ପ୍ରମୂଖ ଖବର
  • ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଜିଏସଟି ଆସିଷ୍ଟାଣ୍ଡ କମିଶନର
  • ||
  • ୨୯ ତାରିଖକୁ ସରକାରୀ ଛୁଟି ଘୋଷଣା,ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଗଞ୍ଜାମ; ଆକାଶରୁ ଖସିଲା ମୃତ୍ୟୁ, ବଜ୍ରପାତ ଘଟି ୩ ମହିଳାଙ୍କ ମୃତ୍ୟୁ
  • ||
  • ଶ୍ରୀମନ୍ଦିର ପରିଚାଳନା କମିଟି ଘୋଷଣା, ପ୍ରକାଶ ପାଇଲା ୧୦ଜଣ ସଦସ୍ୟଙ୍କ ନାଁ
  • ||
  • ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ାଉ; ଟଙ୍କା-ମୋବାଇଲ ଫୋନ ଜବତ, ୭ ଜୁଆଡ଼ି ଗିରଫ
  • ||
  • ‘ଆମ ଶାସନ’ ବ୍ୟବସ୍ଥାର ଶୁଭାରମ୍ଭ, ଲୋକଙ୍କ ମତାମତ ଆଧାରରେ ହେବ ନୀତି ନିର୍ଦ୍ଧାରଣ
  • ||
  • ନୂଆଦିଲ୍ଲୀ: ତଦନ୍ତରେ ଚାଞ୍ଚଲ୍ୟକର ଖୁଲାସା; ପାକିସ୍ତାନକୁ ପଠାଯାଉଥିଲା ଦେଶର ଗୁଇନ୍ଦା ସୂଚନା, ପାକିସ୍ତାନୀ ଗୁପ୍ତଚର ସମ୍ପର୍କରେ ଥିଲେ ଭାରତର ୧୫ ଅଧିକାରୀ
  • ||
  • ଟାଙ୍ଗୀ : ରୋଷେଇ ଚାଲିଥିବା ବେଳେ ଫାଟିଲା ଗ୍ୟାସ୍ ସିଲିଣ୍ଡର, ହୁତୁହୁତୁ ହୋଇ ଜଳିଗଲା ଘର, ୬ଟି ପରିବାର ସର୍ବସ୍ବାନ୍ତ
  • ||
  • ଥମିଲା ଆନ୍ଦୋଳନ,୧୫ ଦିନ ପରେ ଅମଲା ଆନ୍ଦୋଳନ ସ୍ଥଗିତ
  • ||
  • ମହମ୍ମଦ ୟୁନୁସ୍‌ଙ୍କ ବଡ଼ ଘୋଷଣା : '୨୦୨୬ରେ ବାଂଲାଦେଶକୁ ମିଳିବ ଗଣତାନ୍ତ୍ରିକ ସରକାର, ଯିଏ ଜିତିବ ତା' ହାତରେ ଟେକିଦେବୁ ଶାସନ ଭାର'
  • ||
  • ଗାଜା ହସ୍ପିଟାଲରେ ଇସ୍ରାଏଲ ସେନାର ବୋମାମାଡ଼, ୫ ସାମ୍ବାଦିକଙ୍କ ସମେତ ୨୦ ଜଣଙ୍କ ମୃତ୍ୟୁ, ଅନେକ ଆହତ
  • ||
  • ଆଗାମୀ ୪୮ ଘଣ୍ଟା ଭିତରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା, ଆଜି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • କାଣୀ ନଦୀରେ ଘାଈ ପରେ ଦୁର୍ଦ୍ଦଶା, ପାଣି ଘେରରେ ଦଶରଥପୁର ବ୍ଲକର ୧୫ ପଞ୍ଚାୟତ, ୫ ହଜାର ଲୋକେ ଜଳବନ୍ଦୀ
  • ||
  • ବଢି ଯନ୍ତ୍ରଣା : ବୈତରଣୀ ଓ ସୁବର୍ଣ୍ଣରେଖା କୋପରେ ଭାସୁଛି ଶତାଧିକ ଗାଁ, ଜଳବନ୍ଦୀ ଅବସ୍ଥାରେ ହଜାର ହଜାର ଲୋକେ
  • ||
  • ମଙ୍ଗଳବାର ଉଦୟଗିରି, ହିମଗିରିର ହେବ ଜଳାବତରଣ; ଶତ୍ରୁର ଜାହାଜକୁ ଖୋଜି ଖୋଜି କରିବ ଧ୍ୱଂସ
  • ||
  • ରୋଷେଇ ବେଳେ ଅଘଟଣ: ଆକସ୍ମିକ ଅଗ୍ନିକାଣ୍ଡରେ ଦମ୍ପତି ଜୀବନ୍ତ ଦଗ୍ଧ, ଅନାଥ ହୋଇଗଲା ୯ ମାସ ଶିଶୁ
  • ||

