ନୂଆଦିଲ୍ଲୀ, ୧୦।୭: ସେଲିବ୍ରିଟି, ୟୁଟ୍ୟୁବର୍ ଏବଂ ଅନ୍ୟ ପ୍ରଭାବଶାଳୀଙ୍କ ବିରୁଦ୍ଧରେ ମାମଲା ରୁଜୁ କଲା ଇଡି । ଜଣେ କି ଦୁଅ ଜଣ ନୁହଁ ମୋଟ୍ ୨୯ ସେଲିବ୍ରେଟ୍, ୟୁଟ୍ୟୁବର୍ ଏବଂ ଅନ୍ୟ ପ୍ରଭାବଶାଳୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି ଇଡି । ବେଆଇନ ବେଟିଂ ଆପ୍ ପ୍ରୋତ୍ସାହନ ଦେଉଥିବା ଅଭିଯୋଗରେ ଏହି ମାମଲା ରୁଜୁ କରାଯାଇଥିବା ସୂଚନା । ଗୁରୁବାର ଇଡି ଏହି ମାମଲାରେ ରୁଜୁ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଭିନେତା ବିଜୟ ଦେବରାକୋଣ୍ଡା, ରାଣା ଡଗଗୁବତୀ, ମାଞ୍ଚୁ ଲକ୍ଷ୍ମୀ, ପ୍ରକାଶ ରାଜ, ନିଧି ଅଗ୍ରୱାଲ, ଅନନ୍ୟା ନାଗଲା, ଶ୍ରୀମୁଖୀ ସମେତ ୨୯ ଜଣ ପ୍ରସିଦ୍ଧ ସେଲିବ୍ରିଟିଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି । ଜଣେ ବ୍ୟବସାୟୀ ଏପରି ଆପ୍ରେ ଟଙ୍କା ବିନିଯୋଗ କରିବାକୁ ଯୁବକମାନଙ୍କୁ ପ୍ରଭାବିତ କରୁଥିବା ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ ହୋଇଥିଲା ।
ଫଣୀନ୍ଦ୍ର ଶର୍ମା ଦାଖଲ କରିଥିଲେ ଅଭିଯୋଗ
ତେବେ ମିୟାପୁରର ଜଣେ ୩୨ ବର୍ଷୀୟ ବ୍ୟବସାୟୀ ଫଣିନ୍ଦ୍ର ଶର୍ମା ଏକ ଅଭିଯୋଗ ଦାୟର କରିଛନ୍ତି । ସେ କହିଛନ୍ତି ଯେ, ଅନେକ ଯୁବକ ଏବଂ ସାଧାରଣ ଲୋକ ଏହି ବେଟିଂ ଆପ୍ସରେ ଟଙ୍କା ନିବେଶ କରୁଛନ୍ତି । ଏହି ଆପ୍ସକୁ ଅନେକ ଲୋକପ୍ରିୟ ତାରକାଙ୍କ ଦ୍ୱାରା ପ୍ରୋତ୍ସାହିତ କରାଯାଇଛି । ଅଭିଯୋଗରେ କୁହାଯାଇଛି ଯେ, ଏପରି ଆପ୍ ନିମ୍ନ ଏବଂ ମଧ୍ୟବିତ୍ତ ପରିବାରକୁ ଆର୍ଥିକ ସଙ୍କଟରେ ପକାଉଛନ୍ତି । ଇଡି ଏବେ ମନି ଲଣ୍ଡରିଂ ନିବାରଣ ଆଇନ (PMLA) ଅନୁଯାୟୀ ତଦନ୍ତ ହାତକୁ ନେଇଛି ଏବଂ ଏଫଆଇଆରରେ ନାମିତ ସେଲିବ୍ରିଟିମାନେ ବେଆଇନ ବେଟିଂ ଆପ୍ସକୁ ପ୍ରୋତ୍ସାହିତ କରିବା ପାଇଁ ପାଇଥିବା ପାରିଶ୍ରମିକର ତଦନ୍ତ ଆରମ୍ଭ କରିଛି । ପୋଲିସ କହିଛି ଯେ ଏହି ଆପ୍ସରେ ହଜାର ହଜାର କୋଟି ଟଙ୍କାର କାରବାର ଜଡ଼ିତ, ଯାହାକୁ ସେମାନେ ଯୁବକମାନଙ୍କୁ ସହଜ ଏବଂ ମୋଟା ରିଟର୍ଣ୍ଣ ପ୍ରତିଶ୍ରୁତି ଦେଇ ଜାଲରେ ଫସାଇ ଆଦାୟ କରିଛନ୍ତି ।
ହଜାର ହଜାର କୋଟି ଟଙ୍କାର କାରବାର ମାମଲା
ଅନ୍ୟପକ୍ଷରେ, ଯଦି ଆମେ ପୋଲିସ ବିଷୟରେ କଥା ହେବା, ତେବେ ପୋଲିସ କହୁଛି ଯେ ଏହି ଆପ୍ସରେ ହଜାର ହଜାର କୋଟି ଟଙ୍କାର କାରବାର ଜଡ଼ିତ । ଏହି ଆପ୍ସ ଯୁବପିଢ଼ିଙ୍କୁ ସରଳ ଏବଂ ସହଜ ଉପାୟରେ ଟଙ୍କା ରୋଜଗାର କରିବାକୁ ପ୍ରଲୋଭିତ କରେ ଏବଂ ଆର୍ଥିକ ଏବଂ ମାନସିକ କ୍ଷତି ପହଞ୍ଚାଏ । ଏହା ବ୍ୟତୀତ, ବିଜୟ ଦେବରାକୋଣ୍ଡଙ୍କ ଟିମ୍ ମଧ୍ୟ ଏହି ବିଷୟରେ ସ୍ପଷ୍ଟୀକରଣ ଦେଇଛି । ଅଭିନେତାଙ୍କ ଟିମ୍ କହୁଛି ଯେ ଦକ୍ଷତା-ଆଧାରିତ ଗେମିଂ ପ୍ଲାଟଫର୍ମ A23 ପ୍ରୋତ୍ସାହିତ ହୋଇଥିଲା, ଯାହା ୨୦୨୩ରେ ଶେଷ ହୋଇଯାଇଥିଲା ।