ପୁରୀ, ୧୧/୧୧ : ଶ୍ରୀମନ୍ଦିରରେ ଅପରାହ୍ଣରେ ହେବ ଧ୍ଵଜାବନ୍ଧା ନୀତି। ସନ୍ଧ୍ୟା ବଦଳରେ ଅପରାହ୍ଣ ସାଢେ ୩ଟାରୁ ୪ଟା ମଧ୍ୟରେ ଧ୍ଵଜାବନ୍ଧା ନୀତି ହେବ। କାର୍ତ୍ତିକ ମାସରେ ବଡ଼ଦେଉଳରେ ଅସମ୍ଭାଳ ଭିଡ଼ ଯୋଗୁଁ ଧ୍ଵଜାବନ୍ଧା ନୀତି ଅପରାହ୍ଣରେ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଚୁନରା ସେବକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। 

ସୂଚନାନୁଯାୟୀ, ସନ୍ଧ୍ୟା ସମୟରେ ଧ୍ଵଜାବନ୍ଧା ନୀତି ଦେଖିବା ପାଇଁ ଶ୍ରୀମନ୍ଦିର ଭିତରେ ଏବଂ ସିଂହଦ୍ଵାର ବାହାର ମାର୍ଗରେ ଜନଗହଳି ରହୁଛି। ତେଣୁ ଏକ ସପ୍ତାହ ପାଇଁ ଅପରାହ୍ଣ ସାଢେ ୩ଟାରେ ବଡ଼ଦେଉଳରେ କମ୍ ଗହଳି ଥିବା ବେଳେ ଏହି ନୀତି ହେବ। ଏଥିପାଇଁ ଶ୍ରୀମନ୍ଦିର କମାଣ୍ଡର ଓ ସୁପରଭାଇଜାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ କୌଣସି ବ୍ୟତିକ୍ରମ ଗ୍ରହଣୀୟ ନୁହେଁ ବୋଲି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି।