ଭାଇରାଲ୍ ହେଲା ଜାଲ୍ ଚିଠି

source:www.prospectivedoctor.com
ଭୁବନେଶ୍ୱର,୬ା୨(ବ୍ୟୁରୋ): ଭାଇରାଲ୍ ହେଲା ଉଚ୍ଚଶିକ୍ଷା ବିଭାଗର ଜାଲ୍ ଚିଠି । ବେସରକାରୀ ଅନୁଦାନପ୍ରାପ୍ତ କଲେଜର କର୍ମଚାରୀଙ୍କ ଅବସର ବୟସ ୬୦ରୁ ୬୨କୁ ବଢିଲା ବୋଲି ଏହି ଜାଲ୍ ଚିଠିରେ ଉଲ୍ଲେଖ କରାଯାଇଛି । ଯାହା ୨୦୧୯-୨୦ରୁ ଲାଗୁ ହେବ ବୋଲି କୁହାଯାଇଛି । ଏହି ଚିଠି ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବ କୃପାସିନ୍ଧୁ ମିଶ୍ର ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କୁ ଲେଖିଛନ୍ତି । ବେସରକାରୀ ଅନୁଦାନପ୍ରାପ୍ତ କଲେଜ କର୍ମଚାରୀଙ୍କୁ ଏ ବାବଦରେ ସୂଚିତ କରିବାକୁ ଚିଠିରେ ଲେଖାଯାଇଛି । ମାତ୍ର ଏହି ଚିଠି ସମ୍ପୂର୍ଣ୍ଣ ଜାଲ୍ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି । ବିଭାଗ ପକ୍ଷରୁ ଏଭଳି କୌଣସି ଚିଠି ଯାଇନଥିବା ବିଭାଗୀୟ ଅତିରିକ୍ତ ସଚିବ କହିଛନ୍ତି । ଆସନ୍ତାକାଲି ଏ ବାବଦରେ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରାଯିବ ବୋଲି ସୂଚନା ଦେଇଛନ୍ତି ।