ପ୍ରମୂଖ ଖବର
  • କଟକ : କାଠଯୋଡ଼ିରେ ବୁଡ଼ି ଯାଇଥିବା ୨ ନାବାଳକ ଉଦ୍ଧାର,ଉଭୟଙ୍କୁ ମୃତ ଘୋଷଣା କଲେ ଡାକ୍ତର
  • ||
  • ବୁଧବାର ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି, ଅପରାହ୍ଣ ସାଢ଼େ ୨ଟାରୁ ସର୍ବସାଧାରଣ ଦର୍ଶନ ମନା
  • ||
  • ବ୍ରାହ୍ମଣୀ ନଦୀରେ ଭାସିଗଲେ ଗାଈ ଚରାଳି, ଅଗ୍ନିଶମ ବାହିନୀର ଖୋଜାଖୋଜି ଜାରି
  • ||
  • ରାକ୍ଷୀରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୫ ଜଣଙ୍କୁ ଉଠାଇଆଣିଲା ରାଜନଗର ପୁଲିସ
  • ||
  • ଆଜି ହୋଇପାରେ NDAର ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା -ପ୍ରଧାନମନ୍ତ୍ରୀ ଏବଂ ଜେପି ନଡ୍ଡା ନେଇପାରନ୍ତି ଚୂଡ଼ାନ୍ତ ନିଷ୍ପତ୍ତି
  • ||
  • ରାଜ୍ୟରେ ବଢ଼ୁଛି ଜନବସତି, ଥମୁନି ହାତୀ-ମଣିଷ ଲଢ଼େଇ;୧୫ ବର୍ଷ ଧରି କାର୍ଯ୍ୟକ୍ଷମ ହେଉନି ୧୪ ହାତୀ କରିଡର
  • ||
  • କଟକ: ଜଗନ୍ନାଥ ଦର୍ଶନ ପାଇଁ ଯାଉଥିବା ବେଳେ ଅଘଟଣ, ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା କାର୍
  • ||
  • ପାକିସ୍ତାନର ବଲୁଚ ଲିବରେସନ୍ ଆର୍ମି ଆତଙ୍କୀ ସଂଗଠନ ଘୋଷିତ, ବିଦେଶୀ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କଲା ଆମେରିକା
  • ||
  • ମଙ୍ଗଳବାର ସଚିବସ୍ତରୀୟ ବୈଠକ; ବୁଧବାର ବସିବ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ
  • ||
  • ବୁଧବାର ଲଘୁଚାପ, ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା; କୋରାପୁଟ ଓ ମାଲକାନଗିରିକୁ ଅରେଞ୍ଜ, ୨୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||

ପୂର୍ବତଟ ରେଲୱେ ପକ୍ଷରୁ ୩୦ ଟ୍ରେନ୍‌ ପାଇଁ ଅତିରିକ୍ତ ରହଣି ବ୍ୟବସ୍ଥା, ଭୂଷଣ୍ଡପୁର ଷ୍ଟେସନରେ ରହିବ ଭୁବନେଶ୍ୱର-ଜଗଦଲପୁର ଏକ୍ସପ୍ରେସ୍‌

Published By : Manoj | August 12, 2025 3:08 PM

ଭୁବନେଶ୍ୱର,୧୨/୦୮: ଯାତ୍ରୀଙ୍କ ଆବଶ୍ୟକତା ଦୃଷ୍ଟିରୁ  ପୂର୍ବତଟ ରେଲୱେ ପକ୍ଷରୁ ୩୦ଟି ଟ୍ରେନ୍‌ ପାଇଁ ଅତିରିକ୍ତ ଷ୍ଟପେଜ୍‌  ବ୍ୟବସ୍ଥା କରାଯାଇଛି । ଏହି ନିଷ୍ପତ୍ତି ଅନୁସାରେ, ଏଣିକି ଭୁବନେଶ୍ୱର-ଜଗଦଲପୁର ଏକ୍ସପ୍ରେସ୍‌ ଭୂଷଣ୍ଡପୁର ଷ୍ଟେସନରେ ବି ରହଣି କରିବ । 

ସେହିପରି ଆଜମେର୍‌-ପୁରୀ ଏକ୍ସପ୍ରେସ୍‌ ଏବଂ ପୁରୀ ହାୱଡା ଏକ୍ସପ୍ରେସ୍‌  ଉଭୟ ପକ୍ଷରୁ ମଞ୍ଚେଶ୍ୱର ଷ୍ଟେସନରେ ରହଣି କରିବ । ଅମୃତସର-ବିଶାଖାପାଟଣାମ୍‌ ଏକ୍ସପ୍ରେସ୍‌ ନରାଜ ମାର୍ଥାପୁର ଷ୍ଟେସନରେ ଏବଂ  ପାଟଣା-ପୁରୀ ଏକ୍ସପ୍ରେସ୍‌, ପୁରୀ-କାମାକ୍ଷା ଏକ୍ସପ୍ରେସ, ପୁରୀ ଶାଲିମାର ଏକ୍ସପ୍ରେସ ଉଭୟ ପଟୁ ଯାତ୍ରାବେଳେ ସାକ୍ଷୀଗୋପାଳ ଷ୍ଟେସନରେ ରହଣି କରିବ । ପୁରୀ-ଦୁର୍ଗ ଏକ୍ସପ୍ରେସ, ପୁରୀ-ଅହମଦାବାଦ୍‌  ଏକ୍ସପ୍ରେସ ମଧ୍ୟ ବୋଇନ୍ଦା ଷ୍ଟେସନରେ ରହିବ । ଏହିପରି ଥେରୁବାଲି,  ଆମ୍ବାଦଳା, ମୁରିବାହାଲ ଷ୍ଟେସନରେ ବି କେତେକ ଟ୍ରେନ୍‌ ରହଣି  କରିବ ବୋଲି ପୂର୍ବତଟ ରେଲୱେ ପକ୍ଷରୁ ସୂଚନା ମିଳିଛି । ଯାତ୍ରୀଙ୍କ  ଦୀର୍ଘଦିନର ଦାବିକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି ।  ପାର୍ବଣ ଋତୁ ପାଖେଇ ଆସୁଥିବାରୁ ଏହି ନିଷ୍ପତ୍ତି ହଜାର ହଜାର  ରେଳଯାତ୍ରୀଙ୍କୁ ସୁଗମ ଓ ସୁଖଦ ଯାତ୍ରା ପ୍ରଦାନ କରିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.