ଭୁବନେଶ୍ୱର ୨୫/୦୭: ଡ୍ରାଗନ୍‌ ଫ୍ରୁଟ୍‌ ହେଉଛି ଲୋ-କ୍ୟାଲୋରୀ ସୁପରଫୁଡ୍‌, ଯାହା ଫାଇବର, ଭିଟାମିନ୍‌ ଓ ଆଣ୍ଟି-ଅକ୍ସିଡାଣ୍ଟରେ ଭରା । ଏହା ସାମାନ୍ୟ ମହଙ୍ଗା ହୋଇଥିବାରୁ ପ୍ରାୟ ଲୋକ ଏହାକୁ କିଣିବାଠାରୁ ଦୂରେଇ ରୁହନ୍ତି । ଏହା ଫାଇବର, ଭିଟାମିନ୍‌ ସି, କ୍ୟାଲସିୟମ୍‌, ମ୍ୟାଗ୍ନେସିୟମ୍‌ ଓ ଆଇରନ୍‌ ପରି ପୋଷକ ତତ୍ତ୍ୱରେ ଭରା । ଏହା ମଧ୍ୟ ସୁପରଫୁଡ୍‌ ଶ୍ରେଣୀରେ ଅର୍ନ୍ତଭୁକ୍ତ । ଯେପରିକି-

ରୋଗ ପ୍ରତିରୋଧକ ଶକ୍ତି ବଢାଏ :

ଏଥିରେ ଥିବା ଭିଟାମିନ୍‌-ସି ଓ ଆଣ୍ଟିଅକ୍ସିଡାଣ୍ଟସ୍‌ ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ କରିବା ସହ ଥଣ୍ଡାକାଶ ପରି ସମସ୍ୟାଠାରୁ ଦୂରେଇ ରଖିଥାଏ । 

ହଜମରେ ସୁଧାର କରେ :

ଏଥିରେ ଥିବା ଫାଇବର ହଜମ ପ୍ରକ୍ରିୟାକୁ ତୀବ୍ର କରିବା ସହ କବ୍ଚ ପରି ସମସ୍ୟାଠାରୁ ଦୂରେଇ ରଖେ । 

ହୃଦୟ ପାଇଁ ରାମବାଣ :

ଡ୍ରାଗନ୍‌ ଫୁଡ୍‌ରେ ମନୋସାଚ୍ୟୁରେଟେଡ୍‌ ଫ୍ୟାଟ୍‌ ରହିଥାଏ, ଯାହା କୋଲେଷ୍ଟେରଲ୍‌ ସ୍ତରକୁ ନିୟନ୍ତ୍ରିତ ରଖିଥାଏ । ଫଳରେ ହୃଦ୍‌ଘାତର ସମସ୍ୟା କମ୍‌ ରହିଥାଏ । 

ହାଡ଼ ମଜଭୁତ ରଖିବା ସହ ଚିନ୍ତା ଦୂରାଏ :

ଏଥିରେ ଥିବା କ୍ୟାଲସିୟମ୍‌ ଓ ମ୍ୟାଗ୍ନେସିୟମ୍‌ ହାଡ଼କୁ ମଜଭୁତ ରଖିବା ସହ ଅଷ୍ଟିଓପୋରୋସିସ୍‌ ପରି ସମସ୍ୟାରୁ ରକ୍ଷା କରିଥାଏ । ଏହାବ୍ୟତୀତ ମ୍ୟାଗ୍ନେସିୟମ୍‌ ସ୍ୱାୟବିକ ବ୍ୟବସ୍ଥାକୁ ରିଲାକ୍ସ କରିଥାଏ । ଫଳରେ ଚିନ୍ତା ଦୂର ହେବା ସହ ମୁଡ୍‌ ଭଲ ରହିଥାଏ । 

କର୍କଟରୁ ରକ୍ଷା କରେ :

ଏଥିରେ ଆଣ୍ଟିଅକ୍ସିଡାଣ୍ଟସ୍‌ ସହ ଫ୍ଲେବୋନାଇଡ୍ସ ରହିଥାଏ, ଯାହା ଫ୍ରି-ରେଡିକିଲ୍ସ ସହ ଲଢିବା ଦ୍ୱାରା କର୍କଟ କୋଷିକା ଠିକ୍‌ ଭାବେ ବିକଶିତ ହୋଇପାରି ନଥାନ୍ତି ।

ମଧୁମେହକୁ ନିୟନ୍ତ୍ରିତ ରଖେ :

ଏହାର ଗ୍ଲାଇସୋମିକ୍‌ ଇଣ୍ଡେକ୍ସ କମ୍‌ ରହୁଥିବାରୁ ମଧୁମେହ ପାଇଁ ମଧ୍ୟ ଖୁବ୍‌ ଭଲ । ଏହାକୁ ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ତୀବ୍ର ବେଗରେ ବଢି ନଥାଏ । ଫଳରେ ମଧୁମେହ ସମସ୍ୟା ଦୀର୍ଘଦିନ ଯାଏ ଆସି ନଥାଏ ।