ନୂଆଦିଲ୍ଲୀ: ବର୍ତମାନ ଇବୋଲା ଭାଇରସକୁ ନେଇ ସାରା ଭାରତ ହାଇ ଆଲର୍ଟରେ ଅଛି। ଜଣେ କଙ୍ଗୋ ବ୍ୟବସାୟୀ ଏବଂ ତାଙ୍କ ସଂସ୍ପର୍ଶରେ ଆସିଥିବା ତିନି ଜଣଙ୍କୁ ଅହମ୍ମଦାବାଦର ବିଭିନ୍ନ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ଭର୍ତ୍ତି କରାଯାଇଛି। ଇବୋଲା ଭାଇରସ ପରୀକ୍ଷା ପାଇଁ ସମସ୍ତ ଚାରି ଜଣଙ୍କର ନମୁନା ପଠାଯାଇଛି।

ପାନଶେରିଆ କହିଛନ୍ତି ଯେ ୩୭ ବର୍ଷୀୟ ବ୍ୟବସାୟୀ ପ୍ରାୟ ପାଞ୍ଚରୁ ସାତ ଦିନ ପୂର୍ବରୁ କଙ୍ଗୋରୁ ମୁମ୍ବାଇ ଆସିଥିଲେ ଏବଂ ପରେ ଭଦୋଦରାକୁ ସ୍ଥାନାନ୍ତରିତ ହୋଇଥିଲେ। ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, "ଜ୍ୱର ହେବା ପରେ ତାଙ୍କୁ ଭଦୋଦରାର ବ୍ୟାଙ୍କର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।"

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏପର୍ଯ୍ୟନ୍ତ କୌଣସି ଇବୋଲା ସଂକ୍ରମଣ ନିଶ୍ଚିତ ହୋଇନାହିଁ। ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ବ୍ୟବସାୟୀଙ୍କୁ ତୁରନ୍ତ ଅହମ୍ମଦାବାଦ ସିଭିଲ୍ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ତାଙ୍କୁ ଇବୋଲା ୱାର୍ଡରେ ଭର୍ତ୍ତି କରାଯାଇଛି। ଭର୍ତ୍ତି ହୋଇଥିବା ରୋଗୀ ବର୍ତ୍ତମାନ ସ୍ଥିର ଏବଂ ସୁରକ୍ଷିତ ଅଛନ୍ତି, ଏବଂ ତାଙ୍କ ଜ୍ୱର ନିୟନ୍ତ୍ରଣରେ ଅଛି। ଯେଉଁମାନେ ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କ ମଧ୍ୟରେ କୌଣସି ଲକ୍ଷଣ ଦେଖାଯାଇ ନାହିଁ।