ମୁମ୍ବାଇ, ୪/୨ : ମହାରାଷ୍ଟ୍ର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟେ । ଏହାର ଅନେକ ଉଦାହରଣ ପୂର୍ବରୁ ଦେଖିଥିବେ । ଅଜିତ ପାଓ୍ବାରଙ୍କ ପରଲୋକ ପରେ ମହାରାଷ୍ଟ୍ର ରାଜନୀତି ବେଶ ହଲଚଲ ହେଉଛି । ଅଜିତ ପାଓ୍ବାରଙ୍କ ପତ୍ନୀଙ୍କୁ ମହାୟୁତି ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଦେଇଛି । ସ୍ବାମୀଙ୍କ ସ୍ଥାନ ନେଇଛନ୍ତି ସ୍ତ୍ରୀ । ରାଜ୍ୟ ରାଜନୀତିରେ ଦବାଦବା ରଖିଆସିଥିବା ଏନସିପି(ଅଜିତ ପାଓ୍ବାର)ଙ୍କ ଦଳର ମଙ୍ଗ କିଏ ସମ୍ଭାଳିବ ? ଏମିତି ଏକ ଚର୍ଚ୍ଚା ଲାଗି ରହିଛି ।

ଅଜିତ ପାଓ୍ବାର ରାଜ୍ୟ ରାଜନୀତି ସହ ଦିଲ୍ଲୀ ଏବଂ ଟିକେଟ ବାଣ୍ଟିବା ସବୁ କାମ ବୁଝୁଥିଲେ । ଦଳର ସଭାପତି ଭାବେ କାର୍ଯ୍ୟଭାର ସମ୍ଭାଳୁଥିଲେ । ଦଳର ସଂଗଠନ ମୁଖ୍ୟ ରହିଥିବାବେଳେ ଏବେ ତାଙ୍କ ସ୍ଥାନ କିଏ ନେବ ? କୁହାଯାଉଛି କି, ପତ୍ନୀ ସୁନେତ୍ରୀ ଉପମୁଖ୍ୟମନ୍ତ୍ରୀ ହେବା ପରେ ଏବେ ପୁଣି ଦଳର ସଭାପତି ଦାୟିତ୍ବ ତୁଲାଇବେ । କିନ୍ତୁ ଏଯାବତ ସେଭଳି କୌଣସି ପ୍ରତିକ୍ରିୟା ମିଳିନାହିଁ । ଆଗାମୀ ଦିନରେ ସୁନେତ୍ରା ସବୁ ଦାୟିତବ ଗ୍ରହଣ କରିବେ ବୋଲି ରାଜନୈତିକ ମାହୋଲରେ ଚର୍ଚ୍ଚା ହେଉଛି । ଦଳୀୟ ନେତୃତ୍ବଠାରୁ ଆରମ୍ଭ କରି ସରକାରୀ ଦାୟିତ୍ବ ନିଜ ପାଖରେ ରଖିବେ ।

ଅଜିତ ପାଓ୍ବାରଙ୍କ ପରଲୋକ ପରେ ଏନିସିପିରେ ନେତୃତ୍ବ ସ୍ଥାନ ପୂରଣ ପାଇଁ ପ୍ରୟାସ ଚାଲିଛି । ଦଳ ଭିତରେ ନେତୃତ୍ବ ପରିବର୍ତ୍ତନ ପାଇଁ ଚର୍ଚ୍ଚା ଚାଲିଛି । ଏନସିପିର ୩୦ଟି ପ୍ରମୁଖ ସେଲର ସଭାପତିମାନେ ଦଳର ଜାତୀୟ ସଭାପତି ଭାବେ ସୁନେତ୍ରାଙ୍କ ସପକ୍ଷରେ ଦାବି ରଖିଛନ୍ତି । ଏନେଇ ପ୍ରଫୁଲ୍ଲ ପଟେଲଙ୍କୁ ମଧ୍ୟ ଚିଠି ମାଧ୍ୟମରେ ଜଣାଇଛନ୍ତି । ଖୁବଶୀଘ୍ର ଦଳର ବୈଠକ ଅନୁଷ୍ଠିତ ହେବା ସହ ଏହା ଉପରେ ଆଲୋଚନା ହେବ । ତେବେ ସୁନେତ୍ରାଙ୍କୁ ଦିଆଯିବ ଏହି ଗୁରୁ ଦାୟିତ୍ବ ।

ଏହାସହ ପଢ଼ନ୍ତୁ : ଦିଦି ରଖିଲେ ପକ୍ଷ, ଜାଣନ୍ତୁ ସୁପ୍ରିମକୋର୍ଟରେ କ’ଣ କହିଲେ ମମତା ବାନାର୍ଜୀ ?