ପ୍ରମୂଖ ଖବର
  • ‘ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇପାରେ ଡ୍ରୋନ୍ ଆକ୍ରମଣ’: ଆମେରିକା ରାଷ୍ଟ୍ରପତିଙ୍କୁ ଇରାନର ଧମକ
  • ||
  • ଗଗନଯାନ ମିଶନକୁ ବଡ଼ ସଫଳତା, ଇଞ୍ଜିନର ହଟ୍ ଟେଷ୍ଟ ସଫଳ; ସୂଚନା ଦେଲା ଇସ୍ରୋ
  • ||
  • ଡଙ୍କି ରୁଟ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରିୟାଣା ଓ ପଞ୍ଜାବର ୧୧ ଠିକଣାରେ ଚଢ଼ାଉ
  • ||
  • ପଞ୍ଚମ , ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ : ଫେଲ ହେଲେ ଆଉ ଥରେ ପରୀକ୍ଷା ଦେବେ
  • ||
  • ଆଇପିଏସ୍ ସ୍ତରରେ ଅଦଳ ବଦଳ: ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍
  • ||
  • ରାଜସ୍ଥାନରେ ଫାଇଟର ଜେଟ୍ କ୍ରାସ୍, ୨ ମୃତ
  • ||
  • ମୟୂରଭଞ୍ଜ : ବୁଢ଼ାବଳଙ୍ଗରେ ଗାଧୋଇବା ବେଳେ ଅଘଟଣ, ନଦୀରେ ଭାସି ଯୁବକ ମୃତ
  • ||
  • BMC ଅଧିକାରୀଙ୍କୁ ମାଡ଼ ମାମଲା; ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ
  • ||
  • ପୁରୀ : ସର୍ବଭାରତୀୟ ଧର୍ମଘଟର ପ୍ରଭାବ; ସୂର୍ଯ୍ୟମନ୍ଦିର ବନ୍ଦ କଲା ଶ୍ରମିକ ସଂଗଠନ
  • ||
  • କଳାହାଣ୍ଡି : ବିଦ୍ୟୁତ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକ ମୃତ, ଭିଟାମାଟିକୁ ଫେରୁଛି ମୃତଦେହ
  • ||
  • ଟାର୍ଗେଟରେ ଚୀନ-ପାକ୍‌; ଆତଙ୍କବାଦ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡ କାମ କରିବ ନାହିଁ, ବ୍ରାଜିଲରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସନ୍ଦେଶ
  • ||
  • ଜଳ ପ୍ରଳୟରେ ବେହାଲ ଟେକ୍ସାସ, ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି
  • ||
  • ୧୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଗୁରୁବାରଠୁ କମିବ
  • ||
  • ସର୍ବଭାରତୀୟ ଧର୍ମଘଟ : ବିଜେଡିର ସମର୍ଥନ, ସାମିଲ ହେବ କଂଗ୍ରେସ
  • ||

ସାଲାଡ୍‌ରେ ମିଶାଉଛନ୍ତି କି ଲେମ୍ୱୁ ଏବଂ ଲୁଣ? ହୋଇ ଯାଆନ୍ତୁ ସାବଧାନ...

Published By : Harapriya Sethi | February 12, 2025 12:17 PM

ନୂଆଦିଲ୍ଲୀ, ୧୨/୦୨: ସାଲାଡ ଖାଇବା ଆମ ସମସ୍ତଙ୍କ ସ୍ୱାସ୍ଥ୍ୟ ପ୍ରତି ବହୁ ଲାଭଦାୟକ । ତେଣୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ବିଶେଷ କରି ଖରା ଦିନେ ସାଲାଡ ଖାଇବାକୁ ପରାମର୍ଶ ଦେଇଥାନ୍ତି । ରାତିରେ ଭୋଜନ ପୂର୍ବରୁ ସାଲାଡ ଖାଇବା ବେଶ୍‌ ଲାଭଦାୟକ ବୋଲି ଆମେ ସମସ୍ତେ ଜାଣିଛେ । ଏନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ମଧ୍ୟ ସମାନ ମତାମତ ରହିଛି । ଋତୁ ଅନୁଯାୟୀ ସାଲାଡରେ ପନିପରିବା ମିଶ୍ରଣ କରିବା ଉଚିତ । ଯଦି ଆପଣ ଶୀତ ଦିନେ ସାଲାଡ ଖାଉଛନ୍ତି, ତେବେ ସେଥିରେ ବିଟ୍‌ ରୁଟ୍‌, ଗାଜର ଏବଂ ଶୀତ ଦିନିଆ ଫଳ ଏବଂ ପନିପରିବା ମିଳାଇ ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର । ସେହିପରି ଖରା ଦିନେ କାକୁଡ଼ି, ଟମାଟୋ ଭଳି ପନିପରିବାର ସମିଶ୍ରଣରେ ପ୍ରସ୍ତୁତ ସାଲାଡ୍ ଖାଇବା ଉଚିତ୍‌ । ହେଲେ କ'ଣ ଆପଣ ଜାଣିଛନ୍ତି କି, ସାଲାଡରେ କେଉଁ ଖାଦ୍ୟ ପଦାର୍ଥ ମିଶାଇ ଖାଇବା ଉଚିତ୍ ନୁହେଁ । ତେବେ ଆସନ୍ତୁ ଜାଣିବା ସାଲାଡ ଖାଇବା ବେଳେ କେଉଁ ସବୁ ଜିନିଷ ପ୍ରତି ଜତ୍ନବାନ ହେବା ଉଚିତ ।  

ଲେମ୍ୱୁ-

ଆପଣ ଦେଖିଥିବେ, ସାଲାଡ୍‌ ପ୍ରସ୍ତୁତ କରିବା ବେଳେ ଅନେକ ଲୋକ ଲେମ୍ୱୁ ବ୍ୟବହାର କରିଥାନ୍ତି । ଆମେ ଆପଣଙ୍କୁ କହି ରଖୁଛୁ ଯେ, ସାଲାଡ୍‌ରେ ଲେମ୍ୱୁ ମିଶାଇବା ଅନୁଚିତ୍‌ । ଏହା ସାଲାଡ୍‌କୁ ସ୍ୱାଦିଷ୍ଟ କରିଥାଏ ସତ କିନ୍ତୁ ଏପରି କରିବା ଦ୍ୱାରା ସ୍ୱାସ୍ଥ୍ୟକୁ କୌଣସି ସୁଲାଭ ମିଳି ନଥାଏ । ଲେମ୍ୱୁରେ ଭିଟାମିନ୍‌ ସି ଭରପୁର ହୋଇ ରହିଥିବା କାରଣରୁ ଏହାକୁ ଆଣ୍ଟିଅକ୍ସିଡେଣ୍ଟ ବୋଲି ବିବେଚନା କରାଯାଏ । ହେଲେ କାକୁଡ଼ି ଏବଂ ଟମାଟୋ ସହ କଦାପି ଲେମ୍ୱ ମିଶାଇ ଖାଇବା ଉଚିତ୍‌ ନୁହେଁ । ଏହା ସ୍ୱାସ୍ଥ୍ୟପ୍ରତି ହାନିକାରକ ସାବ୍ୟସ୍ତ ହୋଇପାରେ । ତେଣୁ ସାଲାଡରେ ଲେମ୍ୱୁ ମିଶାଇ ଗ୍ରହଣ କରିବା ଅନୁଚିତ୍‌ । 

 ଲୁଣ-

ଏହା ବ୍ୟତୀତ ସାଲାଡରେ ଲୁଣ ମଧ୍ୟ ମିଶାଇବା ଉଚିତ୍ ନୁହେଁ । ଲୁଣରେ ସୋଡିୟମ୍ ରହିଥାଏ । ଏହା ଶରୀର ପାଇଁ ଆଦୌ ଭଲ ନୁହେଁ । କାରଣ ଶରୀରରେ ସୋଡିୟମ୍‌ର ପରିମାଣ ଅଧିକ ଥିଲେ, ରକ୍ତଚାପର ଆଶଙ୍କା ବଢ଼ିପାରେ । ଏହା ବ୍ୟତୀତ ଡାକ୍ତରମାନେ ଖାଦ୍ୟରେ ଲୁଣ ମିଶାଇବାକୁ ମଧ୍ୟ ବାରଣ କରନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଏହା ହାଡ଼କୁ ମଧ୍ୟ ଦୁର୍ବଳ କରିପାରେ । ଶରୀରରେ ଯେତେ ଅଧିକ ସୋଡିୟମ୍ ଥାଏ, ହୃଦରୋଗର ଆଶଙ୍କା ମଧ୍ୟ ସେତେ ଅଧିକ ଥାଏ । ତେଣୁ, ସାଲାଡରେ ଲୁଣ ଏବଂ ଲେମ୍ବୁ ମିଶାଯିବା ଉଚିତ୍ ନୁହେଁ । ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ବିପଦପୂର୍ଣ୍ଣ ହୋଇପାରେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.