଇଥିବା ସତ୍ତେ୍ୱ ଏବ ପୁଣି ଅନ୍ତ୍ୟୋଦୟ ଗୃହ ଯୋଜନରେ ଏତେ ସଂଖ୍ୟକ ଯୋଗ୍ୟ ହିତାଧିକାରୀ ଚିହ୍ନଟ ହେବାକୁ ନେଇ ପ୍ରଶ୍ନ ଉଠିଛି । ସଂପ୍ରତ୍ତି ସରକାର ପ୍ରତି ପଞ୍ଚାୟତରୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ୧୫ ଜଣ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ବିଡିଓ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯାହାକି ଚୂଡାନ୍ତ ହୋଇସାରିଛି । ଜଗତସିଂହପୁର ବ୍ଲକରୁ ମିଳିଥିବା ସୂଚନା ମୁତାବକ, ଅନ୍ତ୍ୟୋଦୟ ଗୃହ ଯୋଜନାରେ ବର୍ତ୍ତମାନ ସୁଦ୍ଧା ୩୦ଟି ପଞ୍ଚାୟତରୁ ମୋଟ ୩୫୪ ଜଣ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି । ଏମାନଙ୍କ ଭିତରୁ କିନ୍ତୁ ୧୧୫ ଜଣଙ୍କୁ ନିଡ଼ ି ପର୍ସନ ଭାବେ ଦର୍ଶାଯାଇ ଉକ୍ତ ଯୋଜନାର ଯୋଗ୍ୟ ହିତାଧିକାରୀ ଭାବେ ବିବେଚିତ କରାଯାଇଛି । ତେବେ ଚୂଡାନ୍ତ ତାଲିକାକୁ ଦେଖିଲେ ଆଳିପିଙ୍ଗଳ, ଖଇରଙ୍ଗ, ମୁଦୁପୁର, ଜାହାନପୁର ଭଳି କିଛି ପଞ୍ଚାୟତରେ ଅଧିକ ନିଡ଼ି ପର୍ସନ ରହିଥିବା ଦର୍ଶାଯାଇଛି । 

ଏଣେ ଅଳସୁଧା ଭଳି ପଞ୍ଚାୟତରେ ଜଣେ ମାତ୍ର ଯୋଗ୍ୟ ହିତାଧିକାରୀ ଚିହ୍ନଟ ହେବା ବାସ୍ତବିକ ଆଶ୍ଚର୍ଯ୍ୟ ଆଣିଛି । ଯଦି ଅନ୍ୟ କିଛି ପଞ୍ଚାୟତରେ ଯୁଦ୍ଧକାଳୀନ ଭିତ୍ତିରେ ପାଖାପାଖି ୧୫ ହିତାଧିକାରୀଙ୍କୁ ଚୟନ କରାଗଲା, ଅଳସୁଧା ଭଳି ପଟ୍ଟସରା, ତରଡ଼ାପଡ଼ା, ତର୍ତ୍ତଙ୍ଗ ଆଦି ପଞ୍ଚାୟତ କ୍ଷେତ୍ରରେ ହାତଗଣିତ ହିତାଧିକାରୀ ବଛାଯିବା ବ୍ଲକ ପ୍ରଶାସନର ଅବହେଳା ନା ଖାମଖିଆଲ ନୀତି ସେଥିନେଇ ବି ପ୍ରଶ୍ନ ଉଠିଛି । କିନ୍ତୁ ଅତୀତରେ ପଞ୍ଚାୟତ ସ୍ତରରେ ଆବାସ ଓ ବିଜୁ ପକ୍କା ଘର ଯୋଜନା କାର୍ଯ୍ୟକାରୀ ହୋଇଥିବାରୁ ପୁଣି ନିଡ଼ି ପର୍ସନଙ୍କ ସନ୍ଧାନ ମିଳିବା ପ୍ରକୃତ ପକ୍ଷେ ସତ୍ୟ ନା ଗଳାବାଟ ଦେଇ ଏମାନଙ୍କ ଭିତରୁ ଅନେକଙ୍କୁ ଯୋଗ୍ୟ ହିତାଧିକାରୀ ସଜାଇ ଦିଆଯାଇଛି ତାହା ନାନା ସନ୍ଦେହକୁ ଜନ୍ମ ଦେଇଛି । ଜଗତସିଂହପୁର ବିଡିଓ ଆଶୁତୋଷ ମିଶ୍ରଙ୍କ କହିବା କଥା, ସମସ୍ତ ନିୟମ ଆଧାରରେ ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରାଯାଇଛି । ପ୍ରତି ମାସରେ ପଞ୍ଚାୟତ ସ୍ତରରେ ସର୍ଭେ କରାଯାଇ ନୂତନ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯିବ । ଏହାବାଦ୍‌ ସମୟ ଅଭାବରୁ ଯେତିକି ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରାଯାଇଛି ସେମାନଙ୍କର ଦସ୍ତାବିଜ୍‌କୁ ସରକାରୀ ୱେବ୍‌ସାଇଟରେ ଅପ୍‌ଲୋଡ୍‌ କରାଯାଇ ପାରି ନାହିଁ । ଅପରପକ୍ଷେ ହିତାଧିକାରୀ ଚୟନକୁ ନେଇ ଅଳା ପଞ୍ଚାୟତରେ ଚାପା ଅସନ୍ତୋଷ ପ୍ରକାଶ ପାଇଥିବା ଖବର ମିଳିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.