ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଆଣ୍ଡାମାନ ସାଗରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୫.୨ ରେକର୍ଡ଼

Published By : Anindita Ratha | February 20, 2025 1:24 PM

ନୂଆଦିଲ୍ଲୀ ,୨୦/୦୨: ପୁଣି ଥରିଲା  ଆଣ୍ଡାମାନ ।  ଆଜି ସକାଳେ ଆଣ୍ଡାମାନ ସାଗରେ ଭୂକମ୍ପ  ଝଟକା ଅନୁଭୂତ ହୋଇଛି। ଏହାର ରିକ୍ଟର ସ୍କେଲରେ ତୀବ୍ରତା  ୫.୨  ରେକର୍ଡ଼ କରାଯାଇଛି । ତେବେ ଏହି ଭୂକମ୍ପଜନିତ ଆହତ କିମ୍ବା କ୍ଷୟକ୍ଷତି ସମ୍ବନ୍ଧରେ ଏବେ ସୁଦ୍ଧା କୌଣସି ସୂଚନା ମିଳିପାରିନାହିଁ । ଅନ୍ୟପଟେ ସୁନାମୀ ନେଇ ମଧ୍ୟ ଆଲର୍ଟ ଜାରି କରାଯାଇନାହିଁ । ଭୂକମ୍ପ ସମୟରେ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇ ସୁରକ୍ଷିତ ସ୍ଥାନକୁ ଚାଲି ଯାଇଥିବା ନେଇ ଜାତୀୟ ଭୂବିଜ୍ଞାନୀ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । 



ଏହା ମଧ୍ୟ ପଢନ୍ତୁ-  ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେଖା ଗୁପ୍ତା, ଦିଲ୍ଲୀ କ୍ୟାବିନେଟର ୬ ମନ୍ତ୍ରୀଙ୍କ ଶପଥ

କୁହାଯାଉଛି ଯେ, ଏହି ଭୂକମ୍ପର କେନ୍ଦ୍ରସ୍ଥଳ ୭୫ କିଲୋମିଟର ଗଭୀରତାରେ ରହିଛି ।  ସେହିପରି ଗତକାଲି ଅର୍ଥାତ ୧୯ ତାରିଖରେ ମହାରାଷ୍ଟ୍ରର  ରାୟଗଡ଼ ଜିଲ୍ଲାର ପେଣ ଓ ସୁଧାଗଡ଼ ଜିଲ୍ଲାରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଯଦିଓ ଏହାର ତୀବ୍ରତା ବେଶୀ ନ ଥିଲା । ସୂଚନା ମୁତାବକ ମହାରାଷ୍ଟ୍ରରେ ଗତରାତି ୧୦ ଟାରେ ଏହି ଭୂକମ୍ପ ଝଟକା ଅନୁଭୁତ ହୋଇଥିଲା । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇଯାଇଥିଲେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.