ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଯୌତୁକରେ ମିଳିଲାନି ଫ୍ରିଜ୍‌-କୁଲର, ରାଗରେ ସ୍ତ୍ରୀର ଚୁଟି କାଟିଦେଲେ ସ୍ୱାମୀ

Published By : Ankita S | April 20, 2025 12:59 PM

ଲକ୍ଷ୍ନୌ,୨୦/୦୪: ଯୌତୁକରେ ଡବଲ ଡ଼ୋର ଫ୍ରିଜ୍ ଡିମାଣ୍ଡ କରିଥିଲେ । ଖାଲି ସେତିକି ନୁହେଁ କୁଲର ବି ଦାବି କରିଥିଲେ । ହେଲେ ପତ୍ନୀ ଯୌତୁକ ବାବଦକୁ ସେସେବୁ ଆଣିନଥିଲେ । ଏ ନେଇ ସବୁବେଳେ ଅଶାନ୍ତି ହେଉଥିଲେ ସ୍ୱାମୀ । ସବୁବେଳେ ରାଗ ତମତମ ହେଉଥିଲେ । ରାଗ ଏତେ ବଢିଗଲା ଯେ ଅଜବ କାଣ୍ଡ ଘଟାଇଛନ୍ତି ସ୍ୱାମୀ । ଯୌତୁକରେ ଫ୍ରିଜ-କୁଲର ନମିଳିବାକୁ ସ୍ତ୍ରୀଙ୍କ ଚୁଟି କାଟିଦେଲେ ।  ଉତ୍ତରପ୍ରଦେଶ ହରଦୋଇ ଜିଲ୍ଲାରୁ ଏହି ଆଶ୍ଚର୍ଯ୍ୟ କରିବା ପରି ଘଟଣା ସାମ୍ନାକୁ ଆସିଛି ।

ପୀଡି଼ତାଙ୍କ ବାପାଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଝିଅକୁ ବାହା ଦେବାର ମାତ୍ର ବର୍ଷେ ହୋଇଛି । ବାହାଘରର ମାତ୍ର କେଇଟା ଦିନରେ ଫ୍ରିଜ୍ ଓ କୁଲର ପାଇଁ ଦାବି କରି ଝିଅକୁ ନିର୍ଯାତନା ଦେବା ଆରମ୍ଭ ହୋଇଯାଇଥିଲା । କିଛି ଦିନ ତଳେ ଏହାକୁ ନେଇ ଜ୍ୱାଇଁ ରାଗି ଯାଇଥିଲେ ଏବଂ ରାଗରେ ଝିଅର ଚୁଟି କାଟି ପକାଇଲେ । ଏହାକୁ ନେଇ ଝିଅର ବାପଘର ଲୋକ ଥାନାର ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗ ପରେ ହରଦୋଇ ଜିଲ୍ଲାର ଯୁବକଙ୍କୁ ଗିରଫ କରାଯାଇଥିଲା । କାରଣ କ'ଣ ଯୌତୁକ ପାଇଁ ସ୍ୱାମୀ ପତ୍ନୀଙ୍କ ଚୁଟି କାଟି ଦେଇଥିବା ଅଭିଯୋଗ ହୋଇଥିଲା । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଯୁବକଙ୍କୁ ଗିରଫ କରି ଜେରା କରିଛି । ପୀଡିତାଙ୍କ ବାପା କରିଥିବା ଅଭିଯୋଗକୁ ଜ୍ୱାଇଁ ଘର ଲୋକ ଖଣ୍ଡନ କରିଛନ୍ତି । ସ୍ତ୍ରୀ ପାର୍ଲର ଯାଉଥିବାରୁ ରାଗରେ ସ୍ୱାମୀ ଏପରି କରିଥିବା ସଫେଇ ଦେଇଛନ୍ତି ଅଭିଯୁକ୍ତ ସ୍ୱାମୀ ।

ଅଧିକ ପଢନ୍ତୁ...ବିବାହ ପ୍ରଲୋଭନ ଦେଖାଇ ଆନ୍ଧ୍ର ପୁଅକୁ ଓଡ଼ିଶା ଡାକିଲେ, ଲକ୍ଷାଧିକ ଟଙ୍କା ଓ ସୁନା ନେଇ ଶିଶୁପାଳ କରି ଛାଡ଼ିଲେ

ଯୌତୁକ ନେବା ଓ ଦେବା ଉଭୟ ଅପରାଧ । ତଥାପି ଏ ସଭ୍ୟ ସମାଜରେ ଯୌତୁକ ପ୍ରଥା ଆଜି ବି ଚାଲିଛି । କନ୍ୟାପକ୍ଷରୁ ଯୌତୁକ ଡିମାଣ୍ଡ କରୁଛନ୍ତି ବରପକ୍ଷ । ଯୌତୁକ ଜୁଇରେ ନବବଧୂର ମୃତ୍ୟୁ ହୋଇଥିବା ଅନେକ ଘଟଣା ଆମ ନଜରକୁ ଆସୁଛି । ଆଉ କେଉଁଠି ଯୌତୁକ ନ ମିଳିବାକୁ ବେଦିରୁ ବର ଉଠିଯାଉଥିବା ଘଟଣା ବି ଘଟୁଛି । ତେବେ ଏଠି ପ୍ରଶ୍ନ ଯୌତୁକ ପ୍ରଥା କେବେ ବନ୍ଦ ହେବ ?

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.