ହରଭଙ୍ଗା,୧୮/୦୧: ବଲାଙ୍ଗୀର ରେଳ ପ୍ରକଳ୍ପ ପରିଦର୍ଶନରେ ପୂର୍ବତଟ ରେଳ ବିଭାଗ ଜି.ଏମ.। ଭାୟାଡ଼କ ସହିତ ଟନେଲର ସମୀକ୍ଷା କରିଛନ୍ତି । ଖୋର୍ଦ୍ଧା -ବଲାଙ୍ଗୀର ରେଳ ପ୍ରକଳ୍ପରେ ବଲାଙ୍ଗୀର ଠାରୁ ପୁରୁଣାକଟକ ଓ ଖୋର୍ଦ୍ଧା ଠାରୁ ଦଶପଲ୍ଲା ପର୍ଯ୍ୟନ୍ତ ଦୈନିକ ରେଳ ଚଳାଚଳ କରୁଛି। ବର୍ତ୍ତମାନ ପୁରୁଣାକଟକ ରେଳ ଷ୍ଟେସନ ଠାରୁ ଦଶପଲ୍ଲା ମଧ୍ୟରେ ରେଳ ପ୍ରକଳ୍ପ କାର୍ଯ୍ୟ ଯୁଦ୍ଧକାଳୀନ ଭିତରେ ଚାଲୁ ରହିଛି। ଏନେଇ ଶନିବାର ଦିନ ଦିନିକିଆ ଗସ୍ତରେ ପୂର୍ବତଟ ରେଳ ଜେନେରାଲ ମ୍ୟାନେଜର ପରମେଶ୍ୱର ପଙ୍କୁଆଳ ଆସି ଉକ୍ତ କାର୍ଯ୍ୟର ସମୀକ୍ଷା କରିଛନ୍ତି। ପ୍ରଥମେ ଉକ୍ତ ପ୍ରକଳ୍ପ ଗସ୍ତରେ ହରଭଙ୍ଗା ବ୍ଲକ କରଞ୍ଜକଟା ଓ ତିଳକୂପ ନିକଟରେ ନିର୍ମାଣଧୀନ ଚାଲୁ ରହିଥିବା ୨ଟି ଉଚ୍ଚ ସମ୍ପର୍ଣ୍ଣ ପୋଲ, ମାଟି, ୭ନଂ ଟନେଲ ସହିତ ଜିଲ୍ଲାର ଆଡ଼େନିଗଡ଼ ନିକଟରେ ହେଉଥିବା ସମସ୍ତ ଟନେଲ ପରିଦର୍ଶନ ଓ ସମୀକ୍ଷା କରିଥିଲେ । ପୂର୍ବତଟ ରେଳ ଜେନେରାଲ ମ୍ୟାନେଜର ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, ଦ୍ରୁତ ଗତିରେ ଉଚ୍ଚ ସମ୍ପନ୍ନ ପୋଲ କାର୍ଯ୍ୟ ଚାଲିଛି ଓ ଟନେଲ କାର୍ଯ୍ୟଗୁଡିକ କାର୍ଯ୍ୟ ପ୍ରାୟ ସମ୍ପୂର୍ଣ୍ଣ ପର୍ଯ୍ୟାୟରେ ରହିଥିବା ବେଳେ ଖୁବଶୀଘ୍ର ଏହା ଦେଇ ପୂର୍ବଠୁ ପଶ୍ଚିମ ଓଡିଶାକୁ ରେଳ ଚଳାଚଳ ହେବ ।