PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ ଲଜପତ୍‌ ନଗର ମାର୍କେଟ୍‌ରେ ଭୟାବହ ଅଗ୍ନିକାଣ୍ଡ
  • ||
  • ଭୁବନେଶ୍ଵର : ରାଜ୍ୟ କ୍ୟାବିନେଟରେ ୧୮ ପ୍ରସ୍ତାବ ପାରିତ, ମୋ ଘର ଯୋଜନା ପ୍ରସ୍ତାବରେ ବାଜିଲା ମୋହର
  • ||
  • ଗୌହାଟୀ : ଭୂମିକମ୍ପ ଝଟ୍‌କାରେ ଥରିଲା ଆସାମ, ରିକ୍ଟର ସ୍କେଲରେ ୪.୪ ତୀବ୍ରତା ରେକର୍ଡ
  • ||
  • ଭୁବନେଶ୍ୱର : ସୋମବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ: ୭ରୁ ୮ ପ୍ରସ୍ତାବ ଉପରେ ବାଜିପାରେ ମୋହର, ବଡ଼ ଘୋଷଣା ଉପରେ ନଜର
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ଅନୁକୂଳ ପରେ ଦଣ୍ଡାରେ ପଡ଼ିଲା କଣ୍ଟା, ଗୁଜ, ଜଳଯନ୍ତ୍ର ରହି ଉଠିଲା ନିରାଡି
  • ||
  • ଭୁବନେଶ୍ୱର: ଜୁନ୍‌ ୧ରୁ ବଢ଼ିବ ତାତି, ତତଲା ପବନ କଲବଲ କରିବ: ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା
  • ||
  • କେସିଙ୍ଗା : ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି, ଲକ୍ଷାଧିକ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଲୁଟ୍
  • ||
  • କରଞ୍ଜିଆ : କରଞ୍ଜିଆ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||

ଇ-ସିଗାରେଟ ବିରୁଦ୍ଧରେ ନୋଟିସ୍‌ ଜାରି କଲେ ସ୍ବାସ୍ଥ୍ୟ ବିଭାଗ; ବିକ୍ରି କଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ

Image Courtesy: Twitter

ନୂଆଦିଲ୍ଲୀ,୨୨/୦୫: ଇ-ସିଗାରେଟ ବିରୋଧରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପୁଣି ଥରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଅନଲାଇନ୍ ଏବଂ ତମାଖୁ ଦୋକାନରେ ସହଜରେ ଉପଲବ୍ଧ ହେଉଥିବା ଇ-ସିଗାରେଟ୍ ଉପରେ ନିଷେଧାଦେଶ ପରେ ମଧ୍ୟ ମନ୍ତ୍ରଣାଳୟ ସେମାନଙ୍କୁ ବାରଣ କରିବାକୁ ନୋଟିସ୍ ଜାରି କରିଛି। ଇ-ସିଗାରେଟର ଉତ୍ପାଦନ, ବିକ୍ରୟ ଏବଂ ବିଜ୍ଞାପନ ଉପରେ କଡା ଆଭିମୁଖ୍ୟ ଦର୍ଶାଇ ଏହି ବିଜ୍ଞପ୍ତିରେ ନିର୍ଦ୍ଦେଶ ଦିଆଯାଇଛି। ଇ-ସିଗାରେଟ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ଭାରତ ସରକାର ୨୦୧୯ ରେ ଇଲେକ୍ଟ୍ରୋନିକ୍ ସିଗାରେଟ୍ ନିଷେଧ ଆଇନ ୨୦୧୯ କାର୍ଯ୍ୟକାରୀ କରିଥିଲେ। ଇ-ସିଗାରେଟର ଉତ୍ପାଦନ, ନିର୍ମାଣ, ଆମଦାନୀ, ରପ୍ତାନି, ପରିବହନ, ବିକ୍ରୟ, ବଣ୍ଟନ, ସଂରକ୍ଷଣ ଏବଂ ବିଜ୍ଞାପନକୁ ନିଷେଧ କରିବା ଏହି ନିୟମ ପ୍ରଣୟନ କରିବାର ଉଦ୍ଦେଶ୍ୟ ଥିଲା।

ସୋମବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରି ସମସ୍ତ ଉତ୍ପାଦକ, ନିର୍ମାତା, ଆମଦାନୀକାରୀ, ରପ୍ତାନିକାରୀ, ବିତରକ, ବିଜ୍ଞାପନଦାତା, ପରିବହନକାରୀଙ୍କ ସମେତ କ୍ୟୁରିଅର୍, ସୋସିଆଲ୍ ମିଡିଆ ୱେବସାଇଟ୍, ଅନଲାଇନ୍ ସପିଂ ୱେବସାଇଟ୍, ଦୋକାନୀ / ଖୁଚୁରା ବ୍ୟବସାୟୀଙ୍କୁ ଚେତାବନୀ ଦେଇଛି। ସିଧାସଳଖ ଏବଂ ପରୋକ୍ଷରେ ଇ-ସିଗାରେଟ୍ ଉତ୍ପାଦନ, ଆମଦାନୀ-ରପ୍ତାନି ଏବଂ ବିକ୍ରୟ ଉପରେ ମନ୍ତ୍ରଣାଳୟ ନିଷେଧ କରିଛି। ବିଜ୍ଞପ୍ତିରେ ସ୍ପଷ୍ଟ ହୋଇଛି ଯେ, ଇ-ସିଗାରେଟ୍ କିମ୍ବା ଏହାର କୌଣସି ଅଂଶ ରଖିପାରିବେ ନାହିଁ କିମ୍ବା ଉତ୍ପାଦନ କରିପାରିବେ ନାହିଁ। ଇ-ସିଗାରେଟକୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ପ୍ରୋତ୍ସାହିତ କରୁଥିବା ବିଜ୍ଞାପନରେ ଅଂଶଗ୍ରହଣ ନକରିବାକୁ ମନ୍ତ୍ରଣାଳୟ ମଧ୍ୟ ନିର୍ଦ୍ଦେଶ ଦେଇଛି।

ନୋଟିସରେ ବିଭାଗ ପକ୍ଷରୁ କୁହାଯାଇଛି ଯେ, ୨୦୧୯ରେ ଲାଗୁ ହୋଇଥିବା ପ୍ରତିବନ୍ଧକ ଅଧିନିୟମ ଅନୁସାରେ ଇ-ସିଗାରେଟ ଉତ୍ପାଦନ, ଆମଦାନୀ, ନିର୍ମାଣ, ପରିବହନ, ବିକ୍ରି (ଅନଲାଇନ ବିକ୍ରି ସହିତ) ବିତରଣ ଏବଂ ବିଜ୍ଞାପନ ଏକ ଦଣ୍ଡନୀୟ ଅପରାଧ ଅଟେ। ତେବେ ଆଦେଶର ଉଲଂଘନ କରୁଥିବା ଦୋଷୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।