​​​​​​​ସୋରଡା,୨୩।୯ : ସୋରଡ଼ା ବ୍ଲକ ନୂଆଗଡ ପଂଚାୟତ କେଶରା ଗ୍ରାମ ନିକଟରେ ରୋଲର ତଳେ ଚାପି ହୋଇ ଚାଳକର ମୃତ୍ୟୁ ହୋଇଛି ଚାଳକ ଜଣକ ହେଲେ ଦିଗପହଣ୍ଡି ଅଂଚଳ କଇଠଡା ଗ୍ରାମର ରାଜେନ୍ଦ୍ର ମିଶ୍ର (୪୭) I

ସୋରଡ଼ା ବ୍ଲକର ପାଲକାଟ ପଞ୍ଚାୟତର ନୁଆଁଗାଁ ଠାରୁ ଆସ୍କା ନିକଟ ଝଗଦେଇ ପର୍ଯ୍ୟନ୍ତ ୨୪ କିଲୋମିଟର ରାସ୍ତା କାର୍ଯ୍ୟ ନିର୍ମାଣ  ଚାଲିଛି I ମଙ୍ଗଳବାର  ରାସ୍ତାରେ ପିଚୁ ପକାଯାଇଥିଲା। ଏହା ଉପରେ ରାଜେନ୍ଦ୍ର   ରୋଲର ଚଳାଉଥିଲେ। ହଠାତ ଭାରସାମ୍ୟ ହରାଇ ରୋଲରଟି ରାସ୍ତା ପାର୍ଶ୍ବରୁ ୫ ଫୁଟ ତଳକୁ ଖସି ପଡିଥିଲା। ଫଳରେ  ରୋଲର ତଳେ ରାଜେନ୍ଦ୍ର ଚାପି ହୋଇ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଖବର ପାଇ ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି।