ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ପେଟ୍ରୋଲ ଟ୍ୟାଙ୍କର ଅଟକ ଘଟଣା, ପୁଲିସର ହସ୍ତକ୍ଷେପ ପରେ ଛାଡିଲା ଡ୍ରାଇଭର ସଂଘ

Published By : Suraj Kumar | July 10, 2025 9:57 PM

ସଇଁତଳା,୧୦।୭ (ଆପ୍ର) : ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ୩ୟ ଦିନରେ ଆନ୍ଦୋଳନ ଜାରି ରହିଛି।  ସଇଁତଳା ଜାତୀୟ ରାଜପଥ ୨୬ ଲାଚୁଟ ଛକରେ ମଧ୍ଯ ଡ୍ରାଇଭର ମହାସଂଘ ତରଫରୁ ଆନ୍ଦୋଳନ ଜାରି ରହିଥିଲା। ତେବେ ୪ ଟି ପେଟ୍ରୋଲ ଓ ଡିଜେଲ ବୋଝେଇ ଟ୍ରକ ଝାରସୁଗୁଡା ରୁ ବାହାରି ବଲାଙ୍ଗୀର ଦେଇ ଚିତ୍ରକୁଣ୍ଡା, ଜୟପୁର ଓ କୋରାପୁଟକୁ ଯାଉଥିଲା। ଜାତୀୟ ରାଜପଥ ୨୬ ଲାଚୁଟ ଛକ ରେ ୪ ଟି ପେଟ୍ରୋଲ ବୋଝେଇ ଟ୍ରକ କୁ ଅଟକାଇ ଥିଲେ ଡ୍ରାଇଭର ସଂଘ। 

ପରେ ଡ୍ରାଇଭର ସଂଘ ଓ ପୋଲିସ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା। ଘଟଣା ସ୍ଥଳରେ ସଇଁତଳା ଥାନା ଅଧକାରୀ,  ଦେଓଗାଁ ଥାନା ଅଧିକାରୀ ଓ ବଲାଙ୍ଗୀର ସଦର ଏସଡିପିଓ ପହଞ୍ଚି  ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।ପରେ ଆନ୍ଦୋଳନକାରୀମାନଙ୍କ ସହ ବୁଝାସୁଝା କରିବା ପରେ ଗାଡ଼ି ଚଳାଚଳ ସ୍ଵାଭାବିକ ହୋଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.