PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

ଚାଳକଙ୍କୁ ଆକ୍ରମଣ କରି ହାଇୱା ଲୁଟ୍‌

ଢେଙ୍କାନାଳ,୨୩ା୧(ଆପ୍ର): ମାତିଛନ୍ତି ହାଇୱେ ଲୁଟେରା । ରାଜପଥରେ ବିଭିନ୍ନ ଗାଡି ଓ ଲୋକଙ୍କୁ ଅଟକାଇ ଟଙ୍କା, ସୁନାଗହଣା ଲୁଟ୍‌ କରିବା ପରେ ଏଥର ସିଧାସଳଖ ଗାଡି ଲୁଟିଛନ୍ତି । ମଙ୍ଗଳବାର ରାତିରେ ଢେଙ୍କାନାଳ ସଦର ଥାନା ପଞ୍ଚୁପଟି ନିକଟ ୫୫ ନମ୍ବର ଜାତୀୟ ରାଜପଥ ପାଶ୍ୱର୍ରେ ଛିଡା ହୋଇଥିବା ଏକ ହାଇୱାକୁ ଲୁଟେରାମାନେ ଲୁଟି ନେଇଛନ୍ତି । ଲୁଟେରାଙ୍କ ଆକ୍ରମଣରେ ହାଇୱା ଚାଳକ ଗୁରୁତର ଆହତ ହୋଇ ଢେଙ୍କାନାଳ ଡାକ୍ତରଖାନାରେ ଚିକିିତ୍ସିତ ହେଉଛନ୍ତି ।
ପୁଲିସ ସୂତ୍ରରୁ ପ୍ରକାଶଯେ, ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ କନ୍ତୋର ଗ୍ରାମର ସଂଜୟ ଦେହୁରୀ (୩୧) ନାଲ୍‌କୋ କୁଲାଡ଼ ନିବାସୀ ଶ୍ୱେତ ସ୍ୱାଇଁଙ୍କ ଦଶଚକିଆ ହାଇୱା (ନଂ. ଓଆର୍‌ ୧୯ ଇ ୦୯୮୧)ରେ ଡ୍ରାଇଭର ଭାବେ କାମ କରନ୍ତି । ସଂଜୟ ମଙ୍ଗଳବାର ସେ ହାଇୱାରେ ନାଲ୍‌କୋରୁ ଫ୍ଲାଏଆସ୍‌ (ପାଉଁଶଗୁଣ୍ଡ) ବୋଝେଇ କରି ଡୁବୁରୀ ଆସୁଥିଲେ । ଢେଙ୍କାନାଳ ସଦର ଥାନା ନିକଟ ପଞ୍ଚୁପଟିସ୍ଥିତ ୫୫ ନମ୍ବର ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ଏକ ଢାବାରେ ଗାଡିକୁ ରଖି ଖାଇଥିଲେ । ଖାଇସାରିବା ଗାଡି ଭିତରେ ବିଶ୍ରାମ ନେଉଥିବା ³ବଳେ ତିନିଜଣ ଦୁର୍ବୃତ୍ତ ପହଞ୍ଚି ସଂଜୟଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇ ତାଙ୍କ ସହ ହାଇୱାକୁ ଲୁଟି ନେଇଥିଲେ । ଲୁଟେରାମାନେ କୋରିଆଁ ନିକଟସ୍ଥ ଏକ ନିକାଞ୍ଚନ ସ୍ଥାନରେ ସଂଜୟଙ୍କୁ ଲୁହାରଡ୍‌ରେ ଆକ୍ରମଣ କରି ତାଙ୍କପାଖରେ ଥିବା ଟଙ୍କାପଇସା ଓ ମୋବାଇଲ୍‌ ଲୁଟି ନେଇ ଫିଙ୍ଗି ଦେଇଥିଲେ । ଏହି ଘଟଣା ରାତି ୧୨ ଟାରୁ ୧ଟା ମଧ୍ୟରେ ଘଟିଛି । ରାତିତମାମ ସେହି ସ୍ଥାନରେ ସଂଜୟ ଛଟପଟ ହେଉଥିଲେ । ବୁଧବାର ଭୋର୍‌ ସମୟରେ କିଛି ପଥଚାରୀ ସଂଜୟଙ୍କୁ ଉଦ୍ଧାର କରି ଢେଙ୍କାନାଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି । ଖବରପାଇ ଗାଡିର ମାଲିକ ଶ୍ରୀ ସ୍ୱାଇଁ ସଦର ଥାନାରେ ପହଞ୍ଚି ଲିଖିତ ଏତଲା ଦେଇଛନ୍ତି । ଏତଲାକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଏନେଇ ତନାଘନା ଚାଲିଥିବା ସଦର ଥାନା ଅଧିକାରୀ ମଳୟ ନାୟକ ସୂଚନା ଦେଇଛନ୍ତି ।