ମଦ୍ୟପ ସ୍ବାମୀର ଉନ୍ମତ୍ତ କାଣ୍ଡ, ସ୍ତ୍ରୀର ମୃତ୍ୟୁ

Young female arguing husband shadow, relations difficulties, couple conflict
ଜଳେଶ୍ବର,୨୯/୩ : ମଦ୍ଯପ ସ୍ବାମୀର ଉନ୍ମତ୍ତ କାଣ୍ତ । ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ ଗହୀରାବନ୍ଧ ଗ୍ରାମରେ ଗତକାଲି ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ପାରିବାରିକ ବିବାଦକୁ ନେଇ ନିଶାସକ୍ତ ଅବସ୍ଥାରେ ସ୍ବାମୀ ନିଜ ସ୍ତ୍ରୀକୁ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି ।
ଘଟଣା ଅନୁଯାୟୀ, ରାଇବଣିଆ ଥାନା ଅନ୍ତର୍ଗତ ଗହୀରାବନ୍ଧ ଗ୍ରାମର ଦୁର୍ଗା ମୁର୍ମୁ ଏବଂ ତାଙ୍କ ସ୍ତ୍ରୀ ମଞ୍ଜୁଲତାଙ୍କ ମଧ୍ଯରେ କୌଣସି କଥାକୁ ନେଇ ପାଟିତୁଣ୍ତ ହୋଇଥିଲା । ଏହାପରେ ନିଶାସକ୍ତ ଅବସ୍ଥାରେ ଥିବା ସ୍ବାମୀ ଦୁର୍ଗା ସ୍ତ୍ରୀ ମଞ୍ଜୁଲତାଙ୍କୁ ଠେଙ୍ଗାରେ ନିସ୍ତୁକ ପିଟିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ମଞ୍ଜୁଲତାଙ୍କ ମୃତ୍ଯୁ ହୋଇଥିଲା । ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ତ ଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସ୍ବାମୀ ଦୁର୍ଗାଙ୍କୁ କାବୁ କରି ପୋଲିସକୁ ଖବର ଦେଇଥିଲେ । ଖବରପାଇ ରାଇବଣିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଗାଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।