ପ୍ରମୂଖ ଖବର
  • ଆଣ୍ଡାମାନ ଛୁଇଁଲା ମୌସୁମୀ ବାୟୁ, ଅଗ୍ରସର ହେବାକୁ ପାଗ ଅନୁକୂଳ
  • ||
  • ଆକର୍ଷଣୀୟ ହେବ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା, ରାଜସ୍ବ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ
  • ||
  • ସାଉଥ୍‌ ବ୍ଲକ୍‌ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମୀକ୍ଷା ବୈଠକ, CDS, ସେନା ମୁଖ୍ୟଙ୍କ ସହ ନୌସେନା ମୁଖ୍ୟ ମଧ୍ୟ ଉପସ୍ଥିତ
  • ||
  • ପ୍ରକାଶ ପାଇଲା ସିବିଏସ୍‌ସି ଯୁକ୍ତ ଦୁଇ ପରୀକ୍ଷା ଫଳ; ୮୮. ୩୯% ପାସ୍‌ହାର, ଝିଅଙ୍କୁ ଟପିଲେ ପୁଅ
  • ||
  • ନୂଆପଡ଼ା ଜିଲ୍ଲା ପଣ୍ଡରିପାଣି ଗାଁରେ ବାଘ ଆତଙ୍କ, ଗୁହାଲରେ ପଶି ଗାଈକୁ ଶିକାର କଲା
  • ||
  • ଜମ୍ମୁକାମୀର ସୋପିଆନରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ, ଏନ୍‌କାଉଣ୍ଟରରେ ଜଣେ ଆତଙ୍କୀ ନିହତ
  • ||
  • ପିପିଲିରେ ନାବାଳିକା ଦୁଷ୍କର୍ମ ଅଭିଯୋଗ, ଥାନାରେ ଫେରିବାଲା ଅଟକ
  • ||
  • ରାଜଧାନୀ ଭୁବନେଶ୍ବରରେ ‘ଆମ ବସ୍‌’ ସେବା ଠପ୍‌,ବିନା କାରଣରେ ଡ୍ରାଇଭର୍‌ ଓ କଣ୍ଡକ୍ଟର୍‌ଙ୍କୁ ମାଡ଼ ଅଭିଯୋଗରେ ଆନ୍ଦୋଳନ
  • ||
  • ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା, ଆଜି ଶେଷ ପର୍ଯ୍ୟାୟ ଶୁଣାଣି
  • ||
  • ରାୟାଗଡ଼ ଲୁଟେରାଙ୍କ ଆତଙ୍କ, ଘରେ ପଶି ଦମ୍ପତିଙ୍କୁ ଆକ୍ରମଣ କରି ଲୁଟ କଲେ ସୁନା ଓ ରୁପା ଅଳଙ୍କାର
  • ||
  • ଇଣ୍ଡିଗୋ ପରେ ୮ଟି ସହରକୁ ଉଡ଼ାଣ ବାତିଲ କଲା ଏୟାର ଇଣ୍ଡିଆ
  • ||
  • ରାଜଧାନୀରେ ଆତଙ୍କ। ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୮ ଦୁ‍ର୍ବୃତ୍ତ
  • ||
  • ମଙ୍ଗଳବାର ବାହାରିବ ସିବିଏସ୍‌ଇ ରେଜଲ୍ଟ ,ପୂର୍ବାହ୍ନରେ ଦଶମ ଶ୍ରେଣୀ ଓ ଅପରାହ୍ନରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି, ୧୬ ଯାଏ ଭୀଷଣ ଗରମ ଓ ଗୁଳୁଗୁଳି; ଆଜି ଆଣ୍ଡାମାନ ଛୁଇଁପାରେ ମୌସୁମୀ ବାୟୁ
  • ||

ଚରମ୍ପାରେ ଜବରଦଖଲ ଉଚ୍ଛେଦ, ତୁଟିବ ଡ୍ରେନ ଓ ରାସ୍ତା ସମସ୍ୟା

Published By : Prameya | May 13, 2025 12:03 PM

ଭଦ୍ରକ ୧୩/୦୫: ଭଦ୍ରକ ଚରମ୍ପା ବଜ଼ାର ପ୍ରବେଶ ପଥ ତଥା ସର୍ଭିସ ରୋଡ଼ରୁ ଆଜି ଜବର ଦଖଲ ଉଛେଦ ଆରମ୍ଭ ହୋଇଛି। ଡାହାଣୀଗଡ଼ିଆ ଛକରୁ ପଥର ଆଡି ପର୍ଯ୍ୟନ୍ତ NH-16 ସର୍ଭିସ ରୋଡ଼ ପାର୍ଶ୍ୱ ସରକାରି ରାସ୍ତା ଓ ଡ୍ରେନକୁ ଆଜି ପ୍ରଥମ ଦିନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜବରଦଖଲ ଅବରୋଧ ମୁକ୍ତ କରାଯାଉଛି । ଦୀର୍ଘ ଦିନରେ ଏହି ମୁଖ୍ୟ ଡ୍ରେନଟିକୁ ଜବରଦଖଲକାରୀମାନେ ନିଜ କବଜାକୁ ନେଇଥିଲେ । ଏପରିକି ଆବଶ୍ୟକ ଅନୁଯାଇ ଅନେକ ସ୍ଥାନରେ ଡ୍ରେନଟି ପୋତି ପାକାଇଥିଲେ । ଫଳରେ ବିଷମ ସମସ୍ୟାର ସମ୍ମୁଖୀନ ହେଉଥିଲେ ଚରମ୍ପାବାସୀ। ବିଶେଷ କରି ବର୍ଷା ଦିନେ ଜଳ ନିଷ୍କାସନ ନେଇ ଜଟିଳ ସମସ୍ୟା ଉପୁଜିଥାଏ । 

ପଥର ଆଡି ଛକ ପ୍ରୁଫ ରୋଡ଼ରେ ସବୁବେଳେ ଜଳ ଜମି ରହୁଥିଲା, ଅଦିନ କୃତିମ ଅଳିଆ ପାଣିରେ ବାଟୋଇ ଯାତାୟାତ କରୁଥିଲେ, ବିଗତ ଦିନରେ ଏ ନେଇ ବହୁବାର ଅଭିଯୋଗ କରାଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରି ନଥିଲେ। ପରେ ଡ୍ରେନ ଅବରୋଧ ମୁକ୍ତ ପାଇଁ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ବିଧାୟକଙ୍କୁ ବାରମ୍ବାର ଅବଗତ କରାଯାଇଥିଲା । ବିଧାୟକ ସୀତାଂଶୁ ମହାପାତ୍ର ଏହି ସମସ୍ୟାକୁ ଗୁରୁତର ସହ ନେଇ ତୁରନ୍ତ ସମାଧାନ ପାଇଁ ଅଣ୍ଟା ଭିଡିଥିଲେ। ଜଲ୍ଲାପ୍ରଶାସନ ସହ ସମନ୍ବୟ ରଖି ଏ ଦିଗରେ କାର୍ଯ୍ୟ କରିଥିଲେ ବିଧାୟକ । ଫଳରେ ଦୀର୍ଘ ବର୍ଷ ଧରି ଜବରଦଖଲକାରୀଙ୍କ କବଜାରେ ଥିବା ଡ୍ରେନଟି ଆଜି ପ୍ରଥମ ଦିନରେ ଅବରୋଧ ମୁକ୍ତ କରାଯାଉଛି।  ଯାହାକୁ ନେଇ ସ୍ଥାନୀୟବାସୀ ଖୁସିଥିବା ବେଳେ ଦୀର୍ଘ ଦିନର ଏହି ସମସ୍ୟାରୁ ମୁକ୍ତି ମିଳିବ ବୋଲି ଆଶା କରିଛନ୍ତି । ଏହି ଡ୍ରେନ ପରେ ସ୍କୁଲ ରୋଡ଼ ରାସ୍ତାରୁ ଜବର ଦଖଲ ହଟିବ, ପରେ ଷ୍ଟେସନ ରୋଡ଼ ଉଛେଦ ନେଇ ପ୍ରଶାସନ ଯୋଜନା ରଖୁଥିବା ଜଣାପଡିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.