ପ୍ରମୂଖ ଖବର
  • ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ ଗିରଫ
  • ||
  • କଟକ : ବଡ଼ମ୍ବା ପୁଲିସର ସଫଳତା, ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଚୌଧୁରୀ ଗିରଫ
  • ||
  • ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା : ଏଣିକି ସରକାରୀ ବସ୍‌ରେ ଫ୍ରିରେ ଯାତାୟାତ କରିବେ ପ୍ରଥମରୁ ପ୍ଲସ୍ ଟୁ
  • ||
  • ବୁଲା କୁକୁର ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସେଲ୍ଟର ହୋମ୍‌ ନୁହେଁ ବନ୍ଧ୍ୟାକରଣ ହିଁ ସମାଧାନ
  • ||
  • କଟକ : ଚନ୍ଦକାରୁ ଆଠଗଡ଼ ରେଞ୍ଜ; ଭରା ମହାନଦୀ ପାର୍ ହେଲେ ୨୨ଟିକିଆ ହାତୀପଲ
  • ||
  • ଦିଗପହଣ୍ଡି : ଝରଣାରେ ଗାଧୋଇବା ବେଳେ ପାହାଡ଼ ଉପରୁ ଖସି ଆସିଲା ପଥର, ଚାପି ହୋଇ ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଚୌଦ୍ୱାର: କଟକ CDMOର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳନୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ମହିଳା ଏସିଆ କପ୍‌ ହକି: ଭାରତୀୟ ଦଳ ଘୋଷଣା, ସଲିମା ଟେଟେ ନେବେ ନେତୃତ୍ୱ, ଓଡ଼ିଶାରୁ ସୁନେଲିତା
  • ||
  • ଆମେରିକାରେ ଭୂକମ୍ପର ଜୋରଦାର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୮.୦ ରେକର୍ଡ
  • ||
  • ବୁଲା କୁକୁର ଉପରେ ଆଜି ସୁପ୍ରିମ୍‌ ଶୁଣାଣି, ସ୍ଥଗିତାଦେଶ ଆବେଦନ ଉପରେ ଶୁଣାଣି କରିବେ ଖଣ୍ଡପୀଠ
  • ||
  • ଆସନ୍ତାରେ ୩୧ ହେବାକୁ ଥିବା ସ୍ପେସାଲ୍‌ ଓଟିଇଟି ପୁଣି ସ୍ଥଗିତ, ଆଶଙ୍କାରେ ୭୫ ହଜାର ଇନ୍‌ସର୍ଭିସ୍‌ ଶିକ୍ଷକ
  • ||
  • ହିନ୍ଦୋଳ : ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବୃଦ୍ଧ ବଡ଼ବାପାକୁ ଗାଁ ଦାଣ୍ଡରେ ଘୋଷାଡ଼ି ବାଡ଼େଇଲା ପୁତୁରା
  • ||
  • ଅନୁଗୁଳ କାରାଗାରର ବିଚାରାଧୀନ କଏଦୀଙ୍କ ମୃତ୍ୟୁ
  • ||
  • ଆସୁଛି ଆଉ ଦୁଇଟି ଲଘୁଚାପ: ଆସନ୍ତା ୨୬ ଯାଏ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
  • ||

ସଟ୍‌ଡାଉନ୍ ପ୍ରସ୍ତୁତିରେ ଡ୍ରିମ୍-11 : ୨୮ କୋଟି ୟୁଜରଙ୍କୁ ବଡ଼ ଝଟ୍‌କା, ୱାଲେଟ୍‌ରୁ ଟଙ୍କା ଉଠାଇବାରେ ଲାଗିଛନ୍ତି ୟୁଜର୍

Published By : Rasmita Pradhan | August 22, 2025 3:09 PM

ନୂଆଦିଲ୍ଲୀ, ୨୨/୦୮ : ଡ୍ରିମ୍ ୧୧ ଖେଳ ଖତମ୍ । ସଟ୍‌ଡାଉନ୍ ପ୍ରସ୍ତୁତିରେ କମ୍ପାନୀ। ବାଜିରେ ଲାଗିଛି ୯୬୦୦ କୋଟି । ୨୮ କୋଟିରୁ ଅଧିକ ୟୁଜରଙ୍କୁ ବଡ଼ ଝଟ୍‌କା। ୱାଲେଟ୍‌ରୁ ଟଙ୍କା ବାହାର କରିବାକୁ ଲାଗି ପଡ଼ିଛନ୍ତି ୟୁଜର। ସଂସଦରେ ଗେମିଂ ବିଲ୍ ପାରିତ ହେବା ପରେ ଗେମିଂ ଇଣ୍ଡଷ୍ଟ୍ରୀରେ ହଇଚଇ। ପ୍ରଭାବିତ ହେବେ ୪୦୦ରୁ ଅଧିକ କମ୍ପାନୀ। ବିପଦରେ ୨ ଲକ୍ଷ ଚାକିରି । ବନ୍ଦ ହୋଇଯିବ ୟୁଜରଙ୍କ ରୋଜଗାର ସ୍ରୋତ। ଏବେ ଖାଲି ରାଷ୍ଟ୍ରପତିଙ୍କ ମଞ୍ଜୁରିକୁ ଅପେକ୍ଷା। ଏହାପରେ ବିଧିବଦ୍ଧ ଭାବେ ଆଇନରେ ପରିଣତ ହୋଇଯିବ ବିଲ୍। 

ଫାଣ୍ଟାସି ଗେମିଂ କମ୍ପାନୀ ୨୦୦୮ରେ ଡ୍ରମ୍-୧୧ ଗେମ୍ ଆରମ୍ଭ କରିଥିଲା। ଦେଖୁ ଦେଖୁ ଏହି ପ୍ଲାଟଫର୍ମରୁ ଲୋକପ୍ରିୟତା ଆକାଶ ଛୁଇଁଗଲା। ୨୮ କୋଟିରୁ ଅଧିକ ୟୁଜର ଏଥିରେ ଯୋଡ଼ି ହୋଇ ଭାରତର ଟପ୍ ଫାଣ୍ଟାସି ସ୍ପୋର୍ଟସ୍ ପ୍ଲାଟଫର୍ମ କରିଦେଲେ । ୨୦୨୪ରେ କମ୍ପାନୀ ପ୍ରାୟ ୯୬୦୦ କୋଟି ଟଙ୍କାର ରାଜସ୍ଵ ହାସଲ କରିଥିଲା। କମ୍ପାନୀକୁ ୯୦ ପ୍ରତିଶତ ରାଜସ୍ଵ କେବଳ ଡ୍ରିମ୍-୧୧ର ରିଅଲ୍ ମନି କଣ୍ଟେଷ୍ଟରୁ ଆସୁଥିଲା। ଏଥିରେ କ୍ରିକେଟ୍ ସମ୍ବନ୍ଧିତ ଗେମ୍‌ର ବଡ଼ ଯୋଗଦାନ ରହିଛି । ଏବେ ସରକାର ଗେମିଂ ବିଲ୍ ପାରିତ କରିବା ପରେ ଦେୟ ଭିତ୍ତିକ ଖେଳ ଜାରି ରଖିବାର କୌଣସି ଉପାୟ ନାହିଁ ବୋଲି କମ୍ପାନୀର ସିଇଓ ହର୍ଷ ଜୈନ କହିଛନ୍ତି। ତେବେ କମ୍ପାନୀରେ ତାଲା ପକାଇବା ନେଇ କୌଣସି ବିଧିବଦ୍ଧ ଘୋଷଣା ହୋଇନାହିଁ। 

ଡ୍ରିମ୍-୧୧ ପ୍ଲାଟଫର୍ମରେ ୟୁଜରମାନେ ଟଙ୍କା ବାଜିରେ ଲଗାନ୍ତି। ଯାହାକି ଜୁଆ ଖେଳକୁ ପ୍ରୋତ୍ସାହିତ କରୁଛି। ଏଥିରେ ଟଙ୍କା ହରେଇବା ପରେ ୟୁଜରମାନେ ହତାଶ ହେଉଛନ୍ତି । ଏହି ଭଳି ଦେୟ ଯୁକ୍ତ ଗେମିଂ ପ୍ଲାଟଫର୍ମ ଉପରେ ଲଗାମ୍ ଲଗାଇବାକୁ ସରକାର ନୂଆ ଗେମିଂ ବିଲ୍ ଆଣୁଛନ୍ତି। ଏହି ବିଲ୍ ଆଇନରେ ପରିଣତ ହେଲେ ନିୟମ ଉଲ୍ଲଙ୍ଘନକାରୀଙ୍କୁ ୩ ବର୍ଷର ଜେଲ ଦଣ୍ଡ କିମ୍ଵା ଏକ କୋଟି ଟଙ୍କା ଜରିମାନା ଭରିବାକୁ ପଡ଼ିବ । ଏତଦ୍ ବ୍ୟତୀତ ବିଜ୍ଞାପନର ପ୍ରଚାର ପ୍ରସାର କଲେ ଦୁଇ ବର୍ଷ ଯାଏଁ ଜେଲ୍ ଦଣ୍ଡ ସହ ୫୦ ଲକ୍ଷ ଟଙ୍କାର ଜରିମାନା ଦେବାକୁ ପଡ଼ିବ। ଏହି ବିଲ୍ ଯୋଗୁଁ ଡ୍ରିମ୍-11, My11Circle ଏବଂ Winzo ଭଳି କମ୍ପାନୀଗୁଡ଼ିକର ସେୟାରରେ ହ୍ରାସ ଘଟିଛି। ଗେମିଂ ଶିଳ୍ପକୁ ୨୦ ହଜାର କୋଟିର କ୍ଷତି ସହିବାକୁ ପଡିବ ବୋଲି ଆକଳନ କରାଯାଇଛି।

ନୂଆ ଗେମିଂ ବିଲ୍ ଯୋଗୁଁ ୪୦୦ରୁ ଅଧିକ କମ୍ପାନୀ ପ୍ରଭାବିତ ହେବାର ଆଶଙ୍କା ରହିଛି। ୟୁଜରମାନେ ୱାଲେଟ୍ ମନି ଟ୍ରାନ୍ସଫର୍ କରିବାରେ ଲାଗି ପଡ଼ିଛନ୍ତି। ଅଚାନକ ଟଙ୍କା ଟ୍ରାନ୍ସଫର୍ ବଢିବା ଯୋଗୁଁ ବ୍ୟାଙ୍କ୍ ରନ୍ ସ୍ଥିତି ସୃଷ୍ଟି ହୋଇଛି। କାରଣ ସବୁ ପ୍ଲାଟଫର୍ମ ପାଖରେ ଏବେ ପର୍ଯ୍ୟାପ୍ତ ନଗଦ ଟଙ୍କା ମହଜୁଦ ନାହିଁ। ଏହି ସ୍ଥିତି ଅଧିକ ଦିନ ଯାଏଁ ଜାରି ରହିଲେ ୟୁଜରଙ୍କ ଟଙ୍କା ଫସି ରହିପାରେ ବୋଲି ବିଶେଷଜ୍ଞ ଆକଳନ କରୁଛନ୍ତି।  


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.