ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ଚିଲି ଏବଂ ଆର୍ଜେଣ୍ଟିନା, ସୁନାମି ଆଲର୍ଟ ଜାରି

Published By : Tapas Panda | May 2, 2025 9:50 PM

ନୂଆଦିଲ୍ଲୀ: ଚିଲି ଏବଂ ଆର୍ଜେଣ୍ଟିନାର ଦକ୍ଷିଣ ଭାଗରେ ଶୁକ୍ରବାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ପରେ ଦକ୍ଷିଣ ଆମେରିକା ଭୂମିକମ୍ପରେ ଥରି ଉଠିଛି । ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ, ଭୂମିକମ୍ପର ତୀବ୍ରତା ୭.୪ ଥିଲା ଏବଂ ଏହାର କେନ୍ଦ୍ରସ୍ଥଳ ଆର୍ଜେଣ୍ଟିନାର ଉଶୁଆଇଆ ସହରରୁ ୨୧୯ କିଲୋମିଟର ଦୂରରେ ଅବସ୍ଥିତ ଡ୍ରେକ୍ ପାସେଜ୍‌ରେ ଥିଲା । ଏହି ଭୂମିକମ୍ପ ପରେ, ନିରନ୍ତର ଭୂମିକମ୍ପ ଅନୁଭୂତ ହୋଇଛି ଏବଂ ସୁନାମି ଚେତାବନୀ ଜାରି କରାଯାଇଛି । 

ଚିଲି ଏବଂ ଆର୍ଜେଣ୍ଟିନାର ଉପକୂଳବର୍ତ୍ତୀ ଅଞ୍ଚଳର କର୍ତ୍ତୃପକ୍ଷ ତୁରନ୍ତ ହାଇ ଆଲର୍ଟ ଘୋଷଣା କରିଛନ୍ତି । ରାଷ୍ଟ୍ରପତି ଗାବ୍ରିଏଲ୍ ବୋରିକ୍ ବିଶେଷକରି ଚିଲିର ମାଗାଲାନେସ୍ ଅଞ୍ଚଳ ପାଇଁ ବେଳାଭୂମି ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେ ଏକ୍ସରେ ଲେଖିଛନ୍ତି ‘ଆମେ ମାଗାଲାନେସ୍ ଅଞ୍ଚଳର ସମଗ୍ର ଉପକୂଳରୁ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଆହ୍ୱାନ କରୁଛୁ । ଏହି ସମୟରେ ସତର୍କ ରହିବା ଏବଂ କର୍ତ୍ତୃପକ୍ଷଙ୍କ କଥା ମାନିବା ଆମର ଦାୟିତ୍ୱ।’ ଭୂମିକମ୍ପର ଗଭୀରତା ମାତ୍ର ୧୦ କିଲୋମିଟର ଥିଲା । ଏହି କାରଣରୁ ଏହାର ପ୍ରଭାବ ଅତ୍ୟନ୍ତ ତୀବ୍ର ଏବଂ ବ୍ୟାପକ ଭାବରେ ଅନୁଭୂତ ହୋଇଛି ।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅନେକ ସ୍ଥାନରେ ଲୋକଙ୍କୁ ୩୦ ମିଟରରୁ ଅଧିକ ଉଚ୍ଚ ଅଞ୍ଚଳକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଗଲା ଏବଂ ବଜାର, ରାସ୍ତା ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଚିଲିର ପୁଏର୍ଟୋ ୱିଲିୟମ୍ସ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ଅଞ୍ଚଳ ମଧ୍ୟରୁ ଗୋଟିଏ । ଯେଉଁଠାରୁ ଏପର୍ଯ୍ୟନ୍ତ ୧୧୦୦ ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଚିଲିର ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରଣାଳୀ (COGRID) ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ କରୁଛି।

ରାଷ୍ଟ୍ରପତି ବୋରିକ୍ କହିଛନ୍ତି ଯେ, ରାଜ୍ୟର ସମସ୍ତ ସମ୍ବଳ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ନିୟୋଜିତ କରାଯାଇଛି। ଭୂମିକମ୍ପ ଏବଂ ସୁନାମିର ଭୟ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି । ଏପର୍ଯ୍ୟନ୍ତ କୌଣସି ବଡ଼ କ୍ଷୟକ୍ଷତି ସଂପର୍କରେ ସୂଚନା ମିଳିନାହିଁ । ବୈଜ୍ଞାନିକମାନେ ସତର୍କ କରାଇ ଦେଇଛନ୍ତି ଯେ, ଆହୁରି ପରବର୍ତ୍ତୀ ଝଟକା ଅନୂଭତ ହୋଇପାରେ ଏବଂ ଏହି ଅଞ୍ଚଳରେ ଅସ୍ୱାଭାବିକ ସମୁଦ୍ର ଲହରୀ ଆସିପାରେ । ବର୍ତ୍ତମାନ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ଏବଂ ସରକାରୀ ନିର୍ଦ୍ଦେଶ ପାଳନ କରିବାକୁ ଅପିଲ କରିଛନ୍ତି ସରକାର । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.