ପ୍ରମୂଖ ଖବର
  • ରାଜ୍ୟରେ ଆଉ ୮ ଶିଳ୍ପକୁ ମଞ୍ଜୁରୀ, ନିବେଶ ହେବ ୧ ଲକ୍ଷ ୫୧ ହଜାର ୨୩୯ କୋଟି ଟଙ୍କା, ଢେଙ୍କାନାଳରେ ବେଦାନ୍ତ କରିବ ପ୍ଲାଣ୍ଟ
  • ||
  • ଜୁନାଗଡ଼ରେ ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ, ଅଟୋ ଡ୍ରାଇଭର ଗୁରୁତର
  • ||
  • ଗୁଣପୁର : ବଜ୍ରପାତରେ ୨ ମହିଳା ମୃତ
  • ||
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ଠେଲା ଗାଡ଼ିରେ ଖୋଲୁଛି ଠିପି, ମଦ ପିଇ ବଡ଼ଦାଣ୍ଡରେ ଗଢ଼ୁଛନ୍ତି ମଦୁଆ, ପୁଲିସଙ୍କୁ ବେଖାତିର

Published By : Prameya | June 16, 2025 1:51 PM

ପୁରୀ,୧୬/୦୬: ଅପବିତ୍ର ହେଉଛି ମହାପ୍ରଭୁଙ୍କ ବଡ଼ଦାଣ୍ଡ । ଠାକୁରଙ୍କ ବିଜେ ଦାଣ୍ଡରେ ଗଡ଼ୁଛନ୍ତି ମାଳ ମାଳ ମଦୁଆ । ପଡ଼ୁଛି ଖାଲି ମଦବୋତଲ ଓ ଉଡ଼ୁଛି ପ୍ଲାଷ୍ଟିକ୍‌ ଗ୍ଲାସ । ରାତି ହେଲେ ଠେଲା ଗାଡ଼ିରେ ଖୋଲୁଛି ଠିପି । ତିନି ଚାରି ଜଣ ଏକାଠି ହୋଇ ବେଧଡ଼କ ଚାଲୁଛି ମଦ  ପିଆ । ଅଭଦ୍ର ଭାଷାରେ ପରସ୍ପରକୁ ଗାଳିମନ୍ଦ  କରୁଛନ୍ତି । ଯାତ୍ରୀଙ୍କ ଚଳପ୍ରଚଳ କି ପୁଲିସ ବାବୁଙ୍କ ଉପସ୍ଥିତିକୁ ବେଖାତିର । ବିଶ୍ୱ ପ୍ରସିଦ୍ଧ  ରଥ ଯାତ୍ରାକୁ ଆଉ ମାତ୍ର ୧୩ ଦିନ ଥିବା ସ୍ଥଳେ  ବଡ଼ଦାଣ୍ଡର ଏଭଳି ବିକଳ ଚିତ୍ର ବ୍ୟଥିତ କରୁଛି । 

ଗୁରୁବାର ରାତି ପ୍ରାୟ ୧୨ଟା ହେବ ।  ଶ୍ରୀମନ୍ଦିରଠାରୁ ଶହେ ମିଟର ଦୂର ମରିଚିକୋଟ  ଛକରେ ଜଣେ ମଦ୍ୟପ ଉତ୍ପାତ କରୁଥାଏ । ବଡ଼ଦାଣ୍ଡରେ ବସି ଭୋଜନ ସାଙ୍ଗକୁ ଶୂନ୍ୟକୁ  ଗାଳିଗୁଲଜ ଚାଲିଥାଏ । କିଛି ଦୂରରେ ଅଟକିଥାଏ  ଠେଲା ଗାଡ଼ି । ନିକଟରେ ଚାଉମିନ୍‌ ସାଙ୍ଗକୁ ଏକାଧିକ  ଗ୍ଲାସ ସଜଡ଼ା ହୋଇଥାଏ । ସେହି ଠେଲାରେ  ଖୁଲମ୍‌ଖୁଲା ବୋତଲର ଠିପି ଖୋଲି ମଦ ଢ଼ାଳି  ଟେକୁଥାନ୍ତି ଏକାଧିକ ଯୁବକ । ନିଜ ଭିତରେ  ଆଲୋଚନା ବେଳେ ଅଭଦ୍ର ଭାଷାର ପ୍ରୟୋଗରେ  ଲଗାମ୍‌ ନଥାଏ । ବଡ଼ଦାଣ୍ଡ ବୋଲି କାହାରି ହିତାହିତ  ଜ୍ଞାନ ରହୁ ନଥାଏ । ଏହା ପୂର୍ବରୁ ମାର୍କେଟ ଛକରେ  ଓ ଟାଉନ୍‌ ଥାନା ନିକଟରେ ଦୁଇ ଜଣ ମଦୁଆ  ବଡ଼ଦାଣ୍ଡରେ ଲୋଟୁଥିବା ଦେଖିବାକୁ ମିଳିଥିଲା । 

ସ୍ଥାନୀୟ ଲୋକେ କୁହନ୍ତି ଏଭଳି ଦୃଶ୍ୟ କିଛି ନୂଆ  ନୁହେଁ । ବଡ଼ଦାଣ୍ଡ ପାଶ୍ୱର୍ ନରେନ୍ଦ୍ର କୋଣରେ ମିଳୁଛି  ଦେଶୀ ମଦ । ଦିନରେ ଯାହା କିଛି ରୋଜଗାର କରି ସନ୍ଧ୍ୟାରେ ସେଠାରେ ପହଞ୍ଚୁଛନ୍ତି । ପେଟେ ମଦ ପିଇ ବଡ଼ଦାଣ୍ଡକୁ ଫେରି ଉତ୍ପାତ କରୁଛନ୍ତି । ବଡ଼ଦାଣ୍ଡକୁ  ଆଶ୍ରା କରି ବ୍ୟବସାୟ କରୁଥିବା କିଛି ବେପାରୀ ମଧ୍ୟ  ରାତି ହେଲେ ଠୋଲାରେ ମଦ ପିଇ ରାସ୍ତାରେ ବୋତଲ  ଗଡ଼ାଇ ଦେଉଛନ୍ତି । ସମ୍ପୃକ୍ତ ଅଞ୍ଚଳରେ ଦୁଇ ଦୁଇଟା  ପୁଲିସ ଥାନା । ଅହରହ ବାସିନ୍ଦାଙ୍କ ଉପସ୍ଥିତି । ପୁଣି  ଯାତ୍ରୀଙ୍କ ଭିଡ଼ । ବଡ଼ବଡ଼ିଆ ଅଧିକାରୀ ଓ ନେତାଙ୍କ  ଚଳପ୍ରଚଳ । ତଥାପି ବଡ଼ଦାଣ୍ଡରୁ ମଦ କିମ୍ବା ମଦୁଆଙ୍କୁ  ହଟାଯାଇ ପାରୁନି । ଏଭଳି ସ୍ଥିତିରେ ଶ୍ରୀକ୍ଷେତ୍ରକୁ  ମଦ ମୁକ୍ତ କରିବା ଘୋଷଣା ମୁଖିଆଙ୍କ କେବଳ ବାହାସ୍ଫୋଟ ବୋଲି ସମାଲୋଚନା କରାଯାଉଛି ।

 ଜଣେ ପୁଲିସ ଅଧିକାରୀଙ୍କ କହିବା ଅନୁସାରେ  ମଦୁଆଙ୍କୁ ତାଗିଦ୍‌ କଲେ କଥା ଶୁଣିବେ ନାହିଁ ।  ଥାନାକୁ ନେବା କଷ୍ଟକର ବ୍ୟାପାର । ଥାନାକୁ ନେଲେ ବଡ଼ବାବୁ ପାଟି କରିବେ । ମଦୁଆଙ୍କୁ ଭୟଭିତ କରିବା ଲାଗି ସର୍ବସାଧାରଣ ସ୍ଥାନରେ ମାଡ଼ ମାରିବା ଆହୁରି  ଚିନ୍ତାଜନକ । କିଛି ହେଲେ ଆମେ ଅଡୁଆରେ ପଡ଼ିବୁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.