PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୀଳଗିରି ସହରରେ ଆତଙ୍କ ଖେଳାଉଛି କୁଳଡିହା ଦନ୍ତା
  • ||
  • ହକି ବିଶ୍ୱକପ୍‌ ଫାଇନାଲରେ ଜର୍ମାନୀ , ଅଷ୍ଟ୍ରେଲିଆକୁ ୪-୩ ଗୋଲରେ ହରାଇଲା ଜର୍ମାନୀ
  • ||
  • ଦିନ ଦ୍ୱିପ୍ରହରରେ ଘରେ କଳାକନା ବୁଲାଇଲା ଚୋର : ଲୁଟି ନେଲା ୨ ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣା, ନଗଦ ୧ଲକ୍ଷ ୧୦ ହଜାର ଟଙ୍କା
  • ||
  • ଗୋଟିଏ ରିପୋର୍ଟରେ ଦୋହଲି ଗଲା ଆଦାନୀଙ୍କ ସାମ୍ରାଜ୍ୟ , କୋଟିପତିଙ୍କ ତାଲିକାରୁ ଖସି ରହିଲେ ୭ମ ନମ୍ୱରରେ
  • ||

ଦିଲ୍ଲୀରେ ଭୂକମ୍ପ ଝଟକା: ୫ ସେକେଣ୍ଡ ପାଇଁ ଥରି ଉଠିଲା ଆଖପାଖ ଅଞ୍ଚଳ, ନେପାଳ ଥିଲା କେନ୍ଦ୍ର ସ୍ଥଳ

  • ଭୟରେ ଘରୁ ବାହାରକୁ ଚାଲି ଆସିଲେ ଲୋକେ
  • ରିକ୍ଟର ସ୍କେଲରେ ତ୍ରୀବତା ଥିଲା ୫.୮
  • ୫ ସେକେଣ୍ଡ ପାଇଁ ଦିଲ୍ଲୀ ଓ ଆଖପାଖ ଅଞ୍ଚଳ ଥରି ଉଠିଲା

ନୂଆଦିଲ୍ଲୀ,୨୪।୧: ଦିଲ୍ଲୀ-ଏନସିଆରରେ ଭୂକମ୍ପ। ମଙ୍ଗଳବାର ଅପରାହ୍ନ ୨ଟା ୩୦ ସମୟରେ ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୮ ବୋଲି ମପା କରାଯାଇଛି। ଭୂକମ୍ପ ଝଟକା କେବଳ ଦିଲ୍ଲୀ-ଏନସିଆରରେ ନୁହେଁ, ଉତ୍ତରପ୍ରଦେଶର ରାମପୁରରେ ମଧ୍ୟ ଅନୁଭୂତ ହୋଇଛି। ୫ ସେକେଣ୍ଡ ପାଇଁ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳ ଥରି ଉଠିଥିଲା।

ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ନେପାଳ, ଯେଉଁଠାରେ ଅପରାହ୍ନ ୨ଟା ୨୮ ମିନିଟ୍‌ରେ ରେ ୫.୮ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଆସିଥିଲା, ଯାହା ଦିଲ୍ଲୀ-ଏନସିଆର, ଉତ୍ତରପ୍ରଦେଶ ଏବଂ ୟୁପିର ଅନେକ ଜିଲ୍ଲାରେ ଅନୁଭୂତ ହୋଇଥିଲା। ସୂଚନା ଅନୁସାରେ, ନେପାଳରେ ଭୂକମ୍ପର କେନ୍ଦ୍ର ୧୦ କିଲୋମିଟର ତଳେ ଥିଲା। କମ୍ପନ ଏତେ ଶକ୍ତିଶାଳୀ ଥିଲା ଯେ ଲୋକମାନେ ନିଜ ଘର ଏବଂ କାର୍ଯ୍ୟାଳୟରୁ ବାହାରି ଆସିଥିଲେ।

ଏହା ପୂର୍ବରୁ ୫ ଜାନୁଆରୀରେ ଆଫଗାନିସ୍ତାନରେ ୫.୯ ତୀବ୍ରତାରେ ଭୂକମ୍ପ ଆସିଥିଲା। ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ଝଟକା ଅନୁଭବ ହୋଇଥିଲା। ଏଥିରେ କେହି ଆହତ ହୋଇଥିବା କିମ୍ବା ସମ୍ପତ୍ତି ନଷ୍ଟ ହୋଇଥିବା ନେଇ ଖବର ଆସି ନାହିଁ। ଆଫଗାନିସ୍ତାନର ହିନ୍ଦକୁଶରେ ରାତି ପ୍ରାୟ ୭ଟା ୫୫ ମିନିଟ୍‌ରେ ଭୂକମ୍ପ ଆସିଥିଲା।