ନୂଆଦିଲ୍ଲୀ ,୨୦/୦୨: ପୁଣି ଥରିଲା  ଆଣ୍ଡାମାନ ।  ଆଜି ସକାଳେ ଆଣ୍ଡାମାନ ସାଗରେ ଭୂକମ୍ପ  ଝଟକା ଅନୁଭୂତ ହୋଇଛି। ଏହାର ରିକ୍ଟର ସ୍କେଲରେ ତୀବ୍ରତା  ୫.୨  ରେକର୍ଡ଼ କରାଯାଇଛି । ତେବେ ଏହି ଭୂକମ୍ପଜନିତ ଆହତ କିମ୍ବା କ୍ଷୟକ୍ଷତି ସମ୍ବନ୍ଧରେ ଏବେ ସୁଦ୍ଧା କୌଣସି ସୂଚନା ମିଳିପାରିନାହିଁ । ଅନ୍ୟପଟେ ସୁନାମୀ ନେଇ ମଧ୍ୟ ଆଲର୍ଟ ଜାରି କରାଯାଇନାହିଁ । ଭୂକମ୍ପ ସମୟରେ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇ ସୁରକ୍ଷିତ ସ୍ଥାନକୁ ଚାଲି ଯାଇଥିବା ନେଇ ଜାତୀୟ ଭୂବିଜ୍ଞାନୀ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । 



ଏହା ମଧ୍ୟ ପଢନ୍ତୁ-  ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେଖା ଗୁପ୍ତା, ଦିଲ୍ଲୀ କ୍ୟାବିନେଟର ୬ ମନ୍ତ୍ରୀଙ୍କ ଶପଥ

କୁହାଯାଉଛି ଯେ, ଏହି ଭୂକମ୍ପର କେନ୍ଦ୍ରସ୍ଥଳ ୭୫ କିଲୋମିଟର ଗଭୀରତାରେ ରହିଛି ।  ସେହିପରି ଗତକାଲି ଅର୍ଥାତ ୧୯ ତାରିଖରେ ମହାରାଷ୍ଟ୍ରର  ରାୟଗଡ଼ ଜିଲ୍ଲାର ପେଣ ଓ ସୁଧାଗଡ଼ ଜିଲ୍ଲାରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଯଦିଓ ଏହାର ତୀବ୍ରତା ବେଶୀ ନ ଥିଲା । ସୂଚନା ମୁତାବକ ମହାରାଷ୍ଟ୍ରରେ ଗତରାତି ୧୦ ଟାରେ ଏହି ଭୂକମ୍ପ ଝଟକା ଅନୁଭୁତ ହୋଇଥିଲା । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇଯାଇଥିଲେ ।