ପ୍ରମୂଖ ଖବର
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ନିର୍ବାଚନ ପାଇଁ ଦିଲ୍ଲୀରେ ୪ ଦିନ ଡ଼୍ରାଏ ଡ଼େ, ଜାଣନ୍ତୁ କେବେ ...

Published By : Anindita Ratha | January 22, 2025 1:25 PM

ନୂଆଦିଲ୍ଲୀ, ୨୨/୦୧:  ପାଖେଇ ଆସୁଛି ନିର୍ବାଚନ ।  ଏନେଇ ଦିଲ୍ଲୀରେ ୪ ଦିନ ଡ଼୍ରାଏ ଡ଼େ ରହିବ । ଦିଲ୍ଲୀ ସରକାର ୩ ରୁ ୫ ତାରିଖ ଓ ଫେବୃଆରୀ ୮ ତାରିଖ ଦିନ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବା ପର୍ଯ୍ୟନ୍ତ ସହରରେ ମଦ ଦୋକାନ ବନ୍ଦ ରହିବ । ଏଥି ସମୟରେ ମଦ ଦେଉଥିବା ପ୍ରତିଷ୍ଠାନ ବି ବନ୍ଦ ରହିବ । 

ନିକଟରେ ଦିଲ୍ଲୀ ଅବକାରୀ କମିଶନରଙ୍କ ଦ୍ୱାରା ଏକ ବିଜ୍ଞପ୍ତି ଜାରି କରାଯାଇଛି । ଯେଉଁଥିରେ ୭୦ ସଦସ୍ୟ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ଏବଂ ଗଣନା ଦିନ ବିଭିନ୍ନ ଉତ୍ପାଦ ଲାଇସେନ୍ସ ପାଇଁ ଅବକାରୀ ନିୟମ-୨୦୧୦ ଅନୁଯାୟୀ ଡ୍ରାଏ ଡ଼େ ଘୋଷଣା କରାଯାଇଛି। ଫେବୃଆରୀ ୩ ତାରିଖ ସନ୍ଧ୍ୟା ୬ଟାରୁ ଫେବୃଆରୀ ୫ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏବଂ ତା’ପରେ ଫେବୃଆରୀ ୮ ତାରିଖ ଗଣନା ଦିନ ଏକ ଡ୍ରାଏ ଡ଼େ ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଦିଲ୍ଲୀରେ ଡ୍ରାଏ ଡେ ସମୟରେ କୌଣସି ମଦ ଦୋକାନ ଖୋଲିବ ନାହିଁ। ଏହା ସହିତ ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ମଦ ପରିବେଷଣ କରାଯିବ ନାହିଁ। ବିଜ୍ଞପ୍ତିରେ କୁହାଯାଇଛି ଯେ ମଦ ବିକ୍ରି କିମ୍ବା ପରିବେଷଣ କରୁଥିବା କ୍ଲବ୍ କିମ୍ବା କୌଣସି ପ୍ରତିଷ୍ଠାନକୁ ମଧ୍ୟ ମଦ ବିକ୍ରୟ କିମ୍ବା ପରିବେଷଣ କରିବାକୁ ଅନୁମତି ଦିଆଯିବ ନାହିଁ।  ପ୍ରକାଶ ଥାଉକି, ଦିଲ୍ଲୀର ସମସ୍ତ ୭୦ଟି ଆସନ ପାଇଁ ଫେବୃଆରୀ ୫ ତାରିଖରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ। ସେହିପରି ଫେବୃଆରୀ ୮ ତାରିଖରେ  ଫଳାଫଳ  ଘୋଷଣା କରାଯିବ। ବିଧାନସଭା ନିର୍ବାଚନରେ ମୋଟ ୬୯୯ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଥିବା ବେଳେ ଏମାନଙ୍କ ମଧ୍ୟରୁ ୯୬ ଜଣ ମହିଳା ନିର୍ବାଚନ କ୍ଷେତ୍ରରେ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.