ଭୁବନେଶ୍ୱର,୨୯/୦୫: ଇବୋଲା ଭାଇରସକୁ ନେଇ ରାଜ୍ୟ ସରକାର ହାଇଆଲର୍ଟରେ ରହିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ଆସିବା ପରେ ଓଡ଼ିଶାରେ ମଧ୍ୟ ପ୍ରସ୍ତୁତିକୁ ଜୋରଦାର କରାଯାଇଛି । ଆଫ୍ରିକୀୟ ଦେଶରୁ ଫେରୁଥିବା ଯାତ୍ରୀଙ୍କ ଶରୀରରେ ଯଦି ଇବୋଲା ଲକ୍ଷଣ ଚିହ୍ନଟ ହୁଏ, ତେବେ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ପଠାଯିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ରବିନାରାୟଣ ମିଶ୍ର କହିଛନ୍ତି । ଯଦି ଇବୋଲା ମାମଲା ରିପୋର୍ଟ ହୁଏ, ତେବେ ରୋଗୀଙ୍କୁ ଏମ୍ସରେ ୨୧ ଦିନ ପର୍ଯ୍ୟନ୍ତ ସଙ୍ଗରୋଧରେ ରଖାଯିବ । ଏଥିପାଇଁ ୮ଟି ଶଯ୍ୟା ପ୍ରସ୍ତୁତ ରଖିବାକୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି ।

 

ବିମାନବନ୍ଦର ସହ ପାରାଦୀପ ବନ୍ଦରରେ ଯାଞ୍ଚ କଡ଼ାକଡି

ଇବୋଲା ପାଇଁ ଭୁବନେଶ୍ୱର ବିମାନବନ୍ଦରରେ ଯାଞ୍ଚ କଡ଼ାକଡ଼ି କରାଯାଇଥିବା ବେଳେ ଏବେ ପାରାଦୀପ ବନ୍ଦରରେ ମଧ୍ୟ ସ୍ୱାସ୍ଥ୍ୟ ଟିମ୍‌କୁ ସତର୍କ ରଖାଯାଇଛି । ଇବୋଲା ଲକ୍ଷଣ ଥିବା ଯାତ୍ରୀ ଚିହ୍ନଟ ହେଲେ ତୁରନ୍ତ ଚିକିତ୍ସା ପାଇଁ ପଠାଇବାର ବ୍ୟବସ୍ଥା କରାଯାଇଛି । ଏପର୍ଯ୍ୟନ୍ତ ରାଜ୍ୟରେ କୌଣସି ଇବୋଲା ରୋଗୀ ଚିହ୍ନଟ ହୋଇନାହାନ୍ତି ବୋଲି ଡା. ମିଶ୍ର ସୂଚନା ଦେଇଛନ୍ତି । ଇବୋଲା ହେଲେ ସଂକ୍ରମିତ ବ୍ୟକ୍ତିଙ୍କ ଶରୀରରେ ଜ୍ୱର, କାଶ, ଥଣ୍ଡା, ବାନ୍ତି, ଝାଡ଼ା ଓ ରକ୍ତସ୍ରାବ ସମସ୍ୟା ଦେଖାଯାଏ । ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଲେ ଏହା ଅନ୍ୟମାନଙ୍କୁ ମଧ୍ୟ ସଂକ୍ରମିତ କରିପାରେ । ସେଥିପାଇଁ ତୁରନ୍ତ ପରୀକ୍ଷା ଓ ଆଇସୋଲେସନ୍ ଜରୁରି ।

ଅଧିକ ପଢ଼ନ୍ତୁ :-  Temperature Drop: ଗରମରୁ ମିଳିବ ଆଶ୍ଵସ୍ତି, ଆହୁରି କମିବ ତାତି, ତାପମାତ୍ରା ୩ ଡିଗ୍ରୀ ଖସିପାରେ