ମଦୁଆ ଗାଡି ଚାଳକ ସାବଧାନ, ଆଜିଠୁ ଚେକିଂ ଜୋରଦାର

ଭୁବନେଶ୍ବର,୨୩।୩ ମଦ ପିଇ ରାସ୍ତାରେ ଗାଡି ଚଳାଉଥିବା ଡ୍ରାଇଭର ସାବଧାନ। ଗଣିପାରନ୍ତି ଜରିମାନା, ଏପରିକି ଜେଲ ମଧ୍ୟ ଯାଇପାରନ୍ତି। ମଦ ପିଇ ଗାଡି ଚଳାଉଥିବା ଲୋକଙ୍କୁ ଧରିବା ପାଇଁ ପରିବହନ ବିଭାଗ ପକ୍ଷରୁ ଆଜିଠୁ ଚେକିଂ ଜୋରଦାର କରାଯାଇଛି। ଆଜିଠାରୁ ଆରମ୍ଭ ହେଉଥିବା ଏହି ଧରପଗଡ ଆସନ୍ତା ୩ ଦିନ ଯାଏ ଚାଲିବ। ଅପରାହ୍ନ ୩ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଏହି ଚେକିଂ କରାଯିବ। ମଦୁଆ ଚାଳକ ଧରାପଡିଲେ ଜରିମାନା ଦେବେ ଏବଂ ଜେଲ ମଧ୍ୟ ଯାଇପାରନ୍ତି। ପରିବହନ ବିଭାଗ (ଏନଫୋର୍ସମେଣ୍ଟ)ର ଅତିରିକ୍ତ କମିଶନର ଏହି ଚେକିଂ ପାଇଁ ନିର୍ଦେଶ ଦେଇଛନ୍ତି।