ନୂଆଦିଲ୍ଲୀ : ମିଆଁମାରରେ ଏବେ ଠାରୁ କିଛି ସମୟ ପୂର୍ବେ ଭୂକମ୍ପର ଶକ୍ତିଶାଳୀ ଝଟକା ଅନୁଭବ କରାଯାଇଛି, ଯାହାର ତୀବ୍ରତା ୬.୦ ଥିବା କୁହାଯାଇଛି। ଏହାର କେନ୍ଦ୍ର ମଗୱେ ଅଞ୍ଚଳରେ ୟେନାଙ୍ଗୟୋଙ୍ଗ ଠାରୁ ପାଖାପାଖି ୯୫ କିଲୋମିଟର ପଶ୍ଚିମରେ ଥିଲା, ଗଭୀରତା ପ୍ରାୟ ୧୦-୫୭ କିଲୋମିଟର। ଏହି ଭୂକମ୍ପ ଆହୁରି ଅନେକ ବଡ଼ କ୍ଷେତ୍ରରେ ଅନୁଭବ କରାଯାଇଛି। କୋଲକାତା ରେ ମଧ୍ୟ ଲୋକଙ୍କ ଭୂଇଁ କମ୍ପନର ଅନୁଭବ କରିଛନ୍ତି।
ଭାରତୀୟ ମୌସୁମୀ ବିଭାଗ (ଆଇଏମଡି)ର ଜଣେ ଅଧିକାରୀ କହିଛନ୍ତି ଯେ, ଭୂକମ୍ପ ରାତି ପାଖାପାଖି ୯.୦୫ଟା ସମୟରେ ଆସିଥିଲା ଏବଂ କିଛି ସେକେଣ୍ଡ ଯାଏ ଚାଲିଲା। ଉଚ୍ଚ ବିଲ୍ଡିଂରେ ରହୁଥିବା କିଛି ଲୋକ ଓ କାର୍ଯ୍ୟାଳୟ କର୍ମଚାରୀ କହିଛନ୍ତି- ସେମାନଙ୍କ ଏହାର ଝଟକା ଅନୁଭବ ହୋଇଥିଲା। ଏବେସୁଦ୍ଧା କୌଣସି କ୍ଷୟକ୍ଷତି କି ଆହତ ହେବାର କୌଣସି ରିପୋର୍ଟ ମିଳିନାହିଁ। ଅଧିକାରୀ କହିଛନ୍ତି – ଭୂକମ୍ପର କେନ୍ଦ୍ର ମିଆଁମାରରେ ଥିଲା। ଆମେ ଭୂକମ୍ପର ସଠିକ୍ ସୂଚନା ଓ ସ୍ଥାନ ସ୍ପଷ୍ଟ କରୁଛୁ। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ଥିଲା।
ଏହା ପୂର୍ବରୁ , କାଶ୍ମୀର ଘାଟୀରେ ସୋମବାର ସକାଳେ ୪.୭ ତୀବ୍ରତାର ଭୂକମ୍ପ ଆସିଥିଲା, ଯେଉଁଥିରେ ବାରାମୂଳା ଜିଲ୍ଲାର ପଟ୍ଟନ ଓ ଆଖପାଖ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେରି ଯାଇଥିଲା। ଅଧିକାରୀମାନେ କକହିଥିଲେ ଯେ, ତତ୍କାଳ କୌଣସି ପ୍ରକାରର ଧନଜନର କ୍ଷୟକ୍ଷତି ଆସି ନଥିଲା।
ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ , ଭୂକମ୍ପ ସକାଳ ୫ଟା ୩୫ ମିନିଟ୍ରେ ୧୦ କିଲୋମିଟରର ଗଭୀରତାରେ ଆସିଥିଲା ଏବଂ ଏହାର କେନ୍ଦ୍ର ପଟ୍ଟନ ଅଞ୍ଚଳରେ ଥିଲା,ଯାହା ପର୍ଯ୍ୟଟକ ସ୍ଥଳ ଗୁଲମର୍ଗ ଠାରୁ ୧୦ କିଲୋମିଟର ଉତ୍ତର-ପୂର୍ବରେ ରହିଛି। ଭୂକମ୍ପର ତୀବ୍ରତା ପ୍ରଥମେ ୪.୬ ଥିବା କୁହାଯାଇ ଥିଲା ,କିନ୍ତୁ ପରେ କୁହାଯାଇଛି ଯେ ତୀବ୍ରତା ୪.୭ ଥିଲା। ଭୂକମ୍ପର ଝଟକା ପାଖାପାଖି ୨୦ ସେକେଣ୍ଡ ଯାଏ ଅନୁଭବ କରାଯାଇ ଥିଲା।