ବିଧାୟକଙ୍କ ଘରୁ ଡିଭିଆର ବକ୍ସ ଚୋରି ଘଟଣା; ମୁଖ୍ୟ ଅଭିଯୁକ୍ତ ଗିରଫ, ୫ ଫେରାର

Published By : Bijay Swain | August 26, 2025 11:30 PM

ଝାରସୁଗୁଡ଼ା,୨୬/୮(ଆପ୍ର): ବିଧାୟକଙ୍କ ଘରୁ ଡିଭିଆର ବକ୍ସ ଚୋରି ଘଟଣାର ପର୍ଦ୍ଦାଫାଶ କରିବା ସହ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ଝାରସୁଗୁଡ଼ା ପୁଲିସ୍ l ଅଭିଯୋଗ ମତେ ଗତ ଜୁଲାଇ ୨୮ ତାରିଖ ବିଳମ୍ବିତ ରାତିରେ ଶାନ୍ତି ଆପାର୍ଟମେଣ୍ଟରେ ଫ୍ଲାଟ୍ ନଂ ୨୦୨ ରେ ଦୁବୃର୍ତ୍ତ ମାନେ ପଶି ସୁନା ଅଳଙ୍କାର ସହ ନଗଦ ୫୦୦୦ ଟଙ୍କା ଚୋରି କରିଥିଲେ। ଏହାପରେ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଫ୍ଲାଟ୍ ନଂ ୨୦୫ର କବାଟ ଭାଙ୍ଗି ସିସିଟିଭିର ଡିଭିଆର ବକ୍ସ ନେଇ ଦୁବୃର୍ତ୍ତମାନେ ଫେରାର ହୋଇଯାଇଥିଲେ l

ଅଭିଯୋଗ ପରେ ପ୍ରାଥମିକ ତଦନ୍ତ କରି ଆପାର୍ଟମେଣ୍ଟ ନିକଟସ୍ଥ ଅଳିଆ ଗଦାରୁ ଚୋରି ହୋଇଥିବା ସିସିଟିଭି ଡିଭିଆର ବକ୍ସକୁ ପୁଲିସ୍ ଉଦ୍ଧାର କରିଥିଲା l ତଦନ୍ତ ପରେ ଆନ୍ତଃରାଜ୍ୟ ରାକେଟର ସଂପୃକ୍ତି ଥିବା ପ୍ରମାଣ ମିଳିଥିଲା l ମଧ୍ୟପ୍ରଦେଶ ଦାର ଅଞ୍ଚଳର ମୁଖ୍ୟ ଅଭିଯୁକ୍ତ କହ୍ନେୟା ପଲସିଆ(୪୬)କୁ ପୁଲିସ୍ ଗିରଫ କରିଥିବା ବେଳେ ଚୋରିରେ ସଂପୃକ୍ତ ଥିବା ଅନ୍ୟ ୫ ଜଣ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରଖିଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ ପୁଲିସ୍ ଆରକ୍ଷୀ ଅଧିକ୍ଷକ ଗୁଣ୍ଡଲା ରେଡ୍ଡୀ ରାଘବେନ୍ଦ୍ର ସୂଚନା ଦେଇଛନ୍ତି l ମୁଖ୍ୟ ଅଭିଯୁକ୍ତ ନାଁରେ ୧୨ରୁ ଅଧିକ ଚୋରି ଅଭିଯୋଗ ଆନ୍ଧ୍ର ପ୍ରଦେଶର ବିଭିନ୍ନ ଥାନାରେ ରୁଜୁ ରହିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି l

ଅଭିଯୁକ୍ତ ମାନେ କେଉଁ କେଉଁ ଆପାର୍ଟମେଣ୍ଟ ମାନଙ୍କରେ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଅଛି ପ୍ରଥମେ ରେକି କରୁଥୁଲେ l ରେକି କରିବା ପରେ ବନ୍ଦ ରହିଥିବା ଫ୍ଲାଟ୍ ରେ ଚୋରି କରି ଫେରାର ମାରୁଥିଲେ l ଏହି କ୍ରମରେ ଶାନ୍ତି ଆପାର୍ଟମେଣ୍ଟରେ ବନ୍ଦ ରହିଥିବା ୨ଟି ଫ୍ଲାଟରୁ ଚୋରି କରିବା ପରେ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଫ୍ଲାଟରେ ପଶି ଡିଭିଆର ବକ୍ସକୁ ଚୋରି କରିଥିଲେ l ହେଲେ ମୁଖ୍ୟ ଗିରଫ ଅଭିଯୁକ୍ତ ଡିଭିଆର ବକ୍ସର ଆବଶ୍ୟକତା ନଥିବା କହିବାରୁ ଫେରାର ଅଭିଯୁକ୍ତ ମାନେ ଶାନ୍ତି ଆପାର୍ଟମେଣ୍ଟ ନିକଟ ଅଳିଆ ଗଦାରେ ଫିଙ୍ଗି ଫେରାର ମାରିଥିଲେ l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.