ପ୍ରମୂଖ ଖବର
  • ଜୟସ୍ୱାଲ ଏବଂ ସାଇ ସୁଦର୍ଶନଙ୍କ ଅର୍ଦ୍ଧଶତକ, ପନ୍ତ ଆହତ: ଟିମ୍ ଇଣ୍ଡିଆର ସ୍କୋର ୨୬୪/୪
  • ||
  • Myntra ବିରୋଧରେ ମାମଲା ରୁଜୁ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଫେମା ଆଇନ୍ ଉଲ୍ଲଂଘନ ଅଭିଯୋଗ
  • ||
  • ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ପାଇଁ ୨ ବାଟାଲିଅନ ଗଠନକୁ ମଞ୍ଜୁରି, ୨୦୮୦ ନୂତନ ପଦବୀ ସୃଷ୍ଟି
  • ||
  • କଟକର ୨୧୦ କଲେଜ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ, ICC ରିପୋର୍ଟ ନଦେଲେ ହେବ କାର୍ଯ୍ୟାନୁଷ୍ଠାନ
  • ||
  • ରକ୍ଷାବନ୍ଧନରେ ମିଳିବ ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ବାଦ୍‌ ପଡ଼ିଥିବା ଲକ୍ଷେ ୮୮ ହଜାର ମହିଳାଙ୍କୁ ପୁଣି ସୁଯୋଗ
  • ||
  • ବଲାଙ୍ଗୀର : ମଦଭାଟିରେ ପହଲବାନଙ୍କୁ ହତ୍ୟା ଅଭିଯୋଗ, ତଦନ୍ତ କରୁଛି ପୁଲିସ
  • ||
  • ଗୁରୁବାର ଶ୍ରୀବିଗ୍ରହଙ୍କ ଚିତାଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଗ୍ୱାଲିୟରରେ ଭୟଙ୍କର ସଡ଼କ ଦୁର୍ଘଟଣା; ୪ ମୃତ, ୬ ଆହତ
  • ||
  • ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି, ଆକାଶପଥକୁ କଡ଼ାକଡ଼ି କଲେ ଦୁଇଦେଶ
  • ||
  • ଗୁରୁବାର ସୃଷ୍ଟି ହେବ ଲଘୁଚାପ : ୨୮ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଆଜିଠୁ ଚତୁର୍ଥ ଟେଷ୍ଟ : ଓଲ୍ଡ ଟ୍ରାଫୋର୍ଡରେ ଭାରତ ପାଇଁ 'କର ବା ମର', ସିରିଜ ବିଜୟ ଲକ୍ଷ୍ୟରେ ଇଂଲଣ୍ଡ
  • ||
  • ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୪ ଟି ସ୍ଥାନରେ ଚଢାଉ
  • ||

Myntra ବିରୋଧରେ ମାମଲା ରୁଜୁ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଫେମା ଆଇନ୍‌ ଉଲ୍ଲଂଘନ ଅଭିଯୋଗ

Published By : Tapas Panda | July 23, 2025 5:05 PM

ନୂଆଦିଲ୍ଲୀ: ଲୋକପ୍ରିୟ ଇ-କମର୍ସ ପ୍ଲାଟଫର୍ମ ମିନ୍ତ୍ରା (Myntra)କୁ ବଡ଼ ଝଟକା ଦେଇପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଫେମା ଆଇନ୍‌ ଉଲ୍ଲଂଘନ ଅଭିଯୋଗ ମିନ୍ତ୍ରା ଏବଂ ଏହାର ସହଯୋଗୀ କମ୍ପାନିଗୁଡ଼ିକ ବିରୋଧରେ ଇଡି ମାମଲା ରୁଜୁ କରିଛି ।  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ର ବେଙ୍ଗାଲୁରୁ ଜୋନାଲ ଅଫିସ୍ ଫରେନ୍ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ଆକ୍ଟ ୧୯୯୯ (FEMA) ର ଧାରା ୧୬(୩) ଆଧାରରେ ମାମଲା ରୁଜୁ କରିଛି ଇଡି । ତେବେ ୧୬୫୪.୩୫ କୋଟି ଟଙ୍କାର ହେରଫେର ହୋଇଥିବା ଅଭିଯୋଗ ହୋଇଛି । 

ଇଡି ସୂଚନା ପାଇଥିଲା ଯେ, ମିନ୍ତ୍ରା ଏବଂ ଏହାର ସହଯୋଗୀ କମ୍ପାନୀଗୁଡ଼ିକ ଭାରତରେ ପ୍ରଚଳିତ ବିଦେଶୀ ନିବେଶ ନୀତି (FDI)ର ଉଲ୍ଲଂଘନ କରି 'ହୋଲେସଲ୍ କ୍ୟାସ୍ ଆଣ୍ଡ୍ କ୍ୟାରି' ବ୍ୟବସାୟ ନାମରେ ମଲ୍ଟି-ବ୍ରାଣ୍ଡ୍ ରିଟେଲ୍ ଟ୍ରେଡିଂ  କରୁଛନ୍ତି ।  ମିନ୍ତ୍ରା ପକ୍ଷରୁ କୁହାଯାଇଥିଲା ଏହା ପାଇକାରୀ ବ୍ୟବସାୟ କରୁଛି ଏବଂ ଏହି ଆଧାରରେ ୧୬୫୪ କୋଟିରୁ ଅଧିକ ବିଦେଶୀ ନିବେଶ ନିଆଯାଇଥିଲା । କିନ୍ତୁ ବାସ୍ତବରେ ମିନ୍ତ୍ରା ତାର ସମସ୍ତ ଉତ୍ପାଦ ଭେକ୍ଟର ଇ-କମର୍ସ ପ୍ରାଇଭେଟ୍ ଲିମିଟେଡକୁ ବିକ୍ରି କରିଥିଲା । ଯାହା ସେଗୁଡ଼ିକୁ ସାଧାରଣ ଗ୍ରାହକମାନଙ୍କୁ ଖୁଚୁରାରେ ବିକ୍ରି କରିଥିଲା ।

-Myntra ଏବଂ Vector ଉଭୟ ଗୋଟିଏ ଗୋଷ୍ଠୀର କମ୍ପାନୀ ।

-ଗୋଟିଏ କମ୍ପାନୀରୁ ଅନ୍ୟ କମ୍ପାନୀକୁ ସାମଗ୍ରୀ ପଠାଇ B2B (ବ୍ୟବସାୟରୁ ବ୍ୟବସାୟ) ଦର୍ଶାଯାଇଥିଲା ଏବଂ ତା’ପରେ ସମାନ ଗୋଷ୍ଠୀର ଅନ୍ୟ ଏକ କମ୍ପାନୀ ଏହାକୁ ସାଧାରଣ ଗ୍ରାହକଙ୍କୁ ବିକ୍ରୟ କରି B2C (ବ୍ୟବସାୟରୁ ଗ୍ରାହକ) ରେ ପରିଣତ କରିଥିଲା ।

-ଏହାର ଉଦ୍ଦେଶ୍ୟ ଆଇନଗତ ଭାବରେ ପାଇକାରୀ ବ୍ୟବସାୟ ଦେଖାଇବା ଥିଲା, କିନ୍ତୁ ବାସ୍ତବରେ ଖୁଚୁରା ବ୍ୟବସାୟ କରିବା ଥିଲା କମ୍ପାନୀର ଲକ୍ଷ୍ୟ ।

ଏଫଡିଆଇ ନୀତି ଅନୁଯାୟୀ, ଏକ ହୋଲସେଲ କମ୍ପାନୀ କେବଳ ୨୫% ପର୍ଯ୍ୟନ୍ତ ସାମଗ୍ରୀ ନିଜ ଗୋଷ୍ଠୀର ଅନ୍ୟ କମ୍ପାନୀଗୁଡ଼ିକୁ ବିକ୍ରି କରିପାରିବ। କିନ୍ତୁ ମିନ୍ତ୍ରା ଏହାର ୧୦୦% ସାମଗ୍ରୀ ନିଜ ଗୋଷ୍ଠୀ କମ୍ପାନୀ ଭେକ୍ଟରକୁ ବିକ୍ରି କରିଛି । ଏହା ଆଇନର ସିଧାସଳଖ ଉଲ୍ଲଂଘନ । ଏହିପରି ଭାବରେ, ମିନ୍ତ୍ରା ଏବଂ ଏହାର ସହଯୋଗୀ କମ୍ପାନୀଗୁଡ଼ିକ ଫେମା ଆଇନ୍‌ର ଧାରା ୬(୩)(ବି) ଏବଂ ଏଫଡିଆଇ  ନୀତିର ଉଲ୍ଲଂଘନ କରିଛନ୍ତି । ଏହି କାରଣରୁ, ମିନ୍ତ୍ରା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛି ଇଡି ।

 ପ୍ରକୃତରେ, ମିନ୍ତ୍ରା ନିୟମ ଉଲ୍ଲଂଘନ କରି ମଲ୍ଟି-ବ୍ରାଣ୍ଡ ଖୁଚୁରା ବ୍ୟବସାୟ କରିଥିଲା । କିନ୍ତୁ କମ୍ପାନୀ ଏହାକୁ ଏକ ହୋଲସେଲ ବ୍ୟବସାୟ କହି ୧୬୫୪ କୋଟିରୁ ଅଧିକ ବିଦେଶୀ ନିବେଶ ନେଇଥିଲେ। ବର୍ତ୍ତମାନ ED ଏହି ମାମଲାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.