‘ମୋ ସହିତ ବାପା ଦୁଷ୍କର୍ମ କରିଆସୁଥିଲେ… ମା’ ସବୁ ଜାଣି ଚୁପ୍ ବସିଥିଲା…’

ହରିୟାଣା ୧୮।୩: ଦୀର୍ଘ ଦିନ ଧରି ବାପା ମୋ ସହିତ ଦୁଷ୍କର୍ମ କରିଆସୁଥିଲେ। ମା’ ସୁବ ଜାଣି ଚୁପ୍ ବସିଥିଲା। ଥରେ ହେଲେ ବି ବାପାଙ୍କୁ ପଚାରିବାକୁ ଚେଷ୍ଟା ବି କରିନଥିଲା। ଏହା ମାସେ କି ଦୁଇ ମାସର ଘଟଣା ନୁହେଁ, ଦୀର୍ଘ ୫ମାସ ଧରି ନିଜ ଝିଅକୁ ନିଶା ପଦାର୍ଥ ଖୁଆଇ କରୁଥିଲା ଦୁଷ୍କର୍ମ। ଶେଷରେ ନାବାଳିକା ଝିଅ ନିଜ ବାପାର କୁକର୍ମ ସହିନପାରି ଏମିତି ଖୋଲିଲା ପୋଲ୍…।
ବାପାର କୁକର୍ମ ସମ୍ପର୍କରେ ଜାଣିବା ପରେ ମା’ ସିନା ପାଟି ପିଠାଇନଥିଲା କିନ୍ତୁ ଏହି ସମ୍ପର୍କରେ ପୁଲିସ ଜାଣିବା ପରେ ପୁରା ଆଶ୍ଚଯ୍ୟ ହୋଇଯାଇଛି। ଏହି ଘଟଣାଟି ହରିୟାଣାର ପାନିପତ ଜିଲ୍ଲାରେ ଘଟିଛି।

ଝିଅ ଯଦି ବିରୋଧ କରୁଥିଲା ବାପା ତାକୁ ଜୀବନରୁ ମାରିଦେବା ସହିତ ଘରୁ ବାହାର କରିଦେବ ବୋଲି ଧମକ ଦେଉଥିଲା। କିନ୍ତୁ ନାବାଳିକା ଝିଅ ବାପାର କୁକର୍ମ ବିଷୟରେ ମା’କୁ କହିଥିଲା।ମାତ୍ର ମା’ ଝିଅର କଥା ଉପରେ କୈାଣସି ଧ୍ୟାନ ଦେଇନଥିଲା।
ବାଲ୍ କଲ୍ୟାଣ ସମିତିର ଅଭିଯୋଗ ଶୁଣିବା ପରେ ପୁଲିସ ଅଭିଯୁକ୍ତ ବାପା ଗିରଫ କରିଛି। ଏସପିଙ୍କ କହିବାନୁସାରେ, ପିଡ଼ିତାର ମା’ କୁ ମଧ୍ୟ ମାମଲାର ଯାଞ୍ଚରେ ସାମିଲ କରାଯିବ। ଯଦି ମା’ ବି ସାମିଲ ଥିବେ ତେବେ ତାଙ୍କ ବିରୁଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।
ବାଲ୍ କଲ୍ୟାଣ ସମିତି ପକ୍ଷରୁ ସୂଚନା ମିଳିଛି କି, ସମାଜରେ ବଦନାମ ଭୟରୁ ବଂଚିବା ପାଇଁ ପୀଡ଼ିତା କାହାରିକୁ କିଛି କହୁନଥିଲା। ସେହି ଦିନ ରାତିରେ ପୀଡ଼ିତା ସାହସ ଦେଖାଇ ବାପାକୁ ଗାଳି ଗୁଲଜ କରିଥିଲା। ମାତ୍ର ନୃଶଂସ ବାପା ତାପରେ ବି ଝିଅକୁ ଦୁଷ୍କର୍ମ କରୁଥିଲା। ବାପାର କୁକର୍ମ ବିଷୟରେ ଧୀରେ ଧୀରେ ପଡ଼ିଶା ଘର ଲୋକ ଜାଣିବାକୁ ପାଇଥିଲେ। ସେମାନେ ଘର ମାଲିକକୁ ଏହି ସମ୍ପର୍କରେ କହିଥିଲେ। ଶେଷରେ ଘର ମାଲିକ ସିଡବ୍ଳ୍ୟସିକୁ ଏହି ସୂଚନା ଦେଇଥିଲେ।
ସିଡବ୍ଲ୍ୟସି ଘଟଣାସ୍ଥଳୀରେ ପଂହଚି ନାବାଳିକର କାଉନସିଲିଂ କରିଥିଲେ। ସେହି ସମୟରେ ହିଁ ନାବାଳିକା ସିଡବ୍ଳ୍ୟସିକୁ ପୁରା ଘଟଣା ସମ୍ପର୍କରେ ସମସ୍ତ କଥା କହିଥିଲେ। ଏବେ ନାବାଳିକାକୁ ସିଡବ୍ଳ୍ୟସିର ଆଶ୍ରୟସ୍ଥଳୀକୁ ପଠାଇଦିଆଯାଇଛି। ଅଭିଯୁକ୍ତକୁ ପୁଲିସ ଗିରଫ କରିଛି।