ପ୍ରମୂଖ ଖବର
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଗଣେଶ ପୂଜା ବିସର୍ଜନ ବେଳେ ଢେଲା ମାଡକୁ ନେଇ ଉତ୍ତେଜନା ଘଟଣା, ୨ ଗିରଫ

Published By : Harapriya Sethi | October 6, 2024 11:09 AM

ଆନନ୍ଦପୁର,୦୬/୧୦: ଗଣେଶ ମେଢ଼ ଭସାଣୀ ସମୟରେ ଶୋଭାଯାତ୍ରା ଉପରକୁ କିଛି ଦୁବୃର୍ତ୍ତ କରିଥଲେ ଢେଲାମାଡ । ଫଳରେ ଦିର୍ଘ ଦିନ ପାଇଁ ବନ୍ଦ ହୋଇ ରହିଥିଲା ଭସାଣି । ଶେଷରେ ରାତି ଅଧରେ ଗଣେଶ ମୂର୍ତ୍ତିକୁ ବିସର୍ଜନ କରିଛି ପୋଲିସ । ଏହି ଘଟଣାରେ ସୌମ୍ୟଜିତ ମିଶ୍ର ଓ ଦିଲ୍ଲୀପ କୁମାର ମହାନ୍ତି ଗିରଫ ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତବକ, ଗଣେଶ ମେଢ଼ ଭସାଣୀ ସମୟରେ ଆନନ୍ଦପୁର ଥାନା ନିକଟରେ ଶୋଭାଯାତ୍ରା ଉପରକୁ କିଛି ଦୁବୃର୍ତ୍ତ ଢେଲାମାଡ କରିଥଲେ । ଫଳରେ ଘଟଣାସ୍ଥଳରେ ତୀବ୍ର ଉତେଜନା ପ୍ରକାଶ ପାଇଥିଲା । ପୋଲିସ୍ ପକ୍ଷରୁ ବିନା ଶୋଭାଯାତ୍ରାରେ ଠାକୁର ଭସାଣୀ କରିବାକୁ ନିର୍ଦ୍ଦେଶ ପରେ ଉତେଜନା ଅଧିକ ତୀବ୍ର ହୋଇଥିଲା । ଉତେଜନା ଯୋଗୁ ସୃଷ୍ଟି ହୋଇଥିବା ଅପ୍ରିତିକର ପରିସ୍ଥିତିରେ ଅନେକ ଦେଖଣାହାରୀ ସମସ୍ୟାର ସମ୍ମୁଖୀନ ହୋଇଥିଲେ । 

ତେବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉତେଜନା ଲାଗିରହିଥିବା ବେଳେ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା । ଗଣେଶ ମେଢ଼ ଭସାଣୀ ବନ୍ଦ ରହିଥିବା ବେଳେ ରାତି ଅଧରେ ପୋଲିସ ଗଣେଶ ମୂର୍ତ୍ତିକୁ ବିସର୍ଜନ କରିଛି । ଗଣେଶ ପୂଜାର ଦୀର୍ଘ ଦିନ ଯାଏଁ ଭସାଣୀ ନହେବା ଓ ପୂର୍ବରୁ ଉତ୍ତେଜନା ଥିବାବେଳେ ପ୍ରଶାସନ ପକ୍ଷରୁ ନିର୍ଦ୍ଧିଷ୍ଟ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ନକରିବା ଭଳି ପ୍ରଶାସନର ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁଁ ଏଭଳି ଘଟଣା ଘଟିଥିବା କୁହାଯାଉଛି । ଘଟଣାକୁ କେନ୍ଦ୍ରକରି ଭଷାଣି କରୁଥିବା କ୍ଲବର ୨ ଜଣ ସଦସ୍ୟ ସୌମ୍ୟଜିତ ମିଶ୍ର ଓ ଦିଲ୍ଲୀପ କୁମାର ମହାନ୍ତିକୁ ଗିରଫ କରିଛି ପୋଲିସ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.