ଭୁବନେଶ୍ୱର,୧୨/୦୮: ଯାତ୍ରୀଙ୍କ ଆବଶ୍ୟକତା ଦୃଷ୍ଟିରୁ  ପୂର୍ବତଟ ରେଲୱେ ପକ୍ଷରୁ ୩୦ଟି ଟ୍ରେନ୍‌ ପାଇଁ ଅତିରିକ୍ତ ଷ୍ଟପେଜ୍‌  ବ୍ୟବସ୍ଥା କରାଯାଇଛି । ଏହି ନିଷ୍ପତ୍ତି ଅନୁସାରେ, ଏଣିକି ଭୁବନେଶ୍ୱର-ଜଗଦଲପୁର ଏକ୍ସପ୍ରେସ୍‌ ଭୂଷଣ୍ଡପୁର ଷ୍ଟେସନରେ ବି ରହଣି କରିବ । 

ସେହିପରି ଆଜମେର୍‌-ପୁରୀ ଏକ୍ସପ୍ରେସ୍‌ ଏବଂ ପୁରୀ ହାୱଡା ଏକ୍ସପ୍ରେସ୍‌  ଉଭୟ ପକ୍ଷରୁ ମଞ୍ଚେଶ୍ୱର ଷ୍ଟେସନରେ ରହଣି କରିବ । ଅମୃତସର-ବିଶାଖାପାଟଣାମ୍‌ ଏକ୍ସପ୍ରେସ୍‌ ନରାଜ ମାର୍ଥାପୁର ଷ୍ଟେସନରେ ଏବଂ  ପାଟଣା-ପୁରୀ ଏକ୍ସପ୍ରେସ୍‌, ପୁରୀ-କାମାକ୍ଷା ଏକ୍ସପ୍ରେସ, ପୁରୀ ଶାଲିମାର ଏକ୍ସପ୍ରେସ ଉଭୟ ପଟୁ ଯାତ୍ରାବେଳେ ସାକ୍ଷୀଗୋପାଳ ଷ୍ଟେସନରେ ରହଣି କରିବ । ପୁରୀ-ଦୁର୍ଗ ଏକ୍ସପ୍ରେସ, ପୁରୀ-ଅହମଦାବାଦ୍‌  ଏକ୍ସପ୍ରେସ ମଧ୍ୟ ବୋଇନ୍ଦା ଷ୍ଟେସନରେ ରହିବ । ଏହିପରି ଥେରୁବାଲି,  ଆମ୍ବାଦଳା, ମୁରିବାହାଲ ଷ୍ଟେସନରେ ବି କେତେକ ଟ୍ରେନ୍‌ ରହଣି  କରିବ ବୋଲି ପୂର୍ବତଟ ରେଲୱେ ପକ୍ଷରୁ ସୂଚନା ମିଳିଛି । ଯାତ୍ରୀଙ୍କ  ଦୀର୍ଘଦିନର ଦାବିକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି ।  ପାର୍ବଣ ଋତୁ ପାଖେଇ ଆସୁଥିବାରୁ ଏହି ନିଷ୍ପତ୍ତି ହଜାର ହଜାର  ରେଳଯାତ୍ରୀଙ୍କୁ ସୁଗମ ଓ ସୁଖଦ ଯାତ୍ରା ପ୍ରଦାନ କରିବ ।