ନୂଆଦିଲ୍ଲୀ,୦୭/୧୨: ଭୂକମ୍ପ ଝଟକାରେ ଥରିଲା ହିମାଚଳ । ହିମାଚଳର ମଣ୍ଡି ସହରରେ ଆଜି(ଶନିବାର) ୩ ଥର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୩ ରେକର୍ଡ କରାଯାଇଛି । ସକାଳ ପ୍ରାୟ ୨. ୩୦ସମୟରେ ହୋଇଥିବା ଏହି ଭୂକମ୍ପରେ ଲୋକମାନେ ଭୟଭୀତ ହୋଇଥିଲେ। ଲୋକମାନେ ନିଜ ପରିବାର ଏବଂ ପିଲାମାନଙ୍କ ସହିତ ଘର ବାହାରକୁ ପଳେଇଥିବା ଜଣାପଡିଛି । ତେବେ ଏନେଇ କୌଣସି କ୍ଷୟକ୍ଷତି ହୋଇଥିବା ନେଇ କୌଣସି ସୂଚନା ମିଳିନି ।
ଜାତୀୟ ଭୂକମ୍ପ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଜି ହିମାଚଳ ପ୍ରଦେଶର ମଣ୍ଡି ରେ ୩.୩ ତୀବ୍ରତାର ଏହି ଭୂକମ୍ପ ଅନୁଭୂତ ହୋଇଛି । ନ୍ୟାସନାଲ ‘ସେଣ୍ଟର ଫର ସେସମୋଲୋଜି’ର ସୂଚନା ଅନୁସାରେ, ଭୋର ସମୟରେ ଏହି କମ୍ପନ ଅନୁଭୂତ ହୋଇଛି । ଏହାର ଗଭୀରତା ପ୍ରାୟ ୫ କିଲୋମିଟର ଥିବା ଜମାପଡିଛି । ଯଦିଓ ଏହି ଭୂକମ୍ପର କୌଣସି କ୍ଷୟକ୍ଷତି ହୋଇନି । କିନ୍ତୁ ହିମାଚଳର ମଣ୍ଡି ପ୍ରୟତଃ ସମୟରେ ଭୂକମ୍ପ ଅନୁଭୂତ ହୋଇଥାଏ। ଏଥିପାଇଁ ଏହି ସ୍ଥାନରେ ଲୋକେ ସତର୍କ ରହିବା ଆବଶ୍ୟକ ।