ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ଚାପି ହୋଇ ଡ୍ରାଇଭର ମୃତ

ତୁରୁମୁଙ୍ଗା, ୪/୧୨ କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଶରଧାପୁର ବାଉଁଶୁଳି ରାସ୍ତାର ଜଡିଚାତର ନିକଟରେ ପାଣି ଟାଙ୍କି ନେଇ ଯାଉଥିବା ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡ଼ିଛି । ଫଳରେ ଟ୍ରାକ୍ଟର ତଳେ ଚାପି ହୋଇ ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ମୃତ ଚାଳକଙ୍କ ପରିଚୟ ମିଳି ପାରି ନଥିବା ବେଳେ ଘଟଣା ସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ ତୁରୁମୁଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା । ତେବେ ଟ୍ରାକ୍ଟରଟି ଏକ ପୋଲ ନିର୍ମାଣକାରୀ ଠିକା ସଂସ୍ଥାର ବୋଲି ଜଣାପଡିଛି।