ପ୍ରମୂଖ ଖବର
  • ସିବିଏସ୍‌ଇର ନୂଆ ନିୟମ, ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ୨୦୨୬-୨୭ ଶିକ୍ଷାବର୍ଷରୁ ହେବ କାର୍ଯ୍ୟକାରୀ
  • ||
  • ମୋହନା ଥାନା କୁଙ୍କୁଣୀ ଗାଁରେ ଚାଞ୍ଚଲ୍ୟ, ସ୍ତ୍ରୀକୁ କାତିରେ ହାଣି ମାରିଲା ସ୍ୱାମୀ, ଅଭିଯୁକ୍ତ ଥାନାରେ ଅଟକ
  • ||
  • ଆମେରିକା ଉପରେ ପାଲଟା ଟାରିଫ ଲଗାଇପାରେ ଭାରତ, କିଛି ସାମଗ୍ରୀ ଉପରେ ଲାଗୁ ହୋଇପାରେ ୫୦% ଶୁଳ୍କ
  • ||
  • ରାଇଘର ନର୍ସିଂ ଛାତ୍ରୀ ମୃତ୍ୟୁ ଘଟଣା, ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ୧୨ ଘଣ୍ଟିଆ ହରତାଳ
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍‌, ଆଜିଠୁ ୨ ଦିନିଆ ରିମାଣ୍ଡରେ ୨ ଅଭିଯୁକ୍ତ
  • ||
  • ଆଜି ଆରବସାଗରରେ ଭାରତ-ପାକିସ୍ତାନର ସମରାଭ୍ୟାସ, ଦୁଇ ଦେଶର ନୌସେନା ଦେଖାଇବେ ଶକ୍ତି
  • ||
  • ୧୩ରେ ଲଘୁଚାପ, କାଲିଠୁ ବଡ଼ ବର୍ଷା: ତିନି ଦିନ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆଲର୍ଟ ଜାରି
  • ||

ଡକ୍ଟର ବି କେ ମିଶ୍ର ଇମ୍ଫାର ଅଣ- କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତ

Published By : Gurupada Nath | July 31, 2025 8:11 PM

ଭୁବନେଶ୍ବର,୩୧/୭ :  ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ ଫେରୋ ଆଲୟଜ୍ ଲିମିଟେଡ୍(ଇମ୍ଫା), ଦେଶର ପ୍ରମୁଖ ଫେରୋ ଆଲୟଜ୍ ଉତ୍ପାଦକ ଡକ୍ଟର ବି କେ ମିଶ୍ରଙ୍କୁ କମ୍ପାନୀର ଅଣ- କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଛି । ଡକ୍ଟର ବି କେ ମିଶ୍ର ଏନଆଇଟି ରାଉରକେଲାର ଜଣେ ମେଟାଲଲୁରଜିକାଲ୍ ଇଞ୍ଜିନିୟର ଏବଂ ଯୁକ୍ତରାଷ୍ଟ୍ରର ଉଟାହ ବିଶ୍ବବିଦ୍ୟାଳୟରୁ ପିଏଚଡି ଡିଗ୍ରୀ ହାସଲ କରିଛନ୍ତି ।

ସେ ଆଇଆଇ କାନପୁରରେ ପାଠପଢା କରିଥିଲେ ଏବଂ ଶିକ୍ଷା କ୍ଷେତ୍ରରେ ଅନ୍ୟାନ୍ୟ । ପ୍ରମୁଖ ପଦବୀରେ ରହିଥିଲେ ଏବଂ ମାର୍ଚ୍ଚ ୨୦୨୪ରେ ସ୍ବାଧୀନ ନିର୍ଦେଶକ ଭାବରେ ବୋର୍ଡ଼ରେ ଯୋଗ ଦେଇଥିଲେ । ଡକ୍ଟର ମିଶ୍ର ଧାତୁ ବିଜ୍ଞାନ, ବସ୍ତୁ ବିଜ୍ଞାନ ଏବଂ ଶିଳ୍ପ ଗବେଷଣା ଏବଂ ବିକାଶ କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ଅନେକ ପୁରସ୍କାର ପାଇଛନ୍ତି । ଯେଉଁଥିରେ ଶିକ୍ଷା, ଗବେଷଣା ଏବଂ ସମାଜରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରିତିଷ୍ଠିତ ଆଇଇଇଇଆଇଏଏସ ଗ୍ଲୋବାଲ୍ ଲାଇଫଟାଇମ୍ ଆଚିଭମେଣ୍ଟ ପୁରସ୍କାର ମଧ୍ୟ ଅନ୍ତର୍ଭୁକ୍ତ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.