ପ୍ରମୂଖ ଖବର
  • ଶେଖ୍ ହସିନା ଦେଇଥିଲେ ନରସଂହାର ଆଦେଶ ! ବାଂଲାଦେଶୀ ଟ୍ରିବ୍ୟୁନାଲରେ ଶୁଣାଣି, ହୋଇପାରେ ମୃତ୍ୟୁ ଦଣ୍ଡାଦେଶ
  • ||
  • ସମ୍ବଲପୁର: ସମ୍ବଲପୁର ‘କୃଷି ଭବନ’ର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ, କୃଷି କ୍ଷେତ୍ରକୁ ନୂଆ ପରିଚୟ ଦେବ କୃଷି ଭବନ
  • ||
  • ଶ୍ରୀମନ୍ଦିରର ଡ୍ରୋନ୍ ଭିଡିଓ ପୁଣି ଭାଇରାଲ୍‌, ଚୁନରା ସେବକଙ୍କ ସମ୍ପୃକ୍ତି ନେଇ ସନ୍ଦେହ
  • ||
  • ଭୁବନେଶ୍ୱର: ରାଜ୍ୟରେ ପୁଣି ବ୍ୟାପିଲାଣି କରୋନା, ୧୧ରେ ପହଞ୍ଚିଲା ଆକ୍ରାନ୍ତ ସଂଖ୍ୟା
  • ||
  • ସୁନ୍ଦରଗଡ଼ : ଆଇଇଡି ବିସ୍ଫୋରଣରେ ଯୁବକ ଆହତ
  • ||
  • ଭୁବନେଶ୍ୱର : ରାଜଧାନୀରେ ସିରିଜ୍‌ ଦୁର୍ଘଟଣା: ପଛକୁ ପଛ ପିଟିହେଲା ୪ ଗାଡ଼ି, ଏକାଧିକ ଆହତ
  • ||
  • ପାକ୍ ଗୁପ୍ତଚର ମାମଲାରେ NIAର ବଡ଼ କାର୍ଯ୍ୟାନୁଷ୍ଠାନ, ୮ଟି ରାଜ୍ୟର ୧୫ଟି ସ୍ଥାନରେ ରେଡ୍
  • ||
  • ଅନୁଗୁଳ : ମସୁଣିହତା ଗାଁରେ ଯୁବକଙ୍କୁ ଗଳା କାଟି ହତ୍ୟା, ଅଭିଯୁକ୍ତ ଗିରଫ
  • ||
  • ସୁପର୍ ସନ୍‌ଡେ'ରେ ଦ୍ୱିତୀୟ କ୍ୱାଲିଫାୟର: ପ୍ରତିଶୋଧ ପାଇଁ ପ୍ରସ୍ତୁତ ମୁମ୍ବାଇ ଇଣ୍ଡିଆନ୍ସ, ଫାଇନାଲ୍‌ ଲକ୍ଷ୍ୟରେ ପଞ୍ଜାବ କିଙ୍ଗ୍‌ସ
  • ||
  • ନୟାଗଡ଼ : ଡାକ୍ତରଙ୍କ ଅବହେଳାରୁ ପ୍ରସୂତିଙ୍କ ମୃତ୍ୟୁ, ଡାକ୍ତରଖାନାରେ ଚାପା ଉତ୍ତେଜନା
  • ||
  • ଭୟଙ୍କର ଟ୍ରେନ ଦୁର୍ଘଟଣା; ପୋଲ ଭାଙ୍ଗି ଟ୍ରାକରୁ ଖସିଲା ଟ୍ରେନ, ୭ ମୃୃତ ୩୦ ଆହତ
  • ||
  • କଳାହାଣ୍ଡି : ବନମାଳୀପୁର ରାସ୍ତାରୁ ବାଇକ୍‌ ସହ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ରୁଷ-ୟୁକ୍ରେନ୍ ସୀମା ନିକଟରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ୭ ମୃତ, ୩୦ ଆହତ,ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା
  • ||
  • ରାଜ୍ୟରେ ପ୍ରଥମ କୋଭିଡ୍‌ ମୃତ୍ୟୁ ଅଭିଯୋଗ, କୋଭିଡ୍‌ ସହ ବହୁବିଧ ରୋଗରେ ଆକ୍ରାନ୍ତ ଥିଲେ ମୃତକ ବୃଦ୍ଧ
  • ||
  • Miss World 2025: ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧିଲେ ଥାଇଲାଣ୍ଡର ଓପଲ ସୁଚାତା, ଭାଙ୍ଗିଲା ଭାରତର ନନ୍ଦିନୀ ଗୁପ୍ତାଙ୍କ ସ୍ୱପ୍ନ
  • ||
  • ଲୁଚକାଳି ଖେଳୁଛି ମୌସୁମୀ ! ରାଜ୍ୟରେ କମିଛି ବର୍ଷା, ୨ରୁ ୪ ଡିଗ୍ରୀ ବଢ଼ିପାରେ ତାତି
  • ||

୨୦ ଲକ୍ଷ ଲାଞ୍ଚ ମାମଲା: ଝାରପଡ଼ା ଜେଲରେ ଇଡିର ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ

Published By : Prameya | May 31, 2025 2:07 PM

ଭୁବନେଶ୍ୱର, ୩୧/୦୫: ଖଣି ବ୍ୟବସାୟୀଙ୍କୁ  ବ୍ଲାକ୍‌ମେଲ୍‌ କରି ଦେଢ଼ କୋଟି ଟଙ୍କା ମାଗୁଥିଲେ ।  ୧ କୋଟି ଟଙ୍କା ନେଇଥିଲେ । ବାକି ୫୦ ଲକ୍ଷ  ମାଗୁଥିଲେ । ଦଲାଲଙ୍କ ମାଧ୍ୟମରେ ୨୦ ଲକ୍ଷ ଟଙ୍କା ନେଉଥିଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଡେପୁଟି  ଡାଇରେକ୍ଟର(ଡିଡି) ଚିନ୍ତନ ରଘୁବଂଶୀ । ଦଲାଲ  ଜଗତସିଂହପୁରର ଭକ୍ତି ବିନୋଦ ବେହେରା ସହ  ଶ୍ରୀ ରଘୁବଂଶୀଙ୍କୁ ଗୁରୁବାର ସିବିଆଇ ଗିରଫ କରିଥିଲା ।  ଶୁକ୍ରବାର ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ।  ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର  ବିଭାଗୀୟ ହାଜତ (ଝାରପଡା ଜେଲ୍‌)କୁ ପଠାଇ ଦିଆଯାଇଛି । ଶ୍ରୀ ରଘୁବଂଶୀ ଜେଲ୍‌ର ୧୧ ନମ୍ବର  ସେଲ୍‌ରେ ଅଛନ୍ତି । 

୨୦୧୩ ବ୍ୟାଚ୍‌ର ଆଇଆରଏସ୍‌ ଅଧିକାରୀ ହେଉଛନ୍ତି ଶ୍ରୀ ରଘୁବଂଶୀ । ସେ ଭୁବନେଶ୍ୱର ଇଡି  କାର୍ଯ୍ୟାଳୟର ଡିଡି ଭାବେ କାର୍ଯ୍ୟ କରୁଥିଲେ। ତାଙ୍କର  ବଳଦି ହୋଇ ସାରିଥିଲା । ହେଲେ ଭୁବନେଶ୍ୱର  ଅଫିସ୍‌ରେ ଆଉ ୧ ବର୍ଷ ରହିବା ପାଇଁ ବରିଷ୍ଠ  ଅଧିକାରୀମାନଙ୍କୁ ଧରାଧରି କରି ଏଠାରେ ରହିଥିଲେ ।  ଖଣି ଦୁର୍ନୀତି ନେଇ କିଛି ବର୍ଷ ତଳେ ଢେଙ୍କାନାଳର  ରତିକାନ୍ତ ରାଉତ ଓରଫ ଜୁଲୁଙ୍କ ଘର, ଅଫିସ୍‌, କୋଲକାତାରେ ଥିବା ହସ୍ପିଟାଲ୍‌ରେ ଇଡି ଚଢ଼ଉ  କରିଥିଲା । ପରେ ଜୁଲୁ ଓ ତାଙ୍କ ସହଯୋଗୀଙ୍କର  କୋଟି କୋଟି ଟଙ୍କାର ସମ୍ପତ୍ତି ଆଟାଚ କରିଥିଲା ।   

ଶ୍ରୀ ରଘୁବଂଶୀ ଗତ କିଛି ମାସ ହେବ ଜୁଲୁଙ୍କୁ  ଗିରଫ କରିବାକୁ ଧମକ ଦେଉଥିଲେ । ଗିରଫରୁ  ବର୍ତ୍ତିବା ପାଇଁ ୨ କୋଟି ଟଙ୍କା ମାଗିଥିଲେ । ଟଙ୍କା ଭକ୍ତି  ମାଧ୍ୟମରେ ନେବାକୁ କହିଥିଲେ । ବିଭିନ୍ନ ପର୍ଯ୍ୟାୟରେ  ଜୁଲୁ ୧ କୋଟି ଟଙ୍କା ଦେଇଥିଲେ । ବାକି ୫୦ ଲକ୍ଷ  ଟଙ୍କା ଜୁନ୍‌ ୫ ତାରିଖ ସୁଧା ଦେବାକୁ କହିଥିଲେ । ୧୦ ତାରିଖ ମଧ୍ୟରେ ଟଙ୍କା ନ ଦେଲେ ଗିରଫ କରି  ଜେଲ୍‌ ପଠାଇ ଦେବେ ବୋଲି ରଘୁବଂଶୀ ଧମକ ଦେଇଥିଲେ । ତେବେ ଜୁଲୁ ଆଉ କିଛି ଉପାୟ ନ  ପାଇ ଭୁବନେଶ୍ୱର ସିବିଆଇ ଏସ୍‌ପି ରାଜ ସିଂହଙ୍କୁ  ଭେଟି ଅଭିଯୋଗ କରିଥିଲେ ।   

ଟଙ୍କା ଆଦାୟ କରିବା କାମ ଦଲାଲ୍‌ ଭକ୍ତିଙ୍କ ଉପରେ ଛାଡିଥିଲେ ଶ୍ରୀ ରଘୁବଂଶୀ । ହେଲେ ଭକ୍ତି  ନିଜକୁ ଇଡିର ଅଧିକାରୀ ବୋଲି ଭାବି ଦେଇଥିଲା।  ଜୁଲୁଙ୍କୁ ଫୋନ୍‌ କରି ଧମକ ମଧ୍ୟ ଦେଉଥିଲା । ଜୁଲୁ  ଏସବୁର ପ୍ରମାଣ ସିବିଆଇ ଅଧିକାରୀଙ୍କୁ ଦେଇଥିଲେ ।  ସିବିଆଇ ଗତ ୨୫ ତାରିଖରେ ମାମଲା ରୁଜୁ କରିଥିଲା ।  ଗତକାଲି ଭକ୍ତି ଜଣେ ବିଧାୟକଙ୍କ ପିଏଙ୍କ ମାଧ୍ୟମରେ  ଜୁଲୁଙ୍କ ପାଖରୁ ୨୦ ଲକ୍ଷ ଟଙ୍କା ନେଇ ଶ୍ରୀ ରଘୁବଂଶୀଙ୍କ  ପାଖକୁ ଯାଉଥିଲାବେଳେ ସିବିଆଇ ଭକ୍ତିକୁ ଗିରଫ  କରିଥିଲା । ତେବେ ଘଟଣାସ୍ଥଳରୁ ବିଧାୟକଙ୍କ ପିଏ  ଖସି ପଳାଇଥିଲେ । 

ଭକ୍ତି ଗିରଫ ହେବା ପରେ ସିବିଆଇ  ଅଧିକାରୀମାନେ ଶ୍ରୀ ରଘୁବଂଶୀଙ୍କୁ ଧରିଥିଲେ ।  ଇଡି କାର୍ଯ୍ୟାଳୟରେ ଚଢ଼ଉ କରି ଜୁଲୁଙ୍କ ଖଣି ମାମଲାର ଫାଇଲ୍‌ ଆଣିଥିଲେ । ରାତି ସାରା ଶ୍ରୀ  ରଘୁବଂଶୀ ଓ ଦଲାଲ୍‌  ଭକ୍ତିକୁ ଜେରା କରିଥିଲା  ସିବିଆଇ । ଶନିବାର  ଅପରାହ୍ଣରେ ଉଭୟଙ୍କ  ଡାକ୍ତରୀ ମାଇନା ପାଇଁ  ହସ୍ପିଟାଲ୍‌ ନିଆଯାଇଥିଲା ।  ତା’ପରେ କୋର୍ଟ ଚାଲାଣ କରାଯାଇଥିଲା । ଭକ୍ତି  ଗିରଫ ହେବା ପରେ ସିବିଆଇ ଅଧିକାରୀମାନେ ବହୁ  ବିସ୍ଫୋରକ ତଥ୍ୟ ପାଇଛନ୍ତି । ଭକ୍ତି ନିଜକୁ ୟୁପିଏସ୍‌ସି  ଆଶାୟୀ ବୋଲି ପରିଚୟ ଦେଉଥିଲା । ଅନେକ ଆଇପିଏସ୍‌, ଆଇଆରଏସ୍‌, ଆୟକର ବିଭାଗର  ଅଧିକାରୀଙ୍କ ସହ ଭକ୍ତିର ଟଙ୍କା ନେଣ ଦେଣ ଥିବା  ପ୍ରମାଣ ମିଳିଛି । କିଛି ଅଫିସରଙ୍କ ସହ ଆଲୋଚନା  ଅଡିଓ ପାଇଛି ସିବିଆଇ । ଘଟଣାର ଅଧିକ ତଦନ୍ତ  ପାଇଁ ଭକ୍ତିକୁ ସିବିଆଇ ରିମାଣ୍ଡରେ ଆଣିବ ବୋଲି  ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